ହ୍ୟୁମାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ : ଧର୍ମ ପରିବର୍ତ୍ତନ ପାଇଁ ପକାଉଥିଲେ ଚାପ, ଯୌତୁକ ବାବଦକୁ ନେଇଥିଲେ ୧୦ ଲକ୍ଷ ଟଙ୍କା
19/01/2023 at 2:14 PM

କଟକ ୧୯।୦୭ : ମୁହଁ ଖୋଲିଲେ ଶ୍ରେୟାଙ୍କ ବାପା । ନିର୍ଯାତନା ସୀମା ଟପି ଥିବାରୁ ଝିଅ ଥାନାରେ କରିଛି ଅଭିଯୋଗ। ପାଞ୍ଚ ମାସ ହେବ ହ୍ୟୁମାନଙ୍କ ପାଖରେ ନଥିଲେ ଶ୍ରେୟା। ମୁଁ ଚାହୁଁନି ଝିଅ ଆଉ ହ୍ୟୁମାନଙ୍କ ପାଖରେ ରହୁ। ଶ୍ରେୟାର ଜୀବନ ପତି ବିପଦ ରହିଥିବା କହିଲେ ଶ୍ରେୟାଙ୍କ ବାପା । ଏପିରିକି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିଲେ । ବାଡେଇବା ସହ ମାରି ଦେବାକୁ ଉଦ୍ୟମ କରୁଥିବା ଆଇନଜିବୀ କହିଛନ୍ତି । ଯୌତୁକ ପାଇଁ ମଧ୍ଯ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ବିବାହ ପରେ ମଧ୍ୟ ୧୦ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିବା କହିଲେ ଶ୍ରେୟାଙ୍କ ଓକିଲ।
ସେପଟେ କଟକ ମହିଳା ଥାନାରେ ହାଜରେ ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ଉଭୟ ପତି-ପତ୍ନୀଙ୍କୁ କାଉନସେଲିଂ କରୁଛି ପୋଲିସ । ହ୍ୟୁମାନଙ୍କ ନାଁରେ ଘରୋଇ ହିଂସା ଓ ଦାମ୍ପତ୍ୟ କଳହ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ରେୟା । ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ ଶ୍ରେୟା । ଏହା ପରେ ଆଜି ଦୁଇ ଜଣଙ୍କୁ ହାଜର ହେବା ପାଇଁ ସମନ କରିଥିଲା ପୋଲିସ । ଥାନାରେ ହାଜର ପରେ ପାରିବାରିକ ବିବାଦ ସମ୍ପର୍କରେ ଉଭୟ ପତି ପତ୍ନୀଙ୍କୁ ସାମ୍ନାସାମ୍ନି ପଚରାଉଚରା କରିଛି ପୋଲିସ ।
ତେବେ ଗତ କିଛି ମାସ ହେବ ହ୍ୟୁମାନ ସାଗର ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ ୪ ମାସ ହେଲା ଅଲଗା ରହୁଛନ୍ତି । ଶ୍ରେୟା ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି ।