କାଉନସେଲିଂ ପରେ ଥାନାରୁ ବାହାରିଲେ ହ୍ୟୁମାନ ଓ ଶ୍ରେୟା; ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଗାୟକ କହିଲେ...

Published By : Prameya-News7 Bureau | January 19, 2023 IST

କଟକ ୧୯/୦୧: ମହିଳା ଥାନାରୁ ବାହାରିଲେ ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରେୟା। ଶ୍ରେୟା ତାଙ୍କ ନାଁରେ ଆଣିଥିବା ନିର୍ଯାତନା ଅଭିଯୋଗରେ କାଉନସେଲିଂ ପାଇଁ ପୋଲିସ ତାଙ୍କୁ ହାଜର ହେବାକୁ କହିଥିଲା। ସେଥିପାଇଁ ଗୁରୁବାର କଟକରେ ଥିବା ମହିଳା ଥାନାରେ ଉଭୟ ହ୍ୟୁମାନ ଓ ତାଙ୍କ ସ୍ତ୍ରୀ ଶ୍ରେୟା ହାଜର ହୋଇଥିଲେ। କାଉନସେଲିଂ ସରିବା ପରେ ଶ୍ରେୟା ଏହି ମାମଲାର ସମାଧାନ ୨ ଦିନ ସମୟ ନେଇଥିବା ଜଣାପଡ଼ିଛି। ଅନ୍ୟପଟେ ହ୍ୟୁମାନଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଗାୟକ ହ୍ୟୁମାନ ଅସ୍ୱୀକାର କରିଛନ୍ତି। ''ମୁଁ ଶ୍ରେୟାଙ୍କୁ କୌଣସି ନିର୍ଯାତନା ଦେଇନି କିମ୍ୱା ମାରିବାକୁ ଚେଷ୍ଠା କରିନି ବୋଲି ହ୍ୟୁମାନ ସାଗର କହିଛନ୍ତି''।

wp:embed {"url":"https://youtu.be/0nyAd3b6Ah0","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/0nyAd3b6Ah0
/wp:embed

ଏନେଇ ହ୍ୟୁମାନଙ୍କ ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରେୟାଙ୍କୁ ହ୍ୟୁମାନ କିଛି ବି ନିର୍ଯାତନା ଦେଇନାହିଁ। ଶ୍ରେୟା ଅଧିକାଂଶ ସମୟ ମଦ ପିଅନ୍ତି। ହ୍ୟୁମାନ ସବୁ ଟଙ୍କା ଶ୍ରେୟାଙ୍କ ନାଁରେ ରଖିଛନ୍ତି। ଗୋଟିଏ ଘର କିଣିବା ପାଇଁ ହ୍ୟୁମାନ ଶ୍ରେୟାଙ୍କୁ ଟଙ୍କା ମାଗିବାରୁ ଏହି ବିବାଦ ଆରମ୍ଭ ହୋଇଛି। ଏହି ବିବାଦର ସମାଧାନ ହେଉ ବୋଲି ହ୍ୟୁମାନଙ୍କ ମାଆ ସେଫାଲି ସୁନା କହିଛନ୍ତି। ସେପଟେ ଏହାର ''ସମାଧାନ ପାଇଁ ଶ୍ରେୟା ୨ ଦିନ ସମୟ ନେଇଛନ୍ତି, ଭାବୁଛି ସମାଧାନର ବାଟ ଫିଟିବ'' ବୋଲି ଶ୍ରେୟାଙ୍କ ଓକିଲ କହିଛନ୍ତି।

ହ୍ୟୁମାନଙ୍କ ମାଆ ସେଫାଳି ସୁନା ଆହୁରି କହିଛନ୍ତି, ଧର୍ମ ପରିବର୍ତ୍ତନ ପାଇଁ ଶ୍ରେୟାଙ୍କୁ ବାଧ୍ୟ କରାଯାଉ ନଥିଲା। ହ୍ୟୁମାନଙ୍କ ସବୁ ଟଙ୍କା ଶ୍ରେୟାଙ୍କ ପାଖରେ ଅଛି। ହ୍ୟୁମାନ ଘର କିଣିବା ପାଇଁ ଶ୍ରେୟାଙ୍କୁ ଟଙ୍କା ମାଗିବାରୁ ଏହି ବିବାଦ ଆରମ୍ଭ ହୋଇଛି। ଶ୍ରେୟାଙ୍କୁ କେହି ତାକୁ ନିର୍ଯାତନା ଦେଉନଥିଲେ। ବରଂ ଶ୍ରେୟା, ତାଙ୍କ ମା ବାପା ଓ ଭାଇଙ୍କ ସହ ମଦ ପିଅନ୍ତି। ଶ୍ରେୟାଙ୍କ ମା'ଙ୍କର ଅନ୍ୟ ପୁଅ ମାନଙ୍କ ସହ ଅନୈତିକ ସମ୍ପର୍କ ଥିବା ମଧ୍ୟ ହ୍ୟୁମାନଙ୍କ ମା ସେଫାଲି ସୁନା ଅଭିଯୋଗ ଆଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.