ହ୍ୟୁମାନ୍-ଶ୍ରୀୟା ପାରିବାରିକ ବିବାଦ ମାମଲା, ସୋମବାର ଥାନାରେ ହାଜର ହେବେ ଉଭୟ
30/01/2023 at 8:42 AM

କଟକ ୩୦।୦୧ : ହ୍ୟୁମାନ୍ ସାଗର ଓ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା । ସୋମବାର ମହିଳା ଥାନାରେ ହାଜର ହେବେ ଉଭୟ ଦମ୍ପତ୍ତି । ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ହ୍ୟୁମାନଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରୀୟା। ଆପୋଷ ସମାଧାନ ନେଇ ଉଭୟ ନେଇଥିଲେ ସମୟ।
ସୂଚନାଯୋଗ୍ୟ ଯେ, ଓଡିଆ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ହ୍ୟୁମାନ୍ ସାଗର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ପୂର୍ବରୁ ନିର୍ଯାତନାର ଶିକାର ହୋଇ ଆସୁଥିବା ଶ୍ରେୟା ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ ଶ୍ରେୟା । ଏପିରିକି ସାମ୍ବାଦିକ ସମ୍ମିଳନୀରେ ହ୍ୟୁମାନ ନିର୍ଯ୍ୟାତନା ଦେଉଥିବା କହିଥିଲେ ଶ୍ରୀୟା । ତାଙ୍କୁ ମାଡ ମାରିବ ସହ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ।
ସେପଟେ ଶ୍ରୀୟାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ସାଗର । ସେ କହିଥିଲେ ଯଦି ମୁଁ ନିର୍ଯାତନା ଦେଉଥିଲେ ୮ ବର୍ଷ କେମିତି ସହୁଥିଲେ । ତଥାପି ଏବେବି ସେ କମ୍ପ୍ରମାଇଜ କରିବା ମୁଡରେ ଅଛନ୍ତି । ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବି । ତାପରେ ଘଟଣା ସ୍ପଷ୍ଟ ହେବ ।