ହ୍ୟୁମାନ ସାଗର ମୋ ଜୀବିକା ଛଡାଉଛନ୍ତି, ମୁଁ ଗୋଟିଏ ଛୋଟ କଳାକାର ଆଜ୍ଞା : ଗୁଲୁଆ
2/02/2023 at 12:42 PM

ଭୁବନେଶ୍ୱର ୦୨।୦୨ : ଅଡ଼ୁଆରେ ପୁଣି ହ୍ୟୁମାନ ସାଗର। କଣ୍ଠଶିଳ୍ପୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ୟୁଟ୍ୟୁବର ତଥା କମେଡିଆନ୍ ମିଷ୍ଟର ଗୁଲୁଆ । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ, ମୋର ଜୀବନ ଜୀବିକା ଛଡ଼ାଇବା ହ୍ୟୁମାନ ସାଗର । ତାଙ୍କୁ ବିରୋଧ କରିବା ସହ ମଞ୍ଚ ଉପକୁ ଚଢ଼ାଇବାକୁ ଦେଇନାହାନ୍ତି । ନିଆଳିରେ ଅନୁଷ୍ଠିତ ହେଉଥିବା ଏକ ମହୋତ୍ସବକୁ ଆୟୋଜକ କମିଟି ଦ୍ୱାରା ନିମନ୍ତ୍ରିତ ହୋଇଥିଲେ ଗୁଲୁଆ। ସେଠାକୁ ସେ କମେଡି ପ୍ରଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ଜାଣିବାକୁ ପାଇଲେ ପରେ ତାଙ୍କୁ ମଞ୍ଚକି ଯିବାକୁ ମନା କରାଯାଇଥିଲା । ହ୍ୟୁମାନ ସାଗରଙ୍କ ତାଙ୍କୁ ମଞ୍ଚ ଉପରେ ଚଢ଼ିବାକୁ ମନା କରିଦେଇଛନ୍ତି । ସେ ମଞ୍ଚରେ କମେଡି ପଦର୍ଶନ କଲେ ମୁଁ ଚଢ଼ିବି ନାହିଁ ବୋଲି କହିଥିଲେ ହ୍ୟାୁାମନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କମେଡିଆନ୍ ଗୁଲୁଆ ମଞ୍ଚରେ ପ୍ରଦର୍ଶନ କଲେ ହ୍ୟୁମାନ ମଞ୍ଚକୁ ଯିବେ ନାହିଁ ବୋଲି ମନା କରିଦେଇଥିଲେ। ସେଥିପାଇଁ ହ୍ୟୁମାନଙ୍କ ଟିମ କମେଡିଆନଙ୍କୁ ମଞ୍ଚକୁ ଯିବାକୁ ବାରଣ କରିଥିଲେ। ଗୁଲୁଆଙ୍କୁ ଉତ୍ସବରେ ନିମନ୍ତ୍ରଣ ଯୋଗୁଁ ଟଙ୍କା ବି ମିଳିଥିଲା । କିନ୍ତୁ ତାଙ୍କ ପ୍ରତି ଦର୍ଶକଙ୍କ ଭଲ ପାଇବା ଦେଖି ଗୁଲୁଆ ଆୟୋଜକ କମିଟି ହ୍ୟୁମାନଙ୍କ ଟିମଙ୍କୁ ଅନୁରୋଧ କରିଥିଲେ। ଯାହାଫଳରେ ମିଷ୍ଟର ଗୁଲୁଆଙ୍କୁ ମଞ୍ଚ ଉପରେ ମାତ୍ର ୨ ମିନିଟ ସମୟ ମିଳିଥିଲା ।
ପୂର୍ବରୁ ହ୍ୟୁମାନଙ୍କ ସହ ତାଙ୍କର କୌଣସି ବିବାଦ ନାହିଁ । ଏହାସତ୍ତ୍ୱେ ବି ହ୍ୟୁମାନଙ୍କ ଏପରି କରିବା କିଛି ଠିକ ନୁହେଁ । ଜଣଙ୍କ ଜୀବନ ଜୀବିକା ଛଡ଼ାଇବାରେ ଆପଣଙ୍କର କୌଣସି ଅଧିକାର ନାହିଁ। ସେ ନିଜକୁ କଣ ଭାବୁଛନ୍ତି ? ଜଣେ କଳାକାର ହେବାକୁ ଭଲ ହୃଦୟ ଦରକାର । ହ୍ୟୁମାନଙ୍କ ଯୋଗୁଁ ବେଶ ବ୍ୟଥିତ ଅଛନ୍ତି ବୋଲି କହିଛନ୍ତି ଗୁଲୁଆ । ମୋର ଜୀବକା ଛଡାଉଛନ୍ତି, ଯାହା ଦ୍ବାର ଘର ଚଳାଉଛି। ମୁଁ ଗୋଟିଏ ଛୋଟ କଳାକାର। ମୁଁ ଗରିବ ପରିବାରରୁ ଆସିଛି । ମୋ ଗାଁ ଘରେ ଛାତ ପଡିନାହିଁ ।