suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ହ୍ୟୁମାନ-ଶ୍ରେୟା ପାରିବାରିକ ବିବାଦ ପ୍ରସଙ୍ଗ, ମାଆ କହିଲେ ଆମେ ବୁଝାମଣା ପାଇଁ ରାଜି

20/01/2023 at 12:57 PM

କଟକ ୨୦/୦୧: ହ୍ୟୁମାନ ସାଗର ପାରିବାରିକ ବିବାଦ ପ୍ରସଙ୍ଗ । ଏ ପ୍ରସଙ୍ଗରେ ପୁଣିଥରେ ମୁହଁ ଖୋଲିଛନ୍ତି ହ୍ୟୁମାନଙ୍କ ମାଆ । ସେ କହିଛନ୍ତି ଆମେ ବୁଝାମଣା ପାଇଁ ରାଜି ଅଛୁ । ତେବେ ବୋହୁ ଏବଂ ନାତୁଣୀ ଘରେ ନଥିବାରୁ ତାଙ୍କୁ ବହୁତ ମିସ୍ କରୁଛୁ । କିଏ ବା ନ ଚାହେଁ ପିଲାର ଘର ଥରେ ବସିଯାଉ । ମୁଁ ବି ସେମିତି ଚାହେଁ, ମୋ ଘର ବସୁ । ବୋହୁ ଆମ ଘରେ ଠାକୁର ପୂଜା କରେ, ତା ପାଇଁ ଧର୍ମୀୟ ସ୍ୱାଧୀନତା ରହିଥିଲା ।

ବୋହୂର ବାପା ମା ମଧ୍ୟ ଆମ ଘରେ ଠାକୁର ପୂଜା କରନ୍ତି ବୋଲି କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ । ଆହୁରି ମଧ୍ୟ ସେ କହିଛନ୍ତି ଧର୍ମ ପରିବର୍ତ୍ତନ ପ୍ରସଙ୍ଗ ସଂପୂର୍ଣ୍ଣ ଭିତ୍ତିହୀନ ।

ସେହିପରି ମାମଲା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ କହିଛନ୍ତି ସମସ୍ତ ଧର୍ମକୁ ମୁଁ ସମ୍ମାନ କରେ । ଆମେ ବୁଝାମଣା ପାଇଁ ଜଣାଇସାରିଛୁ । ସେମାନେ ଦୁଇଦିନ ଦିନ ସମୟ ନେଇଛନ୍ତି । ମୋ ନାଁରେ ମିଛ ଅଭିଯୋଗ ହୋଇଛି । ମୁଁ ଅଭିଯୋଗ ଶୁଣି ଚକିତ ହୋଇଛି । ମୁଁ ମୋ ପରିବାର ଶ୍ରେୟାଙ୍କୁ ବହୁତ ମିସ କରୁଛୁ ।

   Related Posts