ବିନା ମେକ୍ଅପ୍, ରବର ଚପଲ, ମଇଳା ଶାଢୀ…’ମହାରାଣୀ’ ପାଇଁ ହୁମା କରିଥିଲେ ଏପରି ଶୁଟିଂ
5/09/2022 at 8:59 AM

ମୁମ୍ଵାଇ ୦୫।୦୯: ହୁମା କୁରେଶିଙ୍କ ଅଭିନୀତ ୱେବ୍ ସିରିଜ୍ ‘ମହାରାଣୀ ୨’ । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି। ଏହି ୱେବ୍ ସିରିଜ୍ ୨୫ଅଗଷ୍ଟରେ ସୋନି ଲିଭରେ ମୁକ୍ତିଲାଭ କରିଥିଲା । ଏହାର ପ୍ରଥମ ସିଜିନ୍ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଥିରେ ହୁମା ଗାଁର ଜଣେ ସାଧାରଣ ମହିଳା ଥିବା ବେଳେ ରାନୀ ଭାରତୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଜିନିଷ ଏପରି ବଦଳିଯାଏ ଯେ ତାଙ୍କୁ ରାଜନୀତିରେ ପାଦ ଦେବାକୁ ପଡିବ। ହୁମା ତାଙ୍କ ଅଭିନୟ ସହିତ ଏହି ଚରିତ୍ରକୁ ଅଧିକ ଶକ୍ତିଶାଳୀ କରିଛନ୍ତି। ଏହି ଶୋ’ର ନିର୍ମାତା ହେଉଛନ୍ତି ସୁଭାଷ କପୁର।
ନିକଟରେ ହୁମା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ସୁଭାଷ କପୁର ତାଙ୍କୁ ଜୁମ୍ କଲ୍ ରେ ସ୍କ୍ରିପ୍ଟ ବର୍ଣ୍ଣନା କରିଥିଲେ ସେତେବେଳେ ହୁମା ଡରି ଯାଇଥିଲେ। ଏନେଇ ହୁମା କୁହନ୍ତି, ‘ମୁଁ ଭୟଭୀତ ଥିଲି, ମୋତେ ଲାଗୁଥିଲା ଯେ ଏହା ଚମତ୍କାର ହେବ। କିନ୍ତୁ ମହିଳାମାନଙ୍କ ବିଷୟରେ ଆମକୁ କୁହାଯାଇଥିବା ସମସ୍ତ ଜିନିଷ ଗ୍ଲାମରସ୍ ନୁହେଁ । ସାଧାରଣ ମହିଳାଙ୍କ ପରି କରିବାକୁ ପଡିବ।
ଏହା ସହ ହୁମା କୁହନ୍ତି, “ବିନା ମେକଅପ୍ରେ କାମ କରିବାକୁ ମୁଁ ଡରୁଥିଲି। ସିଜିନ୍-୨ରେ ମୋର ପୋଷାକ ପୂର୍ବ ଅପେକ୍ଷା ଭଲ ଥିଲା। କାହିଁକି ନା ପୂର୍ବ ସିଜନରେ, ମୋର ରବର ଚପଲ୍ ଥିଲା, ଏକ ମଇଳା ସିନ୍ଥେଟିକ୍ ଶାଢୀ ଥିଲା। ଯାହାକୁ ଅଣ୍ଟାରେ ଭିଡିକି ବାନ୍ଧିଥିଲି । ମୁଁ ଭାବୁଛି ଏହି କାରଣରୁ ଲୋକମାନେ ଏହାକୁ ପସନ୍ଦ କରିଥିଲେ। କାହିଁକି ନା ଏହା ଚରିତ୍ର ଯୋଗୁଁ ଲୋକଙ୍କୁ ପସନ୍ଦ ଆସିଛି । କହିବାକୁ ଗଲେ ହୁମା ୩ଟି ପିଲାର ମାଆ ଭୂମିକାରେ ନଜର ଆସିଛନ୍ତି। ଦମ୍ଦାର ଡାଏଲଗ୍ରେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିଛନ୍ତି।