oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଉଚ୍ଚ ମୁଦ୍ରାସ୍ପିତିରେ ‘ବ୍ରିଜ ପ୍ୟାକ୍’ ରଣନୀତିକୁ ଆଗକୁ ବଢାଉଛନ୍ତି ୟୁନିଲିଭର

8/05/2022 at 7:55 PM

ନୂଆଦିଲ୍ଲୀ ୮।୫: ଦୈନିକ ଉପଭୋକ୍ତା ସାମଗ୍ରୀ (ଏଫଏମସିଜି)ର ଦିଗ୍ଗଜ ନିର୍ମାତା ହିନ୍ଦୁସ୍ତାନ ୟୁନି ଲିଭର ଲି( ଏଚୟୁଏଲ) ଆଗାମୀ କିଛି ତ୍ରୈମାସିକ ପର୍ଯ୍ୟନ୍ତ ମୁଦ୍ରାସ୍ପିତିର ଚାପ କମ୍ପାନୀମାନଙ୍କ ଉପରେ ବଢି ରହିବ ବୋଲି ଆକଳନ କରିଛନ୍ତି। ଏଣୁ ପରିଚାଳନା ବାତାବରଣ ମଧ୍ୟ ଆହ୍ୱାନପୂର୍ଣ୍ଣ ରହିବ। ଏଚୟୁଏଲଙ୍କ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏହି ଆହ୍ୱାନର ମୁକାବିଲା ଲାଗି କମ୍ପାନୀ ଏବେ ‘ବ୍ରିଜ ପ୍ୟାକ୍’ ରଣନୀତି ଅବଲମ୍ବନ କରିବାକୁ ଯାଉଥିବା କହିଛନ୍ତି।

ଏହି ରଣନୀତିରେ ଉଚ୍ଚତମ ଓ ସବୁଠୁ କମ୍ ମୂଲ୍ୟର ଉତ୍ପାଦର ମଧ୍ୟବର୍ତ୍ତି ଉତ୍ପାଦ ଆଣିବା ଲାଗି କମ୍ପାନୀ ମନସ୍ତ କରିଛି। ଯେଉଁଥିରେ କମ୍ପାନୀ ସଞ୍ଚୟ ଉପରେ ଗୁରୁତ୍ୱ ଦେବା ସହ କ୍ରମିକ ମୂଲ୍ୟବୃଦ୍ଧି ମଧ୍ୟ କରିଚାଲିବେ ବୋଲି କହିଛନ୍ତି। ଏଚୟୁଏଲଙ୍କ ମୁଖ୍ୟ ଆର୍ଥିକ ଅଧିକାରୀ ରିତେସ ତିୱାରୀ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସିକର ଫଳାଫଳ ନେଇ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆଗକୁ ଦେଖିଲେ ନିକଟ ଭବିଷ୍ୟତରେ ପରିଚାଳନା ବାତାବରଣ ଏହିପରି ଆହ୍ୱାନପୂର୍ଣ୍ଣ ରହିବ। କାରଣ କ୍ରମିକ ଆଧାର ଉପରେ ଅଧିକ ମୁଦ୍ରାସ୍ପିତିର ଆଶଙ୍କା ରହୁଛି।

ଏଣୁ ବିକାଶ ମୁଖ୍ୟତଃ ମୂଲ୍ୟ ଆଧାରିତ ହେବାକୁ ଥିବାରୁ ଆମକୁ ଆମ ଉପଭୋକ୍ତା ଆଧାର କାୟମ ରଖିବା ସହ ଆଗକୁ ବଢିବା ଲାଗି ବୁଝି ବିଚାରି ପାଦ ପକାଇବାକୁ ପଡିବ। ସେହିପରି ମୂଲ୍ୟ ଓ ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ ବଢି ଚାଲିବା ଯୋଗୁ  ସ୍ୱଳ୍ପାବଧିରେ ମାର୍ଜିନ ମଧ୍ୟ ହ୍ରାସ ହେବ। ଏଣୁ ଆମେ ବ୍ରିଜ ପ୍ୟାକ୍‌ ରଣନୀତିରେ କାମ କରିବା ଆରମ୍ଭ କରିଦେଇଛୁ ବୋଲି ତିୱାରୀ କହିଛନ୍ତି। ଏହାର ଉଦାହରଣ ଦେବାକୁ ଯାଇ ସେ ଲାଇଫବୟ ସାବୁନ କଥା କହିଛନ୍ତି। ଏହି ସାବୁନର ସବୁଠୁ କମ୍‌ ମୂଲ୍ୟ ୧୦ଟଙ୍କା ଥିବା ବେଳେ ସବୁଠୁ ଅଧିକ ଦାମ ୩୬ ଟଙ୍କା ରହିଛି। ଏଥିରେ କମ୍ପାନୀ ଏବେ ୧୬ ଟଙ୍କାର ଏକ ଉତ୍ପାଦ ବାହାର କରିଛନ୍ତି ଯାହା କମ୍ ଓ ଅଧିକ ମୂଲ୍ୟର ଉତ୍ପାଦ ମଧ୍ୟରେ ସେତୁ ଭଳି କାମ କରିବ।

ଏହା ଦ୍ୱାରା ଉପଭୋକ୍ତା ମଧ୍ୟ କମ ନୁହେଁ କି ଅଧିକ ନୁହେଁ ମଝାମଝି ଦରରେ ବେଶ ଲାଭବାନ ହେବେ। ଏଣୁ ପ୍ରଭାବିତ ସବୁ ଉତ୍ପାଦ କ୍ଷେତ୍ରରେ ଆମେ ବ୍ରିଜ ପ୍ୟାକ୍‌ର ଯୋଜନା ପ୍ରସ୍ତୁତ କରିଛୁ। ଏହି ରଣନୀତିକୁ ସ୍ପଷ୍ଟ କରିବାକୁ ଯାଇ ଏଚୟୁଏଲଙ୍କ ମୁଖପାତ୍ର କହିଛନ୍ତି ଯେ ଉତ୍ପାଦନ ଖର୍ଚ୍ଚ ସମ୍ପର୍କିତ ମୁଦ୍ରାସ୍ପିତି ଉଚ୍ଚତମ ସ୍ତରରେ ରହିବା ଯୋଗୁ ଆମ ପୋର୍ଟଫୋଲିଓର କିଛି ଅଂଶର ଉତ୍ପାଦ ପ୍ରଭାବିତ ହେଉଛି। ଏଭଳି ପରିସ୍ଥିତିରେ ଆମ ଲାଗି ଉଚ୍ଚିତ ମୂଲ୍ୟ ସହ ମୂଲ୍ୟ ସମିକରଣ ଲାଗି ବ୍ରିଜ ପ୍ୟାକ୍‌ର ଆଶ୍ରୟ ନେବାକୁ ପଡୁଛି ବୋଲି କହିଛନ୍ତି।

   Related Posts