ସିଙ୍ଗାପୁର କମ୍ପାନୀ ସହିତ ହିନ୍ଦୁସ୍ତାନ ୟୁନିଲିଭରର ବଡ଼ ଡିଲ, ବିକ୍ରି କରିବେ ଅଟା ଓ ଲୁଣା କାରବାର
18/02/2023 at 4:36 PM

ମୁମ୍ବାଇ ୧୮।୨: ହିନ୍ଦୁସ୍ତାନ ୟୁନିଲିଭର(ଏଚୟୁଏଲ) ତାଙ୍କର ଅଟା ଓ ଲୁଣ କାରବାର ବିକ୍ରି କରିବେ। ଏଥିଲାଗି ଏଚୟୁଏଲ୍ ସିଙ୍ଗାପୁରର ଏକ କମ୍ପାନୀ ସହିତ ଡିଲ କରିଛନ୍ତି। ଏଚୟୁଏଲ ଭାରତରେ ତାଙ୍କର ଲୁଣକୁ କ୍ୟାପ୍ଟେନ କୁକ୍ ଓ ଅଟାକୁ ଅନ୍ନପୂର୍ଣ୍ଣା ବ୍ରାଣ୍ଡରେ ବିକ୍ରି କରୁଛନ୍ତି। ଏହି କାରବାରରୁ କମ୍ପାନୀ ଅନୁନ୍ୟ ୬୦ କୋଟି ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି। ଏହି ଉଭୟ ବ୍ରାଣ୍ଡକୁ ଉମା ଗ୍ଲୋବାଲ ଫୁଡସ୍ ପିଟିଇ ଲିମିଟେଡ ଓ ଉମା କଞ୍ଜ୍ୟୁମର ପ୍ରଡକ୍ଟସ୍ ପ୍ରାଇଭେଟ ଲିମିଟେଡ୍ କିଣିବେ।

ଲୁଣ ଓ ଅଟା କାରବାରକୁ ବିକିବା ପରେ ଏଚୟୁଏଲ ସ୍କେଚ୍ କୁକିଂ, ଡ୍ରେସିଂ ଓ ସୁପ୍ ପ୍ୟାକେଜଡ୍ ଫୁଡ ସେଗମେଣ୍ଟରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିବେ। ୨୦୨୨ ଆର୍ଥିକ ବର୍ଷରେ ଲୁଣ ଓ ଅଟା ବ୍ରାଣ୍ଡର ରେଭିନ୍ୟୁ ୧୨୭ କୋଟି ଟଙ୍କା ଥିଲା। ଯାହା କମ୍ପାନୀର ମୋଟ ରାଜସ୍ୱର ୧ ପ୍ରତିଶତରୁ ମଧ୍ୟ କମ୍। କମ୍ପାନୀ ଏକ ବୟାନରେ ବ୍ରାଣ୍ଡ ବିକ୍ରି ନିଷ୍ପତ୍ତି ପୂର୍ବରୁ ସ୍ଥିରିକୃତ ଏଜେଣ୍ଡା ଅନୁସାରେ ହୋଇଛି ବୋଲି କହିଛନ୍ତି। କାରଣ କମ୍ପାନୀ କିଛି ଅନ୍ୟ ବ୍ୟବସାୟ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଥିବା ଏଥିରେ କୁହାଯାଇଛି।

ଏଚୟୁଏଲଙ୍କ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ ମେହେଟା କହିଛନ୍ତି ଯେ ଅନ୍ନପୂର୍ଣ୍ଣା ଓ କ୍ୟାପ୍ଟେନ କୁକ୍ ବ୍ରାଣ୍ଡକୁ ବଜାରରେ ଦୁଇ ଦଶକରୁ ଅଧିକ ସମୟ ପୂର୍ବେ ଲଞ୍ଚ କରାଯାଇଥିଲା। ଏଣୁ ଆମର ପ୍ରାଥମିକତା ଓ ପୋର୍ଟଫୋଲିଓ ବିକଳ୍ପକୁ ନଜରରେ ରଖି ଏହି ଦୁଇ ବ୍ରାଣ୍ଡକୁ ରିଆକ୍ଟିଭେଟ ବ୍ରାଣ୍ଡସ୍ ଇଣ୍ଟରନ୍ୟାସନାଲକୁ ବିକିଦେବା କମ୍ପାନୀ ଲାଗି ହିତକର ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଉମା ଗ୍ଲୋବାଲ ଫୁଡସ୍ ଙ୍କ ସହ ସଂସ୍ଥାପକ ଅଶୋକ ବାସୁଦେବନ କହିଛନ୍ତି ଯେ ଆମେ ଅନ୍ନପୂର୍ଣ୍ଣା ଓ କ୍ୟାପ୍ଟେନ କୁକ୍ କୁ ଆମ ପୋର୍ଟଫୋଲିଓକୁ ଆଣି ଆମେ ବହୁତ ଖୁସି ଅଛୁ।