‘ଶଲା ବୁଢାର ବଦଲା’କୁ ସୋନପୁରରେ ଜବରଦସ୍ତ ରେସପନ୍ସ

Published By : Prameya-News7 Bureau | January 25, 2020 IST

ସୋନପୁର ୨୫।୧: ସେ।ନପୁରରେ ରିଲିଜ୍ ହେ।ଇଛି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଟ୍ରିଲୋଜି ସିନେମା ‘ଶଲା ବୁଢାର ବଦଲା’ । ଫିଲ୍ମକୁ ସୋନପୁରରେ ଜବରଦସ୍ତ ରେସପନ୍ସ ମିଳିଛି । ଲୁପ୍ତପ୍ରାୟ ସଂସ୍କୃତି, ଲୋକସଂସ୍କୃତି ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଛି । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ।

{"id":215749,"sizeSlug":"large"}

ବଲାଙ୍ଗୀର ପରେ ସେ।ନପୁରରେ ‘ଶଲା ବୁଢାର ବଦଲା’କୁ ଜବରଦସ୍ତ ରେସପନ୍ସ । ହାଉସଫୁଲରେ ଚାଲିଛି ସିନେମା । ସ୍ଥାନୀୟ ସମଲାଇ ସିନେମା ହଲରେ ରିଲିଜ୍ ହେ।ଇଛି ‘ଶଲା ବୁଢାର ବଦଲା’ । ଫିଲ୍ମଟି ସୋନପୁର ଜିଲ୍ଲାର ବିଭିନ୍ନ ଲୋକେସନରେ ସୁଟିଙ୍ଗ ହୋଇଛି । ନିଜ ଅଞ୍ଚଳର କଳାକାରମାନଙ୍କୁ ନେଇ ତିଆରି ଚଳଚ୍ଚିତ୍ର ଦେଖିବାକୁ ପ୍ରଥମ ଦିନରୁ ଦର୍ଶକମାନଙ୍କ ମଧ୍ୟରେ ନାହିଁ ନ ଥିବା ଆଗ୍ରହ ଦେଖିବାକୁ ମିଳିଛି । ଅନ୍ୟପଟେ ନିଜ ଅଞ୍ଚଳେର ରିଲିଜ ହେ।ଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ସିନେମାରେ ମୁଖ୍ୟ ଭୂମିକା ତୁଲାଇଥିବା ଡକ୍ଟର ଅଟଳ ବିହରୀ ପଣ୍ଡା ।

{"id":215752,"sizeSlug":"large"}

‘ଶଲା ବୁଢାର ବଦଲା’ ହେଉଛି ଏକ ନିଆରା ହୃହୟସ୍ପର୍ଶୀ ସିନେମା । ଲୁପ୍ତପ୍ରାୟ ସଂସ୍କୃତି, ଲୋକସଂସ୍କୃତିକୁ ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଛି । ପଶ୍ଚିମ ଓଡିଶାର ଜନଜୀବନକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଥିବା ବେଳେ ସଙ୍ଗୀତ ଗୁଡିକ ବି ବେଶ୍ ହୃଦୟସ୍ପର୍ଶୀ ହେ।ଇଛି । ଏହି ସିନେମା ସହିତ ରେକର୍ଡ କରିଛନ୍ତି ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ପୂର୍ବରୁ ୧୩ ଟି ଭାରତୀୟ ଭାଷାରେ ଶ୍ରୀ ଜଗନ୍ନାଥ ନାମକ ଚଳଚ୍ଚିତ୍ର ନିର୍ମାଣ କରି ଏକ ଅନନ୍ୟ ରେକର୍ଡ କରିଥିବା ବେଳେ ଓଡିଶାର ପ୍ରଥମ ଏବଂ ଭାରତର ଦ୍ବିତୀୟ ସ୍ଥାନରେ ରହିଛି ଟ୍ରିଲୋଜି ସିନେମା ‘ଶଲା ବୁଢାର ବଦଲା’ ।

{"id":215753,"sizeSlug":"large"}

‘ଶଲା ବୁଢାର ବଦଲା’ କାହାଣୀ ସବ୍ୟସାଚୀ ମହାପାତ୍ରଙ୍କ ବାପା ସ୍ବର୍ଗତଃ କପିଳେଶ୍ବର ମହାପାତ୍ର ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସବ୍ୟସାଚୀ । ତେବେ ପ୍ରଥମ ଦିନରେ ଫିଲ୍ମ ହାଉସଫୁଲ ଚାଲିଥିବା ବେଳେ ଆଗକୁ ଭଲ ଚାଲିବ ବେ।ଲି ପୁରା ଟିମ୍‌ର ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.