କରୋନା କଟକଣା ଯୋଗୁଁ ନିଆଁରେ ପୋଡି ୧୦ ଜଣଙ୍କ ଗଲା ଜୀବନ ? ଚୀନର ଶିନଜିୟାଙ୍ଗ ପ୍ରାନ୍ତରେ ପ୍ରବଳ ବିରୋଧ
26/11/2022 at 7:33 PM

ନୂଆଦିଲ୍ଲୀ: ଚୀନରେ ଦୁଇ ଦିନ ପୂର୍ବରେ ଏକ ଆପାର୍ଟମେଣ୍ଟ ବ୍ଲକରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ହେବା ପରେ ଶୁକ୍ରବାର ରାତିରୁ ଅଶାନ୍ତ ଶିନଜିୟାଙ୍ଗ କ୍ଷେତ୍ରରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ଅଞ୍ଚଳର ଲୋକଙ୍କ ନିଆଁ ଲାଗିବା ପରେ ବି ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ବାହାରକୁ ଯିବାକୁ ଦିଆଗଲା ନାହିଁ। ଏହି କାରଣରୁ ଅନେକ ନିଆଁରୁ ବର୍ତ୍ତି ପାରି ନଥିଲେ ଏବଂ ୧୦ ଜଣଙ୍କ ଜୀବନ ଯାଇଥିଲା।
ୱିୟନ ନ୍ୟୁଜର ରିପୋର୍ଟ ଅନୁସାରେ, ଘଟଣା ପରେ ଏହେ ଶହ ଶହ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଚୀନ ସରକାର ବିରୋଧରେ ନାରାବାଜି କରୁଛନ୍ତି । କମ୍ୟୁନିଷ୍ଟ ସରକାରଙ୍କ କୋଭିଡ କଟକଣାକୁ ବିରୋଧ କରୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ନିଜ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ଶୁକ୍ରବାରଠାରୁ ଚୀନ ଏବଂ ବିଦେଶୀ ଉଭୟ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ପୋଷ୍ଟରେ ଦାବି କରାଯାଇଛି ଯେ ସହରରେ ଦୀର୍ଘ ଦିନରୁ ଲାଗୁ ଥିବା ଲକଡାଉନ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା।ଉରୁମକି ଲୋକମାନେ କୋଭିଡ କଟକଣା ବିରୋଧରେ ରାସ୍ତାକୁ ଓହ୍ଲାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟରେ ଚୀନ ଏକ ମାତ୍ର ଏପରି ଦେଶ ଯେଉଁଠି ଜିରୋ-କୋଭିଡ ନୀତି ଆପଣ ଯାଇଛି। ଅନ୍ୟପଟେ ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନି ୩୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରୟଟର୍ସର ରିପୋର୍ଟ ଅନୁସାରେ, ଅନେକ ଲୋକଙ୍କୁ ୧୦୦ ଦିନ ଯାଏଁ ନିଜ ଘରୁ ବାହାରିବାକୁ ଦିଆଯାଇ ନାହିଁ ।