ଚନ୍ଦ୍ରରେ ଗଚ୍ଛିତ ଅକ୍ସିଜେନ ୮ ବିଲିୟନ ଲୋକଙ୍କୁ ଜୀବିତ ରଖିପାରିବ ୧ଲକ୍ଷ ବର୍ଷ : ଦି କନଭର୍ସେସନ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ ୧୩।୧୧: ପୃଥିବୀର ନିକଟତମ ଉପଗ୍ରହ ଚନ୍ଦ୍ରର ବାୟୁମଣ୍ଡଳ ଅତ୍ୟନ୍ତ ପତଳା। ଏଥିରେ ହାଇଡ୍ରୋଜନ, ନିୟନ ଓ ଅର୍ଗନ ଭଳି ଗ୍ୟାସ୍‌ ରହିଛି। ଏଥିରେ ମାନବ ଅଥବା କୌଣସି ସ୍ତନ୍ୟପାୟୀ ପ୍ରାଣୀ ଆବଶ୍ୟକ କରୁଥିବା ଅକ୍ସିଜେନର ମିଶ୍ରଣ ନାହିଁ। ତେବେ ଚନ୍ଦ୍ରପୃଷ୍ଠରେ ପ୍ରଚୁର ଅକ୍ସିଜେନ ଭରି ରହିଥିବାର ପ୍ରଥମ ଥର ଜଣାପଡିଛି। ଏତେ ପରିମାଣରେ ଅକ୍ସିଜେନ ରହିଛି ଯେ ପୃଥିବୀର ୮ ବିଲିୟନ ଜନସଂଖ୍ୟା ଲାଗି ୧ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନିର୍ବାଧାରେ ଅକ୍ସିଜେନ ଯୋଗାଣ କରିପାରିବ। ଏଥିରେ ଏବେ ଏକ ଅଧ୍ୟୟନର ଗଛିତ ଅକ୍ସିଜେନର ଆହରଣ ଉପରେ ଫୋକସ କରିଛି। ଏ ସମ୍ପର୍କିତ ଏକ ରିପୋର୍ଟ ଦି କନଭରସେସନରେ ପ୍ରକାଶିତ ହୋଇଛି।

ରିପୋର୍ଟ ଅନୁସାରେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ( ନାସା) ଅଷ୍ଚ୍ରେଲିୟ ଅନ୍ତରୀକ୍ଷ ସଂସ୍ଥାନଙ୍କ ସହ ଏକ ନୂଆ ଅନୁବନ୍ଧ କରିଛନ୍ତି। ଏଥିରେ ଅଷ୍ଟ୍ରେଲିଆ ଏକ ରୋଭର ନିର୍ମାଣ କରିବ ଯାହାକୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରାଯିବ। ଏହି ରୋଭର ସେଠାରୁ ମାଟି ସଂଗ୍ରହ କରିବ ଯେଉଁଥିରେ ଅକ୍ସିଜେନ ରହିଛି। ବୈଜ୍ଞାନିକଙ୍କ କହିବା କଥା ହେଲା ଚନ୍ଦ୍ରରେ ଅକ୍ସିଜେନ ଗ୍ୟାସିୟ ଅବସ୍ଥାରେ ନାହିଁ। ଏହା ଏକପ୍ରକାର ଧୂଳି ଯାହାକୁ ରେଜୋଲିଥ କୁହାଯାଉଛି ସେଥିରେ ଫଶି ଯାଇଛି। ଚନ୍ଦ୍ରମାର ରେଜୋଲିଥ ୪୫ ପ୍ରତିଶତ ଅକ୍ସିଜେନରେ ନିର୍ମିତ।

{"id":543393,"sizeSlug":"large","linkDestination":"none"}

ଚନ୍ଦ୍ରର ରେଜୋଲିଥରେ ୧.୪ଟନ ଖଣିଜ ରହୁଛି। ଏଥିରୁ ଅକ୍ସିଜେନର ପରିମାଣ ପାଖାପାଖି ୬୩୦ କେଜି। ମଣିଷ ବଞ୍ଚିବାକୁ ଦୈନିକ ଅନୁନ୍ୟ ୮୦୦ ଗ୍ରାମ ଅକ୍ସିଜେନ ଆବଶ୍ୟକ ରହିଛି। ଏଥିରୁ ୬୩୦ କେଜି ଅକ୍ସିଜେନ ମଣିଷକୁ ପାଖାପାଖି ଦୁଇବର୍ଷ ଅଥବା ଏହାଠାରୁ ଆଉ କିଛିକାଳ ଅଧିକ ଜୀବିତ ରଖିପାରିବ। ଚନ୍ଦ୍ରରେ ରେଜୋଲିଥ ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ଗଭୀର। ଏଥିରୁ ସବୁତକ ଅକ୍ସିଜେନ କାଢି ଅଣାଯାଇପାରିବ। ତେବେ ବୈଜ୍ଞାନିକଙ୍କ ଆକଳନ ବାସ୍ତବିକ ଅଦଭୂତ। ହେଲେବି ସେମାନଙ୍କ ଅଧ୍ୟୟନ କିନ୍ତୁ ରୋଚକ।

ଚନ୍ଦ୍ରର ପୃଷ୍ଠ ଠିକ୍ ପୃଥିବୀ ଭଳି ସିଲିକା, ଆଲୁମିନିୟମ, ଆଇରନ, ମ୍ୟାଗ୍ନେସିୟମ ଓ ଅକ୍ସାଇଡ ଆଦି ଖଣିଜ ଚନ୍ଦ୍ରପୃଷ୍ଠରେ ଭରି ରହିଛି।  ତେବେ ଏଥିରେ ବି ଅକ୍ସିଜେନ ରହିଛି। ଏଥିରେ ଥିବା ଅକ୍ସିଜେନ ସେହି ରୂପରେ ନାହିଁ ଯାହା ଆମ ନିଶ୍ୱାସ ପ୍ରଶ୍ୱାସ ଲାଗି ସିଧାଶଳଖ ଫୁସଫୁସ୍‌କୁ ପହଞ୍ଚିପାରିବ। ଯଦି ଏଥିରୁ ଆମେ ଅକ୍ସିଜେନ ବାହାର କରିପାରିବା ତେବେ ଚନ୍ଦ୍ର ପୃଷ୍ଠରେ ମଣିଷକୁ ଜୀବିତ ରଖିବାକୁ ପର୍ଯ୍ୟାପ୍ତ ହେବ।

{"id":543394,"sizeSlug":"full","linkDestination":"none"}

ଇଲେକ୍ଟ୍ରୋଲେସିସ୍‌ ଦ୍ୱାରା ଆଲୁମିନିୟମରୁ ଅକ୍ସିଜେନ ପୃଥକ କରିହେବ।  ଏହା ଏକ ସିଧାଶଳଖ ପ୍ରକ୍ରିୟା, ହେଲେ ଏଥିପାଇଁ ଶକ୍ତି ଆବଶ୍ୟକତା ଅଧିକ। ତେବେ ଯାହାବି ଦରକାର ସବୁ ପୃଥିବୀରେ ଉପଲବ୍ଧ ଅଛି, କିନ୍ତୁ ସେ ସବୁକୁ ନେଇ ଚନ୍ଦ୍ରପୃଷ୍ଠରେ କାମରେ ଲଗାଇବା ଓ ଚଳାଇବା ଲାଗି ପର୍ଯ୍ୟାପ୍ତ ଶକ୍ତି ଉତ୍ପାଦନ କରିବା ଏବେବି ମଣିଷ ଲାଗି ଏକ ଆହ୍ୱାନ ବୋଲି କୁହାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.