ପ୍ରଶାସନ ନିୟମକୁ ଖୋଲାଖୋଲି ଉଲଂଘନ : ଗୋଟିଏ ଡଙ୍ଗାରେ ଯେତିକି ଯାତ୍ରୀ ସେତିକି ଗାଡି, ପ୍ରଶାସନ ନିୟମ କେବଳ କାଗଜ କଲମରେ

Published By : Prameya-News7 Bureau | June 17, 2019 IST

ପାରାଦୀପ ୧୭/୬ : ପୁର୍ବରୁ ଅନେକ ଥର ଡଙ୍ଗା ବୁଡି ଘଟଣାରେ ଧନ ଜୀବନ ହାନି ହେବାର ନଜିର ରହିଆସିଛି । ତେବେ ଏହାକୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅନେକ ନିୟମ କାନୁନ ଲାଗୁ କରାଯାଇଥିଲେ ମଧ୍ୟ କିଭଳି ଭାବରେ ନିୟମ କାନୁନ କୁ ଖୁଲମ ଖୁଲା ଅପବ୍ୟବହାର କରାଯାଉଛି ଦେଖନ୍ତୁ । 

{"id":124022}

ପାରାଦୀପ ଏକ ବନ୍ଦରଭିତିକ ସହର । ଯେଉଠି ରହିଛି ଅନେକ ଗୁଡିଏ ଶିଳ୍ପ ପ୍ରତିଷ୍ଠାନ । ଆଉ ଏହି ଶିଳ୍ପାନୁଷ୍ଠାନରେ ବିଭିନ୍ନ ଜିଲ୍ଲାରୁ କର୍ମ ଅନେଶ୍ବଣରେ ଲୋକମାନେ ପ୍ରତିଦିନ ଆସିଥାନ୍ତି । ତେବେ ପାରାଦୀପ ନିକଟତର ପଡୋଷୀ ଜିଲ୍ଲା ଭାବେ କେନ୍ଦ୍ରାପଡା ଜିଲ୍ଲାରୁ ମଧ୍ୟ ଅନେକ ଲୋକମାନେ ପ୍ରତିଦିନ ପାରାଦୀପ ଆସିଥାନ୍ତି। ପାରାଦୀପ କେନ୍ଦ୍ରାପଡା ଜିଲ୍ଲାକୁ ଯିବାଆସିବା କରିବା ପାଇଁ ଯଦିଓ ସ୍ଥଳପଥର ବ୍ୟବସ୍ଥା ଥିବା ବଳେ ଖୁବ୍ କମ୍ ସମୟରେ ପାରାଦୀପରେ ପହଁଚିବା ପାଇଁ ପ୍ରବାହିତ ହୋଇଥିବା ମହାନଦୀରେ ଡଙ୍ଗା ରେ ଯାତ୍ରା କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପାରାଦୀପର ମୁଷାଢିଆ ଓ କେନ୍ଦ୍ରାପଡା ଜିଲ୍ଲାର ବାହାକୁଦ ଘାଟ ହିଁ ସବୁ ଲୋକମାନଙ୍କ ପାଇଁ ଏକ ମାତ୍ର ଯାତ୍ରା ସୁବିଧା ।

{"id":124023}

ଏହି ଦୁଇ ଘାଟରେ ପ୍ରତିଦିନ ହଜାର ହଜାର ଯାତ୍ରୀ ପାରାଦୀପ ଓ କେନ୍ଦ୍ରାପଡା ଜିଲ୍ଲାକୁ ଯିବା ଆସିବା କରିଥାନ୍ତି । ସବୁଠାରୁ ବଡ କଥା ହେଉଛି ମହାନଦୀ ଉପରେ ଯାତ୍ରା କରିବାପାଇଁ ଡଙ୍ଗାରେ ଯେତିକି ଯାତ୍ରୀ ଯିବା କରିବା କଥା ତା ଠାରୁ ଅଧୀକ ଯାତ୍ରୀ ଙ୍କୁ ଡଙ୍ଗାରେ ନେବା ଓ ତା ଉପରେ ସୂରକ୍ଷା ପାଇଁ କୌଣସି ଲାଇଫ ଜ୍ୟାକେଟ ନ ରହିବା ତାକୁ ନେଇ ଉଠିଛି ବଡ ପ୍ରଶ୍ନ । ନା ଡଙ୍ଗା ଚାଳକର ଲାଇସେନ୍ସ ଅଛି ନା ଡଙ୍ଗାରେ ଯାତ୍ରୀ ମାନଙ୍କ ପାଇଁ ସୂରକ୍ଷା ସଂରଜାମ ଅଛି । ବେଧଡକ ଭାବେ ପ୍ରଶାସନର ନିୟମକୁ କିଭଳି ଉଲଂଘନ କରାଯାଉଛି ଯାହାର ଉଦାହରଣ ଏଠାରେ ଦେଖିବାକୁ ମିଳିଛି । 

{"id":124024}

ଜଗତସିହଂପୁର ଜିଲ୍ଲାରେ ବିଗତ ଦିନ ମାନଙ୍କରେ ଅନେକ ଥର ଡଙ୍ଗାବୁଡି ଘଟଣା ନଜିର କୁ ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯତବଳେ କୌଣସି ସମୟରେ ଦୁର୍ଘଟଣା ଘଟେ ସେତେବଳେ ସମସ୍ତ ପ୍ରକାର ନିୟମ କୁ ପାଳନ କରାଯାଇଛି କି ନାହିଁ ତାହାର ତଦନ୍ତ ତା ସହିତ ଆଗକୁ ସମସ୍ତେ ଏହି ନିୟମ ପାଳନ କରିବାପାଇଁ ତାଗିଦ , ହେଲେ ଘଟଣାର କିଛି ଦିନପରେ ପୁର୍ବରୁ ଯେମିତି ଚାଲିଥିଲା ଏବେବି ସେମିତି ଚାଲୁଛି । ନାଁ ତଦନ୍ତ ନାଁ ଯାଚଁ ଯେମିତି ଲାଗୁଛି ପ୍ରଶାସନ ନିୟମ କେବଳ କାଗଜ କଲମରେ ସିମିତ ।

{"id":124025}

ଆପଣ ଭଲକରି ଏହି ଦୃଶ୍ୟକୁ ଦେଖନ୍ତୁ ଗୋଟିଏ ଡଙ୍ଗାରେ କେତେ ଯାତ୍ରୀ ଯାଉଛନ୍ତି  ଆଉ କେତେ ଗାଡି ଲଦା ହେଉଛି । ଆଉ ଯଦି ଏ ବିଷୟରେ ଡଙ୍ଗା ଚାଳକ କୁ ପଚରାଯାଏ ଖୁସି ଖୁସିରେ ସବୁକଥା ମାଲିକ ଜାଣିଛନ୍ତି ବୋଲି ପ୍ରକାଶ କରେ । ପରେ ମାଲିକ କୁ ଯୋଗାଯୋଗ କଲେ ମାଲିକ ବାବୁ ଫୋନ୍ ଉଠାନ୍ତି ନାହିଁ । ଗତକିଛି ଦିନ ତଳେ ନୁଆବର୍ଷରେ ବଣଭୋଜୀ କରିବାପାଇଁ ଡଙ୍ଗା ସାର୍ଯ୍ୟରେ ଯାତ୍ରା କରିଥିଲେ ସତ ହଲେ ଡଙ୍ଗାବୁଡି ଅନେକ ଜୀବନ ଚାଲିଯିବା ଜଗତସିଂହପୁର ଜିଲ୍ଲାରେ ଶୋକଛାୟା ପାଲଟିଥିଲା । ତବେ ଏହିଭଳି ଭାବରେ ଯଦି ଗୋଟିଏ ଡଙ୍ଗାରେ ଏତେ ଲୋକମାନଙ୍କୁ ନେଇ ଯାତ୍ରା କରାଯାଏ ଆଗକୁ ଦୁର୍ଘଟଣା ନ ଘଟିବବୋଲି କିଏ କହିବ । 

{"id":124026}

ଗୋଟିଏ ପଟେ ପ୍ରଶାସନର ନିୟମ କାନୁନ୍ ଲାଗୁ କରିବା ଆଉ ଗୋଟିଏ ପଟେ ନିୟମ କାନୁନ କୁ ଖୁଲମ ଖୁଲା ଉଲଂଘନ କରିବା ଯେମିତି ଲାଗୁଛି ଏ ନିୟମ କେବଳ ନାଁ କୁ ମାତ୍ର ବୋଲି । ତବେ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ପୁର୍ବଭଳି ଡଙ୍ଗା ବୁଡି ଘଟଣା ଆଉ କବେ ଦେଖିବାକୁ ନ ମିଳୁ ।                                                                         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.