ରାତିରେ ଦେଖାଗଲା ଦିନ ପରି ଆଲୋକ, ଉଲକାପିଣ୍ଡ ଖସିବା ଦେଖି ଲୋକେ ଭୟଭୀତ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | February 13, 2023 IST

ନୂଆଦିଲ୍ଲୀ: ରାତିର ଅନ୍ଧାର ଭିତରେ ଯଦି କୌଣସି ଉଜ୍ଜ୍ୱଳ ଆଲୋକ ଦେଖାଯାଏ ତେବେ ତାହା କୌଣସି ବଡ଼ ବିପଦର ସଂକେତ ବୋଲି ଧରାଯାଏ । ସୋମବାର ଭୋର ସକାଳେ ଫ୍ରାନ୍ସ ଉପର ଦେଇ ମଧ୍ୟ ଏହିପରି ଏକ ବଡ଼ ବିପଦ ଗତି କରିଛି । ଫ୍ରାନ୍ସର ଉତ୍ତର ପ୍ରାନ୍ତ ଆକାଶ ଉପରେ ରାତିରେ ଏକ ଉଲକାପିଣ୍ଡ ଦେଖିବାକୁ ମିଳିଛି । ଏହି କାରଣରୁ ରାତିରେ ହିଁ ଦିନର ଆଲୋକ ଦେଖିବାକୁ ମିଳିଥିଲା । ଅନେକ ଲୋକ ଆକାଶରୁ ଖସୁଥିବା ଉଲକାପିଣ୍ଡର ଭିଡିଓ ମଧ୍ୟ କରିଛନ୍ତି । ଆକାଶରୁ ଏହି ଉଲକାପିଣ୍ଡ ଖସିବା ନେଇ ପୂର୍ବରୁ ଆଶଂକା ପ୍ରକାଶ କରାଯାଇଥିଲା । ଅନ୍ତରାଷ୍ଟ୍ରୀୟ ଉଲକା ସଂଗଠନ ଅନୁସାରେ ଖସିଥିବା ଉଲକାପିଣ୍ଡର ନାଁ Sar2667 (CX1) ରଖାଯାଇଥିଲା ।

ଅନ୍ତରାଷ୍ଟ୍ରୀୟ ଉଲକା ସଂଗଠନ ଏହି ଆକାଶରୁ ଉଲକାପିଣ୍ଡ ଖସିବା ଖବର ଉପରେ ମୋହର ମାରିଛି । ଟ୍ୱଟିରେ ଭାରଇଲ ହେଉଥିବା ଭିଡିଓରେ କୁହାଯାଇଛି ଯେ ଫେବ୍ରୁଆରୀ ୧୩, ୨ଟା ୫୯am ମିନିଟ୍ (ଭାରତୀୟ ସମୟ ୮.୨୯am)ରେ ପୃଥିବୀର ବାୟୁମଣ୍ଡଳରେ CX1 ପ୍ରବେଶ କରିଥିଲା । ଉଲକା ସଂଗଠନ ନିଜ ୱେବସାଇଟରେ ଲେଖିଛି ଯେ, ଚନ୍ଦ୍ର ନିକଟରେ ଏକ ଆଲୋକ ଦେଖିବାକୁ ମିଳିଥିଲା । ଉଲକାପିଣ୍ଡ ନିଜର ସମ୍ଭାବିତ ସମୟରେ ହିଁ ଅଗ୍ନି ପିଣ୍ଡୁଳାର ରୂପ ନେଇ ତଳକୁ ଖସିଥିଲା । ଏହି ଉଲକାପିଣ୍ଡ ଖସିବା ନେଇ ପୂର୍ବରୁ ଭବିଷ୍ୟତବାଣୀ କରାଯାଇଥିଲା । ଏହାର ଓସାର ଗୋଟିଏ ମିଟର ଥିଲା, ଏହି କାରଣରୁ ପୃଥିବୀ ପାଇଁ ଏକ ବଡ଼ ବିପଦ ନଥିଲା । କିନ୍ତୁ ଯେତେବେଳେ ଏହା ଲୋକଙ୍କ ଉପର ଦେଇ ଗତି କରିଥିଲା, ସେହି ସମୟରେ ଲୋକମାନେ ଆତଙ୍କିତ ହୋଇଥିଲେ ।

wp:html /wp:html

ଏହି ଉଲକାପିଣ୍ଡ ଫ୍ରାନ୍ସର ରୁଏନ ଆଖପାଖରେ ଦେଖାଗଲା । କିନ୍ତୁ ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ ବେଲଜିୟମ, ନେଦରଲ୍ୟାଣ୍ଡ, ଉତ୍ତର ଫ୍ରାନ୍ସ ଏବଂ ଦକ୍ଷିଣ ଇଂଲଣ୍ଡରେ ମଧ୍ୟ ଏହାର ଆଲୋକକୁ ଦେଖିବାକୁ ମିଳିଥିଲା । ୟୁରୋପୀୟ ସ୍ପେସ୍ ଏଜେନ୍ସି ପକ୍ଷରୁ ଏନେଇ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ଏହି କାରଣରୁ ଅନେକ ଲୋକ ନିଜ କ୍ୟାମେରାରେ ସେହି ଦୃଶ୍ୟକୁ ରେକର୍ଡ କରିବା ପାଇଁ ପ୍ରସ୍ତୁତ ଥିଲେ ।

wp:html /wp:html

ଏହି ଉଲକାପିଣ୍ଡ ମହାକାଶ ଗବେଷଣା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ସପ୍ତମ ଉଲକାପିଣ୍ଡ, ଯାହା ବିଷୟରେ ପୃଥିବୀକୁ ଆସିବା ପୂର୍ବରୁ ସମସ୍ତ ସୂଚନା ରହିଥିଲା । ଏହା ଦର୍ଶାଉଛି ଯେ ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନେ ଅଧିକ ସଫଳ ହେଉଛନ୍ତି । ଏହା ପୂର୍ବରୁ ୨୦୨୨ ନଭେମ୍ୱର ୧୯ରେ କାନାଡାର ଟୋରଣ୍ଟୋରେ ଉଲକାପିଣ୍ଡ ଖସିବାର ୪ ଘଣ୍ଟା ପୂର୍ବରୁ ଘୋଷଣା କରାଯାଇଥିଲା । ପୃଥିବୀରେ ଉଲକାପିଣ୍ଡ ପଡିବା କାରଣରୁ ହିଁ ଡାଇନୋସରଙ୍କ ବିନାଶ ହୋଇଥିଲା । ମଣିଷ ଏହି ବିପଦକୁ ପୂର୍ବରୁ ଜାଣି ସୁରକ୍ଷିତ ରହିବା ପାଇଁ ଲଗାତାର ପ୍ରୟାସ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.