ଅଷ୍ଟ୍ରେଲିଆରେ ବଢୁଛି ହିନ୍ଦୁଙ୍କ ସଂଖ୍ୟା, ୫୦ ପ୍ରତିଶତରୁ କମିଲେ ଖ୍ରୀଷ୍ଟିୟାନ

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଜନସଂଖ୍ୟାରେ ହିନ୍ଦୁ ଏବଂ ମୁସଲିମଙ୍କ ଭାଗିଦାରୀ ଦ୍ରୁତ ଗତିରେ ବଢିବାରେ ଲାଗିଛି। ନୂତନ ଜନଗଣନାର ତଥ୍ୟ ଅନୁଯାୟୀ, ଦେଶରେ ଖ୍ରୀଷ୍ଟିୟାନଙ୍କ ଜନସଂଖ୍ୟା ୫୦ ପ୍ରତିଶତରୁ ହ୍ରାସ ଘଟିଛି। ଏହା ବ୍ୟତୀତ କୌଣସି ଧର୍ମକୁ ମାନୁନଥିବା ନାସ୍ତିକଙ୍କ ସଂଖ୍ୟା ୩୯ ପ୍ରତିଶତ ରହିଛି। ଗତ ବର୍ଷରେ ଏମାନଙ୍କ ସଂଖ୍ୟାରେ ୯ ପ୍ରତିଶତ ବୃଦ୍ଧି ଘଟିଛି। ଅଷ୍ଟ୍ରେଲିଆରେ ପ୍ରତି ପାଞ୍ଚ ବର୍ଷରେ ଥରେ ଜନଗଣନା କରାଯାଏ। ତଥ୍ୟ ମୁତାବକ ଅଷ୍ଟ୍ରେଲିଆର ଜନସଂଖ୍ୟା ୨ କୋଟି ୫୫ ଲକ୍ଷ। ୨୦୧୬ରେ ଦେଶର ଜନସଂଖ୍ୟା ୨ କୋଟି ୩୪ ଲକ୍ଷ ଥିଲା। ଏହି ପରି ଗତ ପାଞ୍ଚ ବର୍ଷରେ ଅଷ୍ଟ୍ରେଲିଆର ଜନସଂଖ୍ୟାରେ ୨୧ ଲକ୍ଷ ବୃଦ୍ଧି ଘଟିଛି।

ଜନଗଣନା ତଥ୍ୟ ମୁତାବକ ଅଷ୍ଟ୍ରେଲିଆରେ ପ୍ରଥମ ଥର ଦେଶରେ ନିଜକୁ ଖ୍ରୀଷ୍ଟିୟାନ କହୁଥିବା ସମୁଦାୟଙ୍କ ସଂଖ୍ୟା ୫୦ ପ୍ରତିଶତ ତଳକୁ ହ୍ରାସ ପାଇ ୪୪ ପ୍ରତିଶତରେ ରହିଛି। ୫୦ ବର୍ଷ ପୂର୍ବେ ଏହି ସଂଖ୍ୟା ୯୦ ପ୍ରତିଶତ ଥିଲା। ଏହା ପରେ ବି ଦେଶରେ ଖ୍ରୀଷ୍ଟିୟାନ ଧର୍ମ ମାନୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଦ୍ଵିତୀୟରେ ୩୯ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନେ କୌଣସି ଧର୍ମରେ ଆସ୍ଥା ରଖନ୍ତି ନାହିଁ।

ଅଷ୍ଟ୍ରେଲିଆରେ ହିନ୍ଦୁ ଏବଂ ମୁସଲମାନଙ୍କ ସଂଖୟା ଦ୍ରୁତ ଗତିରେ ବଢୁଥିବା ଦେଖିବାକୁ ମିଳିଛି। ଦୁଇ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ୩-୩ ପ୍ରତିଶତ ରହିଛି। ଗତ ଜନଗଣନା ସହ ତୂଳନା କଲେ ଜଣା ପଡୁଛି ଯେ, ଦୁଇ ଧର୍ମର ଲୋକଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ୨୦୧୬ରେ ଅଷ୍ଟ୍ରେଲିଆରେ ହିନ୍ଦୁଙ୍କ ଜନସଂଖ୍ୟା ୧.୯ ଏବଂ ମୁସଲିମ ଜନସଂଖ୍ୟା ୨.୬ ପ୍ରତିଶତ ଥିଲା। ଏହାକୁ ଦେଖିଲେ ହିନ୍ଦୁ ଜନସଂଖ୍ୟାରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.