ମାର୍କେଟ୍‌ କମ୍ପ୍ଲେକ୍ସରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ, ଜଣେ ଅଟକ

Published By : Prameya-News7 Bureau | August 07, 2022 IST

ବ୍ରହ୍ମପୁର, ୦୭/୦୮: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଏକ କଂପ୍ଲେକ୍ସରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗୁଟଖା ଜବତ କରିଛି ପୁଲିସ୍ । ବିନାୟକ ଭବନ ଗଣେଶ କଂପ୍ଲେକ୍ସରୁ ଏହା ଜବତ କରାଯାଇଛି । ବିଭିନ୍ନ ବ୍ରାଣ୍ଡର ୨୬ ବସ୍ତା ଗୁଟୁଖା ଏଠାରେ ଗଚ୍ଛିତ ଥିଲା। ପ୍ରତି ବ୍ୟାଗରେ ୩୦ କିଲୋ ଗୁଟଖା ଥିବା ବେଳେ ମୋଟ  ୭୮୦ କିଲୋ ଗୁଟୁଖା ଜବତ କରିଥିବା ପୁଲିସ୍ ସୂଚନା ଦେଇଛି । ଗୁଟଖା ସହ ଗୁଟୁଖା ପ୍ରସ୍ତୁତ ଉପକରଣ ସାମଗ୍ରୀକୁ ମଧ୍ୟ ପୁଲିସ୍ ଜବତ କରିଛି । ଏଥିରେ ଜଡ଼ିତ ଟୁକୁନା ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.