ଜାଲରେ ପଡିଲା ୭କ୍ବିଣ୍ଟାଲ ଓଜନର ମଗର ମାଛ : ୧ଲକ୍ଷ ୭୦ହଜାରରେ ହେଲା ବିକ୍ରି
22/12/2020 at 2:47 PM

ଭୋଗରାଇ ୨୨।୧୨: ବିଶାଳକାୟ ଶଙ୍କର ମଗର ମାଛ ଜାଲରେ ପଡିଛି । ମାଛର ଓଜନ ୭ କ୍ବିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୀମାନ୍ତ ପଶ୍ଚିମବଙ୍ଗ ଦିଘା ମାଛ ଧରା ମୁହାଁଣ ମୁହଁରେ ଏହି ବିଶାଳକାୟ ଶଙ୍କର ମଗର ମାଛ ଧରାପଡିଛି । ଏହି ମାଛକୁ ୧ ଲକ୍ଷ ୭୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି । କଲିକତାର ଏକ କମ୍ପାନୀ ଏହାକୁ କ୍ରୟ କରିଛି । ମାଛଟି ଏତେ ବଡ ଥିଲା ଯେ ତାକୁ କାଟି କରି ନେବାକୁ ପଡିଛି ।
ସୋମବାର ଗଙ୍ଗାମାତା ନାମକ ଏକ ମାଛ ଧରା ଟ୍ରଲର ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା । ସେହି ସମୟରେ ଜାଲରେ ପଡିଥିଲା ଏହି ବିଶାଳକାୟ ଶଙ୍କର ମାଛ । ଏହି ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡି ଜମିଥିଲା ।