ଏସିଆର ସବୁଠାରୁ ବଡ଼ ଫଳ ପରିବା ବଜାର ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ; ହୁତ ହୁତ ହୋଇ ଜଳୁଛି ପୂରା ମାର୍କେଟ୍
29/09/2023 at 7:38 PM

ନୂଆଦିଲ୍ଲୀ: ଏସିଆର ସବୁଠାରୁ ବଡ଼ ଫଳ ପରିବା ବଜାର ଦିଲ୍ଲୀର ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ। ହୁତ ହୁତ ହୋଇ ଜଳୁଛି ପୂରା ବଜାର। ନିଆକୁ ଆୟତ କରିବାରେ ଲାଗିପଡ଼ିଛନ୍ତି ଦମକଳବାହିନୀ। ଘଟଣା ସ୍ଥଳରେ ୧୦ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଶୁକ୍ରବାର ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ପରିବାର ବଜାର ଜଳିଯାଇଛି।
ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ବଜାରରେ ଥିବା ଏକ ଟମାଟୋ ଗଚ୍ଛିତ ଦୋକାନରୁ ପ୍ରଥମେ ନିଆଁ ଲାଗିଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ନିଆଁ ଲାଗିଥିବା ବେଳେ କ୍ଷଣିକ ମଧ୍ୟରେ ପୂରା ବଜାରକୁ ନିଆଁ ବ୍ୟାପିଯାଇଥିଲା। ଉକ୍ତ ଅଞ୍ଚଳରେ ପ୍ରବଳ ଧୂଆଁର ବାତାବରଣ ଦେଖା ଦେଇଛି।
Related Posts
ବେଆଇନ ଗର୍ଭପାତ କରି ଡାକ୍ତର ଗିରଫ; ୯୦୦ରୁ ଅଧିକ କରିଛନ୍ତି ଭୃଣ ହତ୍ୟା
28 November 2023
ସରିଲା ୫୨ ମିଟର ଭର୍ଟିକାଲ ଡ୍ରିଲିଂ; ପାଇପ୍ ଭର୍ତ୍ତି ପରେ ଉଦ୍ଧାର ହେବେ ଶ୍ରମିକ
28 November 2023