ନୂଆଦିଲ୍ଲୀ ୧୦।୭: ଦେଶରେ ସୁନା ଦର ପୁଣି ହ୍ରାସ ହୋଇଛି। ଏବେ ବିବାହ ଋତୁ ସୁନା ଦର ବଢିବା ବଦଳେ କମିବାରେ ଲାଗିଛି। ଦର ହ୍ରାସ ଯୋଗୁ କମଡିଟି ମାର୍କେଟରେ ମୂଲ୍ୟ ମଧ୍ୟ ବଦଳିଛି। ତେବେ ଏହି ଦର ହ୍ରାସ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦେଖାଯାଇଛି। ଜୁଲାଇ ପ୍ରଥମ ସପ୍ତାହରେ ସୁନା ଦର ବଢିବ ବୋଲି ଆକଳନ କରାଯାଉଥିଲା। ହେଲେ ଆକଳନ ଏବେ ଭୁଲ ପ୍ରମାଣିତ ହୋଇଛି। ଭାରତରେ ସୁନାର ଚାହିଦା ଏବେ ଉଚ୍ଚା ଥିବା ବେଳେ ଦରରେ ସେପରି ଖାସ ପରିବର୍ତ୍ତନ ଦେଖାଯାଉ ନାହିଁ।
୧୦ ଜୁଲାଇ ବୁଧବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ୭୩,୧୯୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ ସୁନା ୬୭୦୯୦ ଦରରେ କାରବାର ହେଉଛି। ସୁନା ଦର ଲଗାତାର ହ୍ରାସ ହେବା ପଛରେ ଗ୍ଲୋବାଲ ବଜାରର ଦର ଓ ଡଲାରର ସ୍ଥିରତା ବୋଲି କୁହାଯାଉଛି। ଏହା ଛଡା ମଧ୍ୟପ୍ରାଚ୍ୟ ଉତ୍ତେଜନାରେ ସେପରି କୌଣସି ପରିବର୍ତ୍ତନ ନଥିବାରୁ ଭାରତରେ ଚାହିଦା ଅଧିକ ଥିଲେ ବି ସୁନା ଦର ବଢି ପାରୁ ନାହିଁ।
୧୦ ଜୁଲାଇ ବୁଧବାର ଚେନ୍ନାଇରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୩,୮୪୦ ଟଙ୍କାରେ କାରବାର ହେଉଥିଲା ବେଳେ ୨୨ କ୍ୟାରେଟ ସୁନା ୬୭,୬୯୦ ଟଙ୍କାରେ କାରବାର ହେଉଛି। ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ୭୩,୧୯୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ ସୁନା ୬୭,୦୯୦ ଟଙ୍କାରେ କାରବାର ହେଉଛି। କୋଲକାତା ଓ ଭୁବନେଶ୍ୱର ଦର ମୁମ୍ବାଇ ସହ ସମାନ ଥିବା ବେଳେ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୩,୩୪୦ରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୬୭ହଜାର ୨୪୦ରେ କାରବାର ହେଉଛି।