ଖସିଲା ସେନସେକ୍ସ, ଗୋଟିଏ ଦିନରେ ନିବେଶକ ହରାଇଲେ ୨.୫୨ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | April 12, 2024 IST

ମୁମ୍ବାଇ ୧୨।୪: ବମ୍ବେ ଷ୍ଟକଏକ୍ସଚେଞ୍ଜ (ବିଏସଇ) ସେନସେକ୍ସରେ ଶୁକ୍ରବାର ୭୯୩.୨୫ ଅଙ୍କର ଭାରି ହ୍ରାସ ଯୋଗୁ ନିବେଶକଙ୍କ ୨.୫୨ଲକ୍ଷ କୋଟି ଟଙ୍କା ବୁଡି ଯାଇଛି। ୩୦ ସେୟାର ଆଧାରିତ ସେନସେକ୍ସ ୭୯୩.୨୫ ଅଙ୍କ ଅର୍ଥାତ ୧.୦୬ପ୍ରତିଶତ ହ୍ରାସ ସହିତ ୭୪,୨୪୪.୯୦ ଅଙ୍କରେ ବନ୍ଦ ହୋଇଛି। ଫଳରେ ବିଏସଇରେ ସୂଚୀବଦ୍ଧ କମ୍ପାନୀମାନଙ୍କ ବଜାର ପୁଞ୍ଜିକରଣ ( ମାର୍କେଟ୍ କ୍ୟାପିଟାଲ) ୨,୫୨,୩୦୧.୧୬ କୋଟି ଟଙ୍କା ହ୍ରାସ ହୋଇ ୩,୯୯.୬୭,୦୫୧.୯୧ କୋଟି ଟଙ୍କା ଅର୍ଥାତ ୪.୭୯ଲକ୍ଷ କୋଟି ଡଲାର  ହୋଇଯାଇଛି।

ମେହେଟ୍ଟା ଇକ୍ୱିଟିଜ ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ ପ୍ରଶାନ୍ତ ତାପସେ କହିଛନ୍ତି ଯେ ଜାରି ଆର୍ଥିକ ବର୍ଷରେ ବଜାର ଆମେରିକା ଫେଡେରାଲ ରିଜର୍ଭ ଦ୍ୱାରା ୩ଟି ସୁଧହାର ହ୍ରାସର ଅପେକ୍ଷା କରୁଥିଲା। ତେବେ ନିକଟରେ ଉଚ୍ଚ ମୁଦ୍ରାସ୍ପିତି ତଥ୍ୟ ଧାରଣାକୁ ପ୍ରଭାବିତ କରିଛି। ତାପସେ କହିଛନ୍ତି ଯେ ଏହାର ଅର୍ଥ ଏବେ ଏଇଆ ବୁଝାଯିବ ଯେ ଫେଡେରାଲ ରିଜର୍ଭଙ୍କ ଦର ହ୍ରାସ ନିମନ୍ତେ ଅପେକ୍ଷା ଏବେ ଦୀର୍ଘ ହେବ। ଆମେରିକାରେ ମୁଦ୍ରାସ୍ପିତି ବଢିବା ଯୋଗୁ ଭାରତୀୟ ବଜାରରେ ବିକ୍ରି ଦେଖାଯାଇଛି। ଅଶୋଧିତ ତୈଳ ଦର ବୃଦ୍ଧି ସାଙ୍ଗକୁ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ଏହି ଧାରଣାକୁ ଦୁର୍ବଳ କରିଛି।  

ଆମେରିକାର ମୁଦ୍ରାସ୍ପିତି ହାର ଏବେ ଅନୁମାନରୁ ଉପରେ ରହିଛି। ଏଣୁ ଫେଡେରାଲ ରିଜର୍ଭଙ୍କ ଇଣ୍ଟରେଷ୍ଟ ରେଟ୍ ହ୍ରାସ ଆକଳନ କମ୍‌ ହୋଇଛି। ତେବେ ଫେଡ୍ ଯଦିବି ସୁଧ ହାର ହ୍ରାସ କରନ୍ତି ତାହା ଜୁନ ପରେହିଁ ସମ୍ଭବ ହୋଇପାରେ। ଏହି ଖବର ପ୍ରସାରିତ ହେବା ପରେ ଏହାର ପ୍ରଭାବ ଆମେରିକା ସମେତ ବୈଶ୍ୱିକ ସେୟାର ବଜାର ଉପରେ ପଡିଛି। ଫଳରେ ସବୁଠାରେ ହ୍ରାସ ଦେଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.