ଚନ୍ଦ୍ରଭାଗାରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କଲେ ପର୍ଯ୍ୟଟକ, କୋଣାର୍କରେ ପ୍ରବଳ ଭିଡ

Published By : Prameya-News7 Bureau | January 01, 2020 IST

କୋଣାର୍କ ୧।୧: କୋଣାର୍କ ଚନ୍ଦ୍ରଭାଗାଠାରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ୨୦୨୦ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ ଉଦୟକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା ।

{"id":205305,"sizeSlug":"large"}

କୋଣାର୍କରେ ରାତି ତମାମ ପର୍ଯ୍ୟଟକମାନେ ନୂଆ ବର୍ଷ ସେଲିବ୍ରେଟ୍ କରିବା ସହିତ ଭୋର ୪ଟାଠାରୁ ଚନ୍ଦ୍ରଭାଗାଠାରେ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ କିରଣ ଦର୍ଶନ ପାଇଁ ଅନାଇ ବସିଥିଲେ । ପ୍ରବଳ କୁହୁଡି ଓ ବାଦଲ ଯୋଗୁଁ ସୂର୍ଯ୍ୟଙ୍କୁ ଦର୍ଶନରେ ବିଳମ୍ବ ହୋଇଥିଲା ।

{"id":205307,"sizeSlug":"large"}

ନୂତନ ବର୍ଷରେ ସୂର୍ଯ୍ୟ ୬ ଟା ୨୨ ମିନିଟରେ ଉଦୟ ହେବାପରେ ହରିବୋଲ ଓ ହୁଳହୁଳିରେ ପରିବେଶ କମ୍ପିଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଚନ୍ଦ୍ରଭାଗା ବେଳାଭୂମିରେ ।

{"id":205306,"sizeSlug":"large"}

ସମୁଦ୍ରରେ ଗାଧୋଇବା ସହ ସୂର୍ଯ୍ୟ ଉଦୟ ପରେ ଦୀପ ଦାନ କରି ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଥିଲେ ପର୍ଯ୍ୟଟକ । ୨୦୨୦ ନୂତନ ବର୍ଷ ସୂର୍ଯ୍ୟଙ୍କ ସୁନେଲି କିରଣର ଆଲୋକ ପରି ଦେଶବାସୀ ଓ ସାରା ବିଶ୍ବକୁ ଶାନ୍ତି ଓ ପ୍ରଗତିର ବର୍ଷ ହେଉ ବୋଲି ପର୍ଯ୍ୟଟକ କହିଥିଲେ । ଏପଟେ ନୂତନ ବର୍ଷରେ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.