ଅନ୍‌ଲାଇନ୍‌ରେ ମଗାଇଥିଲେ ପନୀର, କାଟିବା ପରେ ବାହାରିଲା ଏମିତି କିଛି...

Published By : Prameya-News7 Bureau | April 10, 2024 IST

ମୁମ୍ୱାଇ ୧୦/୦୪: ଏବେର ସମୟ ଫଟାଫଟ୍ । ହାତ ପାହାନ୍ତରେ ସମସ୍ତଙ୍କର ଦରକରା ସବୁ ଜିନିଷ । ଖାସ୍ କରି ଘରେ ବସି ବାହାର ଅର୍ଡର କରି ମଗାଇବା ଏବେ ପାଲଟିଗଲାଣି ଫ୍ୟାସନ । ଘରେ ଘରେ ଚାଲୁଛି ଏବେ ବ୍ୟବସ୍ଥା । ଆଉ ଯଦି ଅନ୍‌ଲାଇନରେ ଜିନିଷ ମଗେଉଛନ୍ତି ତେହେଲେ ହୋଇଯାଆନ୍ତିୁ ସାବଧାନ । ଆପଣ ବି ହୋଇପାରନ୍ତି ଠାକାମିର ଶିକାର । 

କାରଣ ଏମିତି ଠକାମିର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି । ଯାହାର ବିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ । ବ୍ୟକ୍ତି ଜଣଙ୍କ ଅନ୍‌ଲାଇନ୍‌ରେ ମଗାଇଥିଲେ ପନୀର । ହେଲେ ସେଥିରୁ ପନୀର ନବାହାରି ବାହାରିଥିଲା ଆଉ କିଛି । ଏହି ଭିଡିଓ ଦେଖିବା ପରେ ସମସ୍ତ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ ଚକିତ । 








@satpalaman2 ନାମକ ଆଇଡିରୁ ଏହି ଭିଡିଓ ସେୟାର ହୋଇଛି । ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡିଛି ଜଣେ ବ୍ୟକ୍ତି ଅନଲାଇନରେ ଅର୍ଡର କରିଥିଲେ ୫ କେଜିର ପନୀରି । ଅର୍ଡର ଆସିବା ପରେ ହାତରେ ଧରିବାରୁ ଅଧିକ ଓଜନ ଲାଗିଲା । ଓଜନ ଅଧିକ ଥିବାରୁ ତାଙ୍କୁ ଏହା ଅଜବ ଗଜବ ପରି ମନେହେଲା । 

ସଂଗେ ସଂଗେ ସେ ଏହାକୁ କାଟିବାରୁ ଜଣାପଡିଥିଲା କି ସେଥିରେ ପନୀର ନାହିଁ ଆଉ କିଛି ଅଛି । ଅର୍ଥାତ୍ କାଟିବାରୁ ଜଣାପଡିଥିଲା ସେଥିରେ ପଥର ଅଛି । ସଂଗେ ସଂଗେ ସେ ଏହାକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏଥିରୁ ଜଣାପଡିଥିଲା ଯେ, ଠକାମୀର ଶିକାର ହୋଇଛନ୍ତି । ଏହି ଭିଡିଓଟି କେଉଁଠିକାର ତାହା ଜଣାପଡିନି । କିନ୍ତୁ ଭାଇରାଲ ଭିଡିଓ ବୟାନ କରୁଛି ଅନେକ କିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.