ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପାକିସ୍ତାନରେ ପୁଣି ବିସ୍ଫୋରଣ: ବାରୁଦ ଧୂଆଁରେ ଆକ୍ତାମାକ୍ତା କ୍ୱେଟା ସହର, ଏକାଧିକ ଆହତ

5/02/2023 at 3:43 PM

ଇସ୍‌ଲାମାବାଦ: ପାକିସ୍ତାନରେ ପୁଣି ବିସ୍ଫୋରଣ। ବାରୁଦ ଧୁଆଁରେ ଆକ୍ତାମାକ୍ତା ବଲୋଚିସ୍ତାନର କ୍ୱେଟ୍ଟା ସହର। ରବିବାର ସକାଳେ କ୍ୱେଟ୍ଟାରେ ବିସ୍ଫୋରଣ ହେବାରୁ ୫ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନ ନ୍ୟୁଜ୍ ସାଇଟ୍‌ ଦି ଡନ୍‌ର ସୂଚନା ଅନୁସାରେ ଏଫ୍‌ସି ମୁସା ଚେକ୍‌ପଏଣ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କ୍ୱେଟ୍ଟାର ଏକ ସୁରକ୍ଷିତ ସ୍ଥାନରେ ବିସ୍ଫୋରଣ ହୋଇଛି। ପୁଲିସ ମୁଖ୍ୟାଳୟ ଏବଂ କ୍ୱେଟ୍ଟା କାଣ୍ଟୋନମେଣ୍ଟ ନିକଟରେ ବିସ୍ଫୋରଣ ହୋଇଥିବା ଖବର ପ୍ରକାଶ ପାଇଛି। ବିସ୍ଫୋରଣ ସମୟରେ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତେବେ ଆହତମାନଙ୍କୁ କ୍ୱେଟ୍ଟାର ସିଭିଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ୱେଚ୍ଛା ସେବୀ ସଂଗଠନ ‘ଇଧି’ କର୍ମଚାରୀ ଜୀଶନ ଅହମଦ କହିଛନ୍ତି। ବିସ୍ଫୋରଣ ପରେ ଜୀଶନ ଅହମଦ ଉକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି।  

ବିସ୍ଫୋରଣ ଖବର ପାଇବା ପରେ ପାକିସ୍ତାନ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଜୀଶନ ସୂଚନା ଦେଇଛନ୍ତି।

ଗତ ସୋମବାର ପାକିସ୍ତାନର ଉତ୍ତର ପଶ୍ଚିମ ପେଶାୱାର ସହରର ହାଇ ସିକ୍ୟୁରିଟି ଜୋନ୍‌ରେ ଥିବା ଏକ ମସ୍‌ଜିଦ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତାଲିବାନର ଜଣେ ଆତ୍ମଘାତି ଆତଙ୍କବାଦୀ ହେଲ୍‌ମେଟ୍ ପିନ୍ଧି ମ୍‌ସିଜିଦ୍‌ ଭିତରକୁ ପଶିଯାଇ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଏଥିରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୫୦ରୁ ଅଧିକ ଆହତ ହୋଇଥିଲେ। ଏଥିରେ ଅଧିଂକାଶ ପୁଲିସ କର୍ମୀ ଥିଲେ।

ପାକିସ୍ତାନ ପୁଲିସ ଉପରେ ରାଗ ସୁଝାଇବାକୁ ଯାଇ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ। ପାକିସ୍ତାନ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ତେବେ ଏହି ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା।  

   Related Posts