କୋଟିଆରେ ନିର୍ବାଚନ ପାଇଁ ମତଦାନ କେନ୍ଦ୍ର ଯାଞ୍ଚ କରି ଫେରିଲେ ଆନ୍ଧ୍ର ଏସପି

Published By : Prameya-News7 Bureau | March 01, 2024 IST

ପଟ୍ଟାଙ୍ଗି: ଆନ୍ଧ୍ର ପ୍ରଦେଶରେ ଆଗାମୀ ନିର୍ବାଚନ ନିମନ୍ତେ ପୂର୍ବ ପ୍ରସ୍ତୁତି ପ୍ରାରମ୍ଭ କରି ଦେଇଛି। ଏହିକ୍ରମରେ ଆଜି ପାର୍ବତୀପୁରମ ମାନ୍ୟାମ ଜିଲ୍ଲା ପୋଲିସ ଅଧୀକ୍ଷକ(ଏସପି) ବିକ୍ରାନ୍ତ ପାଟିଲ୍ କୋଟିଆରେ ଅନୁପ୍ରବେଶ କରି ଫେରିଛନ୍ତି। ସେ କୋଟିଆ ପଞ୍ଚାୟତର ନେରେଡିୱାଲାସା,ମାଡକାର୍, ଉପରସେମ୍ବୀ ଏବଂ ବିଭିନ୍ନ ଗ୍ରାମ ଗସ୍ତ କରି ନିର୍ବାଚନ କରାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସେ ସାଲୁରୁ ଗ୍ରାମୀଣ ପୋଲିସ୍ ଷ୍ଟେସନ ଅଧିକାରୀଙ୍କ ସହ ଆଗାମୀ ଆନ୍ଧ୍ରପ୍ରଦେଶର ନିର୍ବାଚନ ନିମନ୍ତେ ଉକ୍ତ ଅଞ୍ଚଳରେ ମତଦାନ କେନ୍ଦ୍ରର ଯାଞ୍ଚ କରି ଫେରିଥିବା ନେଇ ଜଣାପଡ଼ିଛି।

wp:heading {"level":4}

Also read- ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଜୋର୍, ସୋସିଆଲ ମିଡିଆରେ ଘୁରି ବୁଲୁଛି ସିଟ୍ ସେୟାରିଂର ଫର୍ମୁଲା

/wp:heading

ତାଙ୍କ ଗସ୍ତ ସାଲୁର ଥାନାର ସିଆଇ ବାଲାକ୍ରିଷ୍ଣା, କୋଟିଆ ସିଆଇ ରୋହିନି ପଥୀ,ସାଲୁର ରୁରାଲ୍ ଏସ୍ ଆଇ ଭେଙ୍କଟା ରାମନା ପ୍ରମୁଖ ଉପସ୍ଥିତ ରହିଥିଲେ। ଗତ ମଙ୍ଗଳବାର ଦିନ କୋଟିଆର ନେରେଡିୱାଲାସା ଗ୍ରାମରେ ଆନ୍ଧ୍ର ପୋଲିସ ଅନୁପ୍ରବେଶ କରିଥିଲା। ଗ୍ରାମଠାରେ ମେଗା ସ୍ଵାସ୍ଥ୍ୟ ଶିବିର ତଥା ଜନ ସମ୍ପର୍କ ଶିବିର ଆୟୋଜନ କରିଥିଲା। ପୋଲିସ ଯୁବକ ମାନଙ୍କୁ ଛତା, ରାସନ ଏବଂ ଭଲିବଲ୍ କିଟ୍ ଆଦି ବଣ୍ଟନ କରିଥିଲା। କବାଡି, ଭଲିବଲ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିଥିଲା।  

ଲୋକଙ୍କୁ ଆନ୍ଧ୍ର ମୁହାଁ କରିବା ନିମନ୍ତେ ଭୋଜି ମଧ୍ୟ ଆୟୋଜନ କରିଥିଲା। ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା କୋଟିଆ ର ବିଭିନ୍ନ ଗ୍ରାମ ର  ୪୦୦ ଜଣ ଲୋକଙ୍କୁ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ମଧ୍ୟ ବଣ୍ଟନ କରିଥିଲା।ବୁଦ୍ଧିଜୀବୀ ମାନେ ବାରମ୍ବାର ଆନ୍ଧ୍ର ପୋଲିସର କୋଟିଆ ମଧ୍ୟରେ ଅନୁପ୍ରବେଶ କରୁଥିବା ଦେଖି ଚିନ୍ତା ପ୍ରକଟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.