ଭୁବନେଶ୍ଵର: ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଉଭୟ ଦଳର ନେତା କିନ୍ତୁ ଏହାକୁ ଖଣ୍ଡନ କରୁଛନ୍ତି । ଆଜି ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ହେବ ବୋଲି ଦମ୍ଭୋକ୍ତି କରିଛନ୍ତି । ସେହିଭିଳ ବିଜେଡି ବିଧାୟକ ନୃସିଂହ ସାହୁ ମଧ୍ୟ ଦିନକ ପୂର୍ବରୁ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । କହିଥିଲେ, ମେଣ୍ଟର ଆବଶ୍ୟକତା ନାହିଁ ବିଜେଡି ଏକାକୀ ଲଢ଼ିବ । କଂଗ୍ରେସ କିନ୍ତୁ ଗୋଳି ପାଣିକୁ ଅପେକ୍ଷା କରି ବସିଛି । ବିଜେଡି-ବିଜେପି ମେଣ୍ଟ ହେଲେ କଂଗ୍ରେସକୁ ଫାଇଦା ହେବ ବୋଲି ଫୁଲ୍ ଆତ୍ମ ବିଶ୍ଵାସରେ ଅଛନ୍ତି କଂଗ୍ରେସ ନେତା ।
wp:heading {"level":4}Also read- ‘ନମୋ’ ଆପ୍ ନିର୍ଦ୍ଧାରଣ କରିବ ବିଜେପି ସାଂସଦଙ୍କ ଭବିଷ୍ୟତ, ପାଖାପାଖି ୮୦ ସାଂସଦଙ୍କ ଟିକେଟ ସଂକଟରେ, ଜାଣନ୍ତୁ ପ୍ରସ୍ତୁତିରେ ରହିଛି ଆଉ କ’ଣ?
/wp:headingଭୋଟ୍ ପୂର୍ବରୁ ଜୋର୍ ଧରିଛି ମେଣ୍ଟ ଚର୍ଚ୍ଚା । ବିଜେଡି-ବିଜେପି ଭିତର ହେବ କି ଆସନ ବୁଝାମଣା ? ସହମତିରେ ନିର୍ବାଚନକୁ ଓହ୍ଲାଇବେ କି ଦୁଇ ଦଳ ? ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ମେନ୍ ଷ୍ଟ୍ରିମ୍ ମିଡିଆ ସବୁଠି ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ଦୁଇ ଦଳର ନେତା କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ଆଜି ରାଜ୍ୟ ବିଜେପିର ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍ ସରକାର । ବିଜେଡି ସମର୍ଥନରେ କି ନାହିଁ ତାହାକୁ ଏଡ଼ାଇ ଯାଇଛନ୍ତି ଲତା । ସେପଟେ ବିଜେଡି ନେତା ମଧ୍ୟ ମେଣ୍ଟ ଚର୍ଚ୍ଚକୁ ଖଣ୍ଡନ କରିଛନ୍ତି । ଦିନକ ପୂର୍ବରୁ ବିଜେଡି ବିଧାୟକ ନୃସିଂହ ସାହୁ କହିଥିଲେ ଯେ, ଆଗାମୀ ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ । ବହୁ ଆସନରେ ଜିତିବ ଦଳ । ମେଣ୍ଟର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ବିଜେଡି ବିଧାୟକ।
{"id":915864,"sizeSlug":"full","linkDestination":"none"}
ନିଆଁ ନଥିଲେ ଧୁଆଁ ଆସିବ କେଉଁଠୁ ? ବିଭିନ୍ନ ଗଣମାଧ୍ୟମରେ ମେଣ୍ଟ ଚର୍ଚ୍ଚା ଅମୂଳକ ନୁହେଁ । କାହାର ନା କାହାର କୌଣସି ସୋର୍ସରୁ ମେଣ୍ଟ କଥା ଲିକ୍ ହୋଇଛି । ଯାହା ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ସାମାଜିକ ଗଣମାଧ୍ୟମରେ ତ ବିଜେଡି ବିଜେପି ସିଟ୍ ସେୟାରିଂ ଅଙ୍କ ବି ଘୁରି ବୁଲୁଛି । ଏହି ସୂଚନା ମୁତାବକ ଲୋକସଭାରେ ବିଜେପି ୧୪, ବିଜେଡି ୭ ଏବଂ ବିଧାନସଭାରେ ବିଜେଡି ୧୦୬ ଏବଂ ବିଜେପି ୪୧ ଆସନ ପାଇଁ ବୁଝାମଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଏଭଳି ଚର୍ଚ୍ଚାକୁ ଆଉ ଟିକେ ବଳ ଦେଇଛି ମାର୍ଚ୍ଚ ୫ରେ ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ।
wp:heading {"level":4}Also read- ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେଲେ ସାମିଲ୍
/wp:headingମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ଆଉ ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଗ୍ରାଣ୍ଡ ୱେରେ ପାଳନ ପାଇଁ ଯୋଜନା ପ୍ରସ୍ତୁତ କରିଛି ବିଜେଡି । ଏମିତିରେ ପ୍ରଧାନମନ୍ତ୍ରୀ ଓଡ଼ିଶା ବାବଦରେ କୌଣସି ବଡ଼ ଘୋଷଣା କରିପାରନ୍ତି ବୋଲି ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ । ସେପଟେ କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ବିଜେଡି-ବିଜେପି ମେଣ୍ଟ ହେଲେ ଫାଇଦା ପାଇବା ଚକ୍କରରେ ରହିଛି କଂଗ୍ରେସ।
ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଗଣିତରେ ଆଗରେ ଥାଇ ବି ତୃତୀୟ ପ୍ରାର୍ଥୀ ବିଜେପିର ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ନିସର୍ତ୍ତ ସମର୍ଥନ ଦେବା, ସମ୍ବଲପୁର ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ କିଛି ନକହିବା ଆଦି ବିଭିନ୍ନ ଘଟଣା ଦେଖିଲେ ଦୁଇ ଦଳ ଭିତରେ ମେଣ୍ଟ ସମ୍ଭାବନାକୁ ପୂରାପୂରି ଏଡ଼ାଇ ଦେଇ ହେବ ନାହିଁ । ତେବେ ଅପେକ୍ଷା ମାର୍ଚ୍ଚ ୫ରେ ମୋଦିଙ୍କ ଓଡ଼ିଶା ଆଗମନକୁ । ସେଦିନ ପ୍ରଧାନମନ୍ତ୍ରୀ କ’ଣ କହୁଛନ୍ତି ତା’ ଉପରେ ନିର୍ଭର କରିବ ଓଡ଼ିଶା ରାଜନୀତି ସମୀକରଣ ।