Lok Sabha Election: ବିଜେପିରୁ ନିର୍ବାଚନ ଲଢିବେ ଯୁବରାଜ ସିଂ, ଅକ୍ଷୟ କୁମାର ଓ ଜୟା ପ୍ରଦା ! ଏହି ଆସନରୁ ମିଳିପାରେ ଟିକେଟ୍

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ପ୍ରାର୍ଥୀ ଚୟନ ନେଇ ଜୋରସୋରରେ ନିଜର ପ୍ରସ୍ତୁତି ଚଳାଇଛନ୍ତି। ଏହା ପୂର୍ବରୁ ସାମ୍ନାକୁ ଆସିଛି ଏକ ବଡ଼ ଖବର। ସୂତ୍ର ମୁତାବକ ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ଅନେକ ସେଲିବ୍ରିଟିଙ୍କୁ ମଇଦାନକୁ ଓହ୍ଲାଇପାରେ। ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କୁ ବିଜେପି ଗୁରୁଦାସପୁରରୁ ପ୍ରାର୍ଥୀ କରିପାରେ। ସେହିପରି ଅଭିନେତା ଅକ୍ଷୟ କୁମାରଙ୍କୁ ଚଣ୍ଡିଗଡ଼ କିମ୍ବା ଦିଲ୍ଲୀ ସିଟରୁ ଟିକେଟ୍ ଦିଆଯାଇପାରେ। ବିଜେପି ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଦକ୍ଷିଣ ଭାରତର କୌଣସି ଆସନରୁ ପ୍ରାର୍ଥୀ କରିପାରେ।

wp:heading {"level":4}

Also read- ଲୋକସଭା ନିର୍ବାଚନ ୨୦୨୪: ବିଜେପି ୧୦୦ ପ୍ରାର୍ଥୀଙ୍କ ସ୍ଥିର କରିଥିବା ସୂଚନା

/wp:heading

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଗୁରୁବାର ବିଳମ୍ବିତ ରାତି ଯାଏଁ ହୋଇଥିଲା। ବୈଠକ ପରେ ଚର୍ଚ୍ଚା ଜୋର ଧରିଛି ଯେ, ବିଜେପି ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନାମ ସାମିଲ। ଏବେ ଦଳୀୟ ସୂତ୍ରରୁ ପ୍ରକାଶ ଯେ, ବିଜେପିର ଅନେକ ସେଲିବ୍ରିଟିଙ୍କୁ ଟିକେଟ୍ ଦେଇପାରେ।

ସେହିପରି ବିଜେପି ବିହାର, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ଆଗାମୀ ଦୁଇ ଦିନରେ ମେଣ୍ଟକୁ ଲାଗି ରହିଥିବା ସମସ୍ୟାର ସମାଧାନ କରିପାରେ। ଆଞ୍ଚଳିକ ଦଳଗୁଡ଼ିକ ସହ ଆଲୋଚନା ପରେ ଶୀଘ୍ର ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହେବ। ପଞ୍ଜାବରେ ଅକାଳି ଦଳ, ଆନ୍ଧ୍ର ପ୍ରଦେଶରେ ଟିଡିପି ଓ ବିହାରରେ ଜେଡିୟୁ, ଏଲଜେପି, ଜିତନରାମ ମାଞ୍ଝୀଙ୍କ  ହମ ଓ କୁଶଓ୍ଵାହା ପାର୍ଟି ସହ ଦଳ ମେଣ୍ଟ କରିପାରେ। ମାର୍ଚ୍ଚ ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ ଯେ, ବିଜେପି କାହାକୁ କେଉଁ ଆସନରୁ ପ୍ରାର୍ଥୀ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.