Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅମ୍ବାନୀ ପରିବାରରେ ଉତ୍ସବର ମାହୋଲ, ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅମୋଲଙ୍କ ନିର୍ବନ୍ଧ ସମ୍ପନ୍ନ

13/12/2021 at 9:54 PM

ମୁମ୍ବାଇ ୧୩/୧୨ : ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅମ୍ବାନୀ ପରିବାର । ମୁକେଶ ଅମ୍ବାନୀ ହୁଅନ୍ତି କିମ୍ବା ଅନିଲ ଅମ୍ବାନୀ । କିଛି ନା କିଛି କାରଣ ପାଇଁ ସର୍ବଦା ଏହି ପରିବାର ବିଷୟରେ ଆଲୋଚନା ହୁଏ । କାରଣ ଅମ୍ବାନୀ ପରିବାର ବାବଦରେ ପ୍ରତିଦିନ କିଛି ନା କିଛି ହେଡଲାଇନ୍‌ ହୁଏ । ଏବେ ଚର୍ଚ୍ଚାରେ ଅନିଲ ଅମ୍ବାନୀଙ୍କ ପରିବାର । ଅନିଲଙ୍କ ବଡ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଇତି ମଧ୍ୟରେ ନିର୍ବନ୍ଧ ହୋଇଛି । ଡିସେମ୍ବର ୧୨ ତାରିଖରେ ନିଜ ଜନ୍ମଦିନରେ କ୍ରିଷ୍ଣା ଶାହାଙ୍କ ସହ ତାଙ୍କର ଏନଗେଜ୍‌ମେଣ୍ଟ ହୋଇଛି ।

ଏ ନେଇ ଜୟ ଅନମୋଲଙ୍କ ବନ୍ଧୁ ଅରମାନ ଜୈନ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ଜୟ ଏବଂ କ୍ରିଷ୍ଣା ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ ଦେଖାଇ ଫଟୋସୁଟ୍‌ କରିଛନ୍ତି । ଜୟଙ୍କ ଜନ୍ମଦିନରେ ମା’ ଟିନା ଅମ୍ବାନୀ ମଧ୍ୟ ଇନଷ୍ଟାରେ ଫଟୋ ପୋଷ୍ଟ କରିଛନ୍ତି ।

ଗତ ୩ ବର୍ଷ ହେଲା ଅମ୍ବାନୀ ପରିବାରରେ କିଛି ନା କିଛି ଉତ୍ସବ ପାଳନ ହେଉଛି । ୨୦୧୮ ମସିହାରେ ପ୍ରଥମେ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ହୋଇଥିଲା । ପରେ ୨୦୧୯ରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗତ ବର୍ଷ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ଅମ୍ବାନୀ ପରିବାର ନୂଆ ଅତିଥିର ନାଁ ରଖିଛନ୍ତି ପୃଥ୍ବୀ ଆକାଶ ଅମ୍ବାନୀ ।

   Related Posts