ଚିରନିଦ୍ରାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କୃଷକ ନେତା ହୃଦାନନ୍ଦ ରାଉତ

Published By : Prameya-News7 Bureau | August 23, 2021 IST

ଭଦ୍ରକ, ୨୩/୦୮ : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କୃଷକ ନେତା ହୃଦାନନ୍ଦ ରାଉତଙ୍କ ପରଲୋକ । ସୋମବାର ୯୪ ବର୍ଷ ବୟସରେ ଭଦ୍ରକ କଲେଇ ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ନିଜ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।

ସ୍ବର୍ଗତଃ ରାଉତ ନିଜ ଅଞ୍ଚଳରେ ବହୁ ସାମାଜିକ କାର୍ଯ୍ୟ କରିବା ମଧ୍ୟରେ ସ୍କୁଲ, ଦେବାଳୟ ଓ ଡାକ୍ତରଖାନା ସ୍ଥାପନ କରିବାରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପରାଧୀନ ଭାରତ ବର୍ଷରେ ସେ ଓଡିଶାର ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଓ ଭଦ୍ରକର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହନିଫ ବାବୁଙ୍କ ସଂସ୍ପର୍ଶରେ ଆସି ଦେଶ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ ।

ଅନ୍ୟପଟେ ସ୍ୱର୍ଗତଃ ରାଉତ ଚାଷୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟର ଜଣେ ଆଗଧାଡ଼ିର କୃଷକ ନେତା ଭାବେ ବହୁ ଆନ୍ଦୋଳନ କରିଥିଲେ । ବାର୍ଦ୍ଧକ୍ୟ ଜନିତ ରୋଗରେ ପଡ଼ି ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏଭଳି ବିଶିଷ୍ଟ ବ୍ୟକ୍ତିଙ୍କ ମୃତ୍ୟୁରେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.