Hollywood ଡେବ୍ୟୁ କରିବେ ହ୍ରିତ୍ୱିକ୍, ବଡ ପ୍ରୋଜେକ୍ଟ ଲାଗି କରିଛନ୍ତି ସ୍ୱାକ୍ଷର

Published By : Prameya-News7 Bureau | March 01, 2020 IST

ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦ୍ୟୁକୋନ ଓ ଡିମ୍ପଲ କାପାଡିଆଙ୍କ ପରେ ବଲିଉଡ୍‌ର ଗ୍ରୀକ୍ ଗଡ ଭାବେ ଜଣାଶୁଣା ହ୍ରୁତ୍ୱିକ ରୋଶନ ଏବେ ହଲିଉଡ୍ ମୁହାଁ ହୋଇଛନ୍ତି। ନିକଟରେ ହ୍ରିତ୍ୱିକ ଏକ ହଲିଉଡ ପ୍ରଜେକ୍ଟ ଲାଗି ସ୍ୱାକ୍ଷର କରିଛନ୍ତି। ଅନ-ଲାଇନ ମିଡିଆ ରିପୋର୍ଟକୁ ବିଶ୍ୱାସକୁ ନିଆଗଲେ ସେ କାଲିଫର୍ଣ୍ଣିଆର ଏକ ଏଜେନ୍ସୀ ସହିତ ବଡ ପ୍ରଜେକ୍ଟରେ କାମ କରିବା ଲାଗି ଚୁକ୍ତିବଦ୍ଧ ହୋଇଥିବା ଜଣାପଡିଛି।

{"align":"center","id":231269,"width":470,"height":365,"sizeSlug":"large"}

ତେବେ ହ୍ରିତ୍ୱିକ୍ ତାଙ୍କର ଏହି ପ୍ରଜେକ୍ଟ ସମ୍ପର୍କରେ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି। ତେବେ ଯାହା ଅନୁମାନ କରାଯାଉଛି ଏହି ପ୍ରୋଜେକ୍ଟ ଜରିଆରେ ସେ ହଲିଉଡର ତାଙ୍କ ଉପସ୍ଥିତି ଜାହିର କରିବାକୁ ଯାଉଛନ୍ତି। ତେବେ ହ୍ରିତ୍ୱିକ୍‌ଙ୍କ ମ୍ୟାନେଜରଙ୍କ ସୂତ୍ରରୁ କିନ୍ତୁ ଏହା ସ୍ପଷ୍ଟ ହୋଇଯାଇଛି। ହ୍ରିତ୍ୱିକ୍ ଗତ ୨୦ ବର୍ଷ ହେଲା ବଲିଉଡକୁ ନୂଆ ଶୈଳୀ, ନୂଆ କାହାଣୀ ଓ ନୂଆ ଅଭିନୟ ଜରିଆରେ ବଲିଉଡକୁ ଆଗକୁ ନେବାକୁ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି।

{"id":231270,"sizeSlug":"large"}

ହ୍ରିତ୍ୱିକ୍‌ଙ୍କ କାର୍ଯ୍ୟସମୀକ୍ଷା କଲେ ୱାର୍କ ଫ୍ରଣ୍ଟରୁ ତାଙ୍କୁ ଶେଷ ଥର ତାଙ୍କୁ ‘ସୁପର ଥାର୍ଟି’ ଓ ‘ୱାର’ରେ ଦେଖାଯାଇଛି। ଉଭୟ ଫିଲ୍ମ ସୁପରହିଟ୍ ହେବା ସାଙ୍ଗକୁ ବକ୍ସ ଅଫିସରେ ମଧ୍ୟ ଭଲ ଆୟ କରିବାକୁ ସକ୍ଷମ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.