ହ୍ରିତିକ୍ଙ୍କ ଗର୍ଲଫ୍ରେଣ୍ଡ ସବାକୁ କରାଗଲା ଟ୍ରୋଲ୍, ୟୁଜର୍ସ କହିଲେ-ଶସ୍ତା କଙ୍ଗନା
11/03/2023 at 11:46 AM

ମୁମ୍ଵାଇ ୧୧।୦୩: ବିଟାଉନ୍ର ଚର୍ଚ୍ଚିତ କପଲ ହ୍ରିତିକ ରୋଶନ ଏବଂ ସବା ଆଜାଦ। ଗତ କିଛି ମାସ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ପ୍ରାୟତଃ ଏକାଠି ନଜର ଆସନ୍ତି। ହ୍ରିତିକ୍ ତାଙ୍କ ଗର୍ଲଫ୍ରେଣ୍ଡକୁ ସମର୍ଥନ କରିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ । ୱେବ୍ ସିରିଜ୍ ‘ରକେଟ୍ ବଏ ୨’ ର ସ୍କ୍ରିନିଂ ସମୟରେ ଦୁହେଁ ନଜର ଆସିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ୟୁଜର୍ସମାନେ ମଧ୍ୟ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି।
ଶୁକ୍ରବାର ଦିନ ମୁମ୍ବାଇରେ ରକେଟ୍ ବଏଜ-୨ ର ସ୍କ୍ରିନିଂର ଗ୍ରାଣ୍ଡ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ୱେବ୍ ସିରିଜର ପୁରା ଷ୍ଟାର୍ କାଷ୍ଟ୍ ଏଥିରେ ଦେଖିବାକୁ ମିଳିଥିଲା । ଅର୍ଜୁନ ରାଧାକ୍ରିଷ୍ଣନ୍, ପରୱାନା ଇରାନୀ, ଜିମ୍ ସରବ, ଦିବେନ୍ଦୁ ଭଟ୍ଟାଚାର୍ଯ୍ୟ, ଇଶ୍ୱାକ ସିଂ ଏବଂ ସବା ଆଜାଦଙ୍କ ସମେତ ଅନ୍ୟ ତାରକାମାନେ ଉପସ୍ଥିତ ଥିଲେ। ହ୍ରିତିକ ରୋଶନ ତାଙ୍କ ଗର୍ଲଫ୍ରେଣ୍ଡ ସବାଙ୍କୁ ସପୋର୍ଟ କରିବାକୁ ଆସିଥିଲେ।
ଇଭେଣ୍ଟରେ ସବାଙ୍କୁ ଦେଖିବା ପରେ ୟୁଜର୍ସମାନେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି। ଜଣେ ଲେଖିଛନ୍ତି- ‘କଙ୍ଗନା ଭଳି ଦେଖାଯାଉଛନ୍ତି। ଅନ୍ୟ ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, ‘ଶସ୍ତା କଙ୍ଗନା ପରି ଦେଖାଯାଉଛନ୍ତି। ବର୍ତ୍ତମାନ ହ୍ରିତିକ ରୋଶନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଫାଇଟର’ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏହି ସିନେମାରେ ତାଙ୍କୁ ଦୀପିକା ପାଦୁକୋନଙ୍କ ସହ ଦେଖିବାକୁ ମିଳିବ।