'ବିକ୍ରମ ବେଧା'ର ହିଟ୍‌ ପାଇଁ ନର୍ଭସ୍‌ ଅଛନ୍ତି ହ୍ରିତିକ୍‌, କହିଲେ-ମୁଁ ବହୁତ ଚିନ୍ତିତ ଅଛି

Published By : Prameya-News7 Bureau | September 28, 2022 IST

ମୁମ୍ଵାଇ ୨୮।୦୯: ବଲିଉଡର 'ଗ୍ରୀକ୍ ଗଡ୍‌' କୁହାଯାଉଥିବା ଅଭିନେତା ହ୍ରିତିକ୍ ରୋଶନ୍ । ବର୍ତ୍ତମାନ ସେ ବିକ୍ରମ ବେଧାର ପ୍ରମୋସନରେ ଖୁବ୍‌ ବ୍ୟସ୍ତ ଅଛନ୍ତି। ବାଣିଜ୍ୟ ବିଶ୍ଳେଷକମାନେ ଆଶା କରୁଛନ୍ତି ଯେ ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍‌ କରିବ। ହ୍ରିତିକ ବେଧାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଏବଂ ତାଙ୍କୁ ତିନୋଟି ଭିନ୍ନ ରୂପରେ ଦେଖିବାକୁ ମିଳିବ। ଫିଲ୍ମର ରିଲିଜ ଡେଟ୍‌ ନିକଟତର ହେବାକୁ ଥିବା ବେଳେ ଏହି ସମୟରେ ହ୍ରିତିକ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ।

ନିକଟରେ ହ୍ରିତିକ ରୋଶନ ଏବଂ ବିକ୍ରମ ବେଧା ନିର୍ଦ୍ଦେଶକ ପୁଷ୍କର- ଗାୟତ୍ରୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କହିଥିଲେ କି ବିକ୍ରମ ବେଧାର କଲେକସନ୍‌କୁ ନେଇ ଅଭିନେତା ଚିନ୍ତିତ ଅଛନ୍ତି । କାହିଁକି ନା ଫିଲ୍ମଟି ଭଲ କାମ କରିବ ନାହିଁ। କିଛି କହିପାରୁ ନାହିଁ । ହ୍ରିତିକ ଆହୁରି କହିଛନ୍ତି, 'ମୁଁ ମୋ ଜୀବନରେ ସର୍ବଦା ଖୁସି ରହିବି। ମୁଁ ଖୁସି ହେବି ଯେ ମୋତେ ବିକ୍ରମ ବେଧା ଭଳି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ମିଳିଛି। ଏକ ଚଳଚ୍ଚିତ୍ର, ଏକ ସ୍କ୍ରିପ୍ଟ ଯାହା ଏତେ ଚମତ୍କାର ଭାବରେ ଲେଖାଯାଇଥିଲା । ଫିଲ୍ମ ରିଲିଜ ହେବା ପରେ ମଧ୍ୟ ମୁଁ ଏହି ଚଳଚ୍ଚିତ୍ର ବିଷୟରେ ଅନେକ ଦିନ ଧରି ଚିନ୍ତା ଜାରି ରଖିବି…। ମୁଁ ପ୍ରକୃତରେ ଏହା ଉପରେ ଏକ କେସ୍ ଷ୍ଟଡି କରିବାକୁ ଚାହେଁ।

କହିବାକୁ ଗଲେ ଯେ ବିକ୍ରମ ବେଧା ହେଉଛି ହ୍ରିତିକ ରୋଶନଙ୍କ ୨୫ ତମ ଚଳଚ୍ଚିତ୍ର । ସୋସିଆଲ ମିଡିଆ ୟୁଜର୍ସମାନେ ଫିଲ୍ମର ଟିଜର, ଟ୍ରେଲର ପୋଷ୍ଟର ଏବଂ ଗୀତକୁ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ତିନିଟି ଲୁକରେ ଦେଖିବାକୁ ମିଳିବ। ହ୍ରିତିକଙ୍କ ବ୍ୟତୀତ ସୈଫ ଅଲି ଖାନ ଏବଂ ରାଧିକା ଆପତେ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ମନେରଖନ୍ତୁ ବିକ୍ରମ ବେଧା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.