ମୁମ୍ବାଇ ୨୨/୨: ଗୁରୁବାର ମୁମ୍ବାଇରେ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ଆଓ୍ବାର୍ଡ଼ସ୍ ୨୦୨୦ ଘୋଷିତ କରାଯାଇଛି। ଏଥିରେ ହ୍ରିତିକ ରୋଶନଙ୍କୁ ତାଙ୍କ ଫିଲ୍ମ ‘ସୁପର ୩୦’ ପାଇଁ ଶ୍ରେଷ୍ଠ ଅଭିନେତାର ଆଓ୍ବାର୍ଡ଼ ଦିଆଯାଇଛି। ବିକାଶ ବେହେଲଙ୍କ ନିର୍ଦେଶନାରେ ହୋଇଥିବା ‘ସୁପର ୩୦’କୁ ଶ୍ରେଷ୍ଠ ଚଳଚିତ୍ରରେ ଘୋଷିତ କରାଯାଇଛି। ଏହି ଫିଲ୍ମ ୨୦୧୯ମସିହା ଜୁଲାଇ ମାସରେ ରିଲିଜ ହୋଇଥିଲା। ଫିଲ୍ମରେ ହ୍ରିତିକ୍ ବିହାରର ଗଣିତଜ୍ଞ ଏବଂ ସୁପର ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରିଥିଲେ।
{"id":227682,"sizeSlug":"large"}ଏହି ସମାରୋହରେ କିଚ୍ଚା ସୁଦୀପଙ୍କୁ ମୋଷ୍ଟ ପ୍ରୋମିସିଙ୍ଗ୍ ଆକ୍ଟର,ଶ୍ରେଷ୍ଠ ଟିଭି ଅଭିନେତ୍ରୀଭାବେ ଦିବ୍ୟଙ୍କା ତ୍ରିପାଠୀ ଏବଂ ଶ୍ରେଷ୍ଠ ଟିଭି ଅଭିନେତା ହର୍ଷଦ ଚୋପ୍ରାଙ୍କୁ ମନୋନୀତ କରାଯାଇଥିଲା। ଏଥିରେ ହ୍ରିତିକ୍ ରୋଶନ୍,ଦିବ୍ୟଙ୍କା ତ୍ରିପାଠୀ,ରଶ୍ମି ଦେଶାଇ,ଦୀୟା ମିର୍ଜା ଏବଂ ମଲାଇକା ଅରୋଡ଼ା ସମେତ ଅନ୍ୟାନ୍ୟ ସେଲିବ୍ରିଟି ସାମିଲ ହୋଇଥିଲେ।