OTTରେ ରିଲିଜ୍‌ ହେବ ଫିଲ୍ମ 'ବିକ୍ରମ ବେଧା', ଏହି ଫ୍ଲାଟଫର୍ମରେ ଦେଖିପାରିବେ ହ୍ରିତିକ୍‌ଙ୍କ ଆକ୍ସନ ଥ୍ରୀଲର

Published By : Prameya-News7 Bureau | December 06, 2022 IST

ମୁମ୍ଵାଇ ୦୬।୧୨: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ହଙ୍କ ଅଭିନେତା ହ୍ରିତିକ ରୋଶନ। ନିକଟରେ ସୈଫ ଅଲି ଖାନ ଏବଂ ହ୍ରିତିକଙ୍କ ଅଭିନୀତ ଫିଲ୍ମ 'ବିକ୍ରମ ବେଧା' ଚଳିତ ବର୍ଷ ସେପ୍ଟେମ୍ବରରେ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରଟି ସମାନ ତାମିଲ ଫିଲ୍ମର ରିମେକ୍ ଅଟେ । ୨୦୧୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଆର ମାଧବନ୍, ବିଜୟ ସେଥୁପାଥି, ଶ୍ରଦ୍ଧା ଶ୍ରୀନଥ, କାଥୀର ଏବଂ ବାରାଲକ୍ଷ୍ମୀ ସାରଥକୁମାର ପ୍ରମୁଖ ଅଭିନୟ କରିଥିଲେ। ଏଥିସହିତ ହ୍ରିତିକ-ସୈଫଙ୍କ ଅଭିନୀତ 'ବିକ୍ରମ ବେଧା' ସେତେ ଧମାଲ୍‌ କରିପାରିଲା ନାହିଁ । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମରେ ମୁକ୍ତିଲାଭ କରୁଛି। ଆସନ୍ତୁ ଜାଣିବା କେଉଁ OTT ରେ 'ବିକ୍ରମ ବେଧା' ଦେଖିବାକୁ ମିଳିବ।

OTT ଷ୍ଟ୍ରିମ୍ ଅପଡେଟ୍ସ ଟ୍ୱିଟରରେ 'ବିକ୍ରମ ବେଧା' ରିଲିଜ୍ ଘୋଷଣା କରିଛି। ଫିଲ୍ମର ଏକ ପୋଷ୍ଟରରେ ସେୟାର କରିଛନ୍ତି ଯେଉଁଥିରେ ହ୍ରିତିକ ଏବଂ ସୈଫ୍ ନଜର ଆସିଛନ୍ତି । ଏହା ସହିତ ଏହା ଲେଖାଯାଇଛି ଯେ ସୈଫ ଅଲି ଖାନ- ହ୍ରିତିକ ରୋଶନ 'ବିକ୍ରମ ବେଧା' (ହିନ୍ଦୀ) ଖୁବ୍ ଶୀଘ୍ର। କେବଳ VOOT ସିଲେକ୍ଟ ଏବଂ ଜିଓ ସିନେମାରେ ପ୍ରସାରିତ ହେବ। ହେଲେ ଏଯାଏଁ ଏହା ତାରିଖ ସ୍ଥିର ହୋଇ ନାହିଁ।

କହିବାକୁ ଗଲେ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ବିକ୍ରମ ବେଧା' (ହିନ୍ଦୀ) କୁ ପୁଷ୍କର ଏବଂ ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ବିକ୍ରମଙ୍କୁ ଘେରିଛି ଯିଏ ଜଣେ ଗ୍ୟାଙ୍ଗଷ୍ଟର ବେଦ ବିରୁଦ୍ଧରେ ଲଢୁଛନ୍ତି। ସୈଫ ଅଲି ଖାନ ବିକ୍ରମ, ହ୍ରିତିକ ରୋଶନ ବେଦ ଭୂମିକାରେ ଅଭିନୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.