କ’ଣ ହ୍ରିତିକ୍‌ଙ୍କୁ ହୋଇଛି ଗମ୍ଭୀର ସମସ୍ୟା ? ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ହେଲେ ସ୍ପଷ୍ଟ

Published By : Prameya-News7 Bureau | January 18, 2023 IST

ମୁମ୍ଵାଇ ୧୮।୦୧: ବଲିଉଡର ଗ୍ରୀକ୍ ଗଡ୍‌ ହ୍ରିତିକ୍ ରୋଶନ୍ । ତାଙ୍କ ଫିଜିକ୍ ପାଇଁ ସେ ବେଶ୍‌ ଜଣାଶୁଣା । ହ୍ରିତିକ ରୋଶନ ନିୟମିତ ୱାର୍କଆଉଟ୍‌ କରନ୍ତି ଏବଂ ସିକ୍ରେଟ୍‌ ଡଏଟ୍‌ ଫଲୋ କରନ୍ତି।  ଯାହା ଦ୍ଵାରା ସେ ଫିଟ୍‌ ରୁହନ୍ତି। ତାଙ୍କ ମସକ୍ୟୁଲାର ବଡି ପାଇଁ ହଜାର ହଜାର ଫ୍ୟାନ୍ସ ଦିୱାନା।  ହ୍ରିତିକଙ୍କ ଫିଟନେସ୍ ତ ଏମିତିରେ ଆଶ୍ଚର୍ଯ୍ୟଜନକ। କିନ୍ତୁ ନିକଟରେ ଯେତେବେଳେ ସେ ଏକ ବୋନ୍‌ ମ୍ୟାରୋ ଟ୍ରାନସପ୍ଲାଣ୍ଟ ସେଣ୍ଟରରେ ପହଞ୍ଚିଥିଲେ। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଥିଲେ।

ଫିଲ୍ମ 'ବ୍ୟାଙ୍ଗ ବ୍ୟାଙ୍ଗ'ର ସୁଟିଂ ସମୟରେ ହ୍ରିତିକ ରୋଶନଙ୍କ ମୁଣ୍ଡରେ ଏକ ଆଘାତ ଲାଗିଥିଲା। ଯାହା ୨ ମାସ ପରେ ଏକ ଅପରେସନ ଦ୍ୱାରା ତାଙ୍କ ମସ୍ତିଷ୍କରୁ ରକ୍ତ ଜମାଟ ହୋଇଥିବାକୁ ସଫଳ ସହ ଅପରେସନ ହୋଇଥିଲା। ହ୍ରିତିକ ରୋଶନଙ୍କୁ ବୋନ୍‌ ମ୍ୟାରୋ ଟ୍ରାନସପ୍ଲାଣ୍ଟ ସେଣ୍ଟର ବାହାରେ ନଜର ଆସିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ତାଙ୍କର ରକ୍ତ ସମ୍ବନ୍ଧୀୟ ସମସ୍ୟା ଥାଇପାରେ। ଯାହା ପାଇଁ ସେ ତାଙ୍କ ଚେକଅପ୍ କରିବାକୁ ଏଠାକୁ ଆସିଥିଲେ। କହିବାକୁ ଗଲେ ପୂର୍ବରୁ ଏକ ସାକ୍ଷାତକାରରେ ହ୍ରିତିକ କହିଥିଲେ ଫିଲ୍ମ 'ୱାର'ର ସୁଟିଂ ସମୟରେ ସେ ଡିପ୍ରେସନରେ ପୀଡିତ ଥିଲେ ଏବଂ ସେହି ସମୟରେ ସେ ଅନୁଭବ କରିଥିଲେ ଯେ ସେ ବଞ୍ଚି ପାରିବେ ନାହିଁ।

ଅଭିନେତା କହିଥିଲେ ଯେ ସେ ଏହି ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ନୁହଁନ୍ତି, ତଥାପି ସେ ଏହାକୁ ହଁ କହିଥିଲେ। ଚଳଚ୍ଚିତ୍ରଟି ଶେଷ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। କହିବାକୁ ଗଲେ ହ୍ରିତିକ ରୋଶନଙ୍କ ପୂର୍ବ ଚଳଚ୍ଚିତ୍ର ଥିଲା 'ବିକ୍ରମ ବେଧା'। ଯାହା ବକ୍ସ ଅଫିସରେ ଅଧିକ ସଫଳତା ପ୍ରଦର୍ଶନ କରିପାରି ନଥିଲା। ଏହି ମେଗା ବଜେଟ୍ ରିମେକ୍ ଫିଲ୍ମ ପରେ ଖୁବ୍ ଶୀଘ୍ର  ହ୍ରିତିକ ତାଙ୍କ ଅପକମିଂ ଫିଲ୍ମ ଫିଲ୍ମ 'ଫାଇଟର୍'ରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.