ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସବାଙ୍କ ସହ ଲିଭ୍‌-ଇନ୍‌ରେ ରହିବେ ହ୍ରିତିକ୍‌, କିଣିଲେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ

19/11/2022 at 9:42 AM

ମୁମ୍ଵାଇ ୧୯।୧୧: ବଲିଉଡ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ସବା ଆଜାଦଙ୍କୁ ଡେଟ କରୁଛନ୍ତି। ହ୍ରିତିକ ଏବଂ ସବା ସେମାନଙ୍କର ସମ୍ପର୍କକୁ ଗ୍ରହଣ କରିଛନ୍ତି ଏବଂ ଉଭୟ ପ୍ରାୟତଃ ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଉଥିବାର ନଜର ଆସୁଛନ୍ତି। କେବଳ ଏତିକି ନୁହେଁ, ସବା ମଧ୍ୟ ତାଙ୍କ ପ୍ରେମିକ ହ୍ରିତିକ ରୋଶନଙ୍କ ସହ ବଲିଉଡ ଇଭେଣ୍ଟ ଏବଂ ପାର୍ଟୀରେ ନଜର ଆସିଛନ୍ତି। କିନ୍ତୁ ବର୍ତ୍ତମାନ ହ୍ରିତିକ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ନେବାକୁ ଚାହୁଁଛନ୍ତି। ହ୍ରିତିକ ତାଙ୍କ ଗର୍ଲଫ୍ରେଣ୍ଡ ସବାଙ୍କ ସହ ରହିବାକୁ ଯୋଜନା କରୁଛନ୍ତି। ଯେଉଁଥିପାଇଁ ସେ ଏକ ଆପର୍ଟମେଣ୍ଟ ମଧ୍ୟ ଦେଖିଛନ୍ତି । ଯାହାର ମୂଲ୍ୟ କୋଟିଏ ଟଙ୍କା।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଦୁହେଁ ଲିଭ୍‌-ଇନ୍‌ରେ ରହିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଉଭୟ ନିଜ ପାଇଁ ଏକ ଲଗଜରୀ ଆପାର୍ଟମଣ୍ଟ ପାଇଁଛନ୍ତି। ହ୍ରିତିକଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ସେ ତାଙ୍କ ଲେଡିଲଭ ସବାଙ୍କ ସହ ଦୀର୍ଘ ସମୟ ରହିବାକୁ ଚିନ୍ତା କରୁଛନ୍ତି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି କି ସବା ଏବଂ ହ୍ରିତିକ ମୁମ୍ବାଇର ‘ମନ୍ନାତ’ ନାମକ ଏକ ବିଲ୍ଡିଂରେ ଥିବା  ଆପାର୍ଟମେଣ୍ଟରେ ରହିବେ। ତାଙ୍କ ଆପାର୍ଟମେଣ୍ଟରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହାର କାମ ସରିବା ମାତ୍ରେ ଏକାଠି ନୂଆ ଘରକୁ ଯିବେ।

ହ୍ରିତିକ ସବାଙ୍କ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆହୁରି କୁହାଯାଇଛି ଯେ ଏହି ଆପାର୍ଟମେଣ୍ଟ ଜୁହୁ ଭର୍ସୋଭା ଲିଙ୍କ ରୋଡରେ ଅବସ୍ଥିତ । ହ୍ରିତିକ ଏହାକୁ ୯୭.୫୦ କୋଟିରେ କିଣିଛନ୍ତି। ଏହି ଆପାର୍ଟମେଣ୍ଟଗୁଡିକ ୧୫ ଏବଂ ୧୬ ମହଲାରେ ଅଛି। ୩୮,୦୦୦ ବର୍ଗଫୁଟ ଉପରେ ବିସ୍ତାର ହୋଇଛି। ଏହା ପୂର୍ବରୁ ହ୍ରିତିକ ୬୭.୫୦ କୋଟି ଟଙ୍କା ଦେଇ ୧୫ ମହଲା ଆପାର୍ଟମେଣ୍ଟ କିଣିଥିଲେ। ସେ ଏହି ଦ୍ୱିତୀୟ ଆପାର୍ଟମେଣ୍ଟରେ ପ୍ରାୟ ୩୦ କୋଟି ଖର୍ଚ୍ଚ କରିଥିଲେ।

   Related Posts