କରୋନା ଦୁଃଖରେ ଫେରିଲା ସୁଖ : ୬ବର୍ଷ ପରେ ଏକାଠି ହେଲେ ହ୍ରିତିକ୍ ସହ ରହିବାକୁ ଆସିଲେ ସୁଜାନ୍

Published By : Prameya-News7 Bureau | March 26, 2020 IST

ମୁମ୍ବାଇ ୨୬/୩: ଛାଡ଼ପତ୍ର ପରେ ହ୍ରିତିକ୍ ରୋଶନ ଏବଂ ସୁଜାନ ଖାନଙ୍କ ବନ୍ଧୁତା ଚର୍ଚ୍ଚାରେ ରହି ଆସୁଥିଲା କିନ୍ତୁ ଏବେ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ସୂଚନା ମିଳିଛି ଯେ ବିବାହ ବିଚ୍ଛେଦର ୬ବର୍ଷ ପରେ ପ୍ରଥମ ଥର ସୁଜାନ୍ ନିଜ ଶ୍ବଶୁର ଘର ଅର୍ଥାତ୍ ହ୍ରିତିକ ରୋଶନଙ୍କ ଘରେ ରହିବାକୁ ଆସିଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ ଉଭୟଙ୍କୁ ଏକାଠି ଦେଖି ହ୍ରିତିକଙ୍କ ଫ୍ୟାନ୍ ବହୁତ ଖୁସି ଅଛନ୍ତି। ଦେଶବ୍ୟାପି ୨୧ଦିନର ଳକଡାଉନ୍ ଚାଲିଥିବାବେଳେ ହ୍ରିତିକ ରୋଶନ୍ ବୁଧବାର ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ଲେଖିଥିଲେ। ଏହା ପରଠୁ ଜଣା ପଡ଼ିଥିଲା ଯେ ପୁଣି ଥରେ ହ୍ରିତିକ ଏବଂ ସୁଜାନ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ବଡ଼ ନିଷ୍ପତ୍ତିର କାରଣ ଜାଣିଲେ ମଧ୍ୟ ବହୁତ ଦୁଃଖ ଲାଗିବ।

{"id":244405,"sizeSlug":"large"}

ପ୍ରକୃତରେ ସୁଜାନ୍ ତାଙ୍କ ଦୁଇ ପୁଅଙ୍କ ପାଇଁ ଏଠାକୁ ଆସିଛନ୍ତି। ସାରା ଦେଶ ଲକଡାଉନରେ ଥିବାବେଳେ ସେ ତାଙ୍କ ପିଲାଙ୍କ ବିନା କିପରି ରହିବେ। ତେଣୁ ସେ ଏହି ନିଷ୍ପତ୍ତି ନେଇଥିଲେ।

{"id":244406,"sizeSlug":"large"}

ହ୍ରିତିକ୍ ଏବଂ ସୁଜାନ୍ ୨୦୦୦ମସିହା ଡିସେମ୍ବର ୨୦ତାରିଖରେ ବିବାହ କରିଥିଲେ। ବିବାହ ପରେ ଏହି ଦମ୍ପତ୍ତିଙ୍କ ଦୁଇ ପୁଅ ରୁହାନ ଏବଂ ରୁଦାନ୍ ହୋଇଥିଲେ। କିନ୍ତୁ ୧୩ବର୍ଷ ଏକାଠି ରହିବା ପରେ ଦୁହେଁ ୨୦୧୩ମସିହାରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।

{"id":244410,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.