ପ୍ୟାରିସ୍‌ରେ ସବାଙ୍କର ଏପରି ଫଟୋ ଉଠାଇଲେ ହ୍ରିତିକ୍, ୟୁଜର୍ସ କହିଲେ-ନ୍ୟାଚୁରାଲ୍ ବ୍ୟୁଟି

Published By : Prameya-News7 Bureau | July 08, 2022 IST

ମୁମ୍ବାଇ ୦୮।୦୭: ହ୍ରିତିକ ରୋଶନ ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି। କହିବାକୁ ଗଲେ ସେ ପ୍ରାୟତଃ ଖୋଲାଖୋଲି ଭାବରେ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ତାଙ୍କ ପ୍ରଶଂସକମାନଙ୍କୁ କିଛି କିଛି ଜାଣିବା ପାଇଁ ସମୟ ସମୟରେ ଫଟୋ ସେୟାର କରିଥାନ୍ତି। ହ୍ରିତିକ୍ ତାଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି । କିନ୍ତୁ କ୍ୟାମେରା ଆଗରେ ଦୁହିଁଙ୍କୁ ସବୁ ବେଳେ ଦେଖିବାକୁ ମିଳେ । ଏବେ ଆଉ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।

wp:html
/wp:html

ନିକଟରେ ହ୍ରିତିକ ରୋଶନଙ୍କ ରୁମର ଗର୍ଲଫ୍ରେଣ୍ଡ୍ ସବା ଆଜାଦ ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଏବଂ କାହା ସହିତ ତାଙ୍କର ସୁନ୍ଦର ମୁହୂର୍ତ୍ତ ବିତାଉଛନ୍ତି ବୋଲି ମଧ୍ୟ କହିଛନ୍ତି । ସବା ଆଜାଦ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ଏବଂ ନିକଟରେ ସେ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ଖୁବ୍‌ ଚମତ୍କାର ଦେଖାଯାଉଥିଲେ । କିନ୍ତୁ କ୍ୟାପସନ୍ ଦେଖି ଲୋକଙ୍କ ଆଖି ହଟୁ ହିଁ ନାହିଁ । ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ହ୍ରିତିକ ରୋଶନ ତାଙ୍କ ଫଟୋ ଉଠାଇଛନ୍ତି। ଯାହା ପରେ ବହୁତ କିଛି କଳ୍ପନା ଜଳ୍ପନା ଚାଲିଛି । ଫଟୋ ଭାଇରାଲ୍‌ ହେବାରେ ଲାଗିଛି ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ହ୍ରିତିକ ରୋଶନଙ୍କୁ ଶେଷ ଥର ପାଇଁ ୨୦୧୯ ଫିଲ୍ମ 'ୱାର'ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ତାଙ୍କୁ ଖୁବ୍ ଶୀଘ୍ର ସୈଫ୍ ଅଲି ଖାନଙ୍କ ବିପକ୍ଷରେ 'ବିକ୍ରମ ବେଧା'ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ଦୀପିକା ପାଦୁକୋନଙ୍କ ସହ ‘ଫାଇଟର’ରେ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.