୧୯ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିବେ ହ୍ରିତିକ୍-କରୀନା ! ଜାଣନ୍ତୁ ଏହି ବିଗ୍ ବଜେଟ୍ ଫିଲ୍ମର ନାମ

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ ୨୭।୦୧ : ବଲିଉଡ୍‌ର କେତକ ଯୋଡି ରହିଛି ଯାହାକୁ ବଡ ପରଦାରେ ଦେଖିବାକୁ ଖୁବ୍‌ କମ୍‌ ମିଳେ । କିନ୍ତୁ ଅନେକ ପ୍ରଶଂସକ ତାଙ୍କୁ ଦେକିବାକୁ ଇଚ୍ଛା ରଖିଥାନ୍ତି । କହିବାକୁ ଗଲେ ବଲିଉଡ୍‌ର କେତେକ ଷ୍ଟାର ଅଛନ୍ତି କ୍ବଚିତ୍‌ ଦେଖିବାକୁ ମିଳିଛନ୍ତି ତ ଆଉ କେତେ ଜଣ ମୋଟ୍ରୁ ଦେଖିବାକୁ ମିଳି ନାହାନ୍ତି ।  ହେଲେ ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ସେମାନଙ୍କର ଚରିତ୍ର ଅନସ୍କ୍ରିନ୍‌ରେ ନିଜର ଜଲୱା ଦେକାଇଛନ୍ତି । କିନ୍ତୁ ଦୀର୍ଘ ସମୟ ଧରି ଏକାଠି ଦେଖା ଯାଉନାହାଁନ୍ତି । ଏପରି ଏକ ମହାନ ଯୋଡି ହେଉଛି ହ୍ରିତିକ ରୋଶନ ଏବଂ କରୀନା କପୁର ଖାନ। ଯାହାକୁ ବଲିଉଡର ଗ୍ରୀକ୍ ଗଡ୍ କୁହାଯାଏ । ଦୁହେଁ ପ୍ରାୟ ୧୯ବର୍ଷ ପୂର୍ବେ 'ମେଁ ପ୍ରେମ୍ କି ଦେୱାନି ହୁଁ' ପିଲ୍ମରେ ଦର୍ଶକଙ୍କ ହୃଦୟ ଜିତିଥିବା ହ୍ରିତିକ୍-କରୀନା ଯୋଡିଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ।

wp:html
/wp:html

ତେବେ ମିଡିଆ ରିପୋର୍ଟ ଅନୁଯାୟୀ ହ୍ରିତିକ-କରୀନାଙ୍କ ଆଗାମୀ ଫିଲ୍ମର ଟାଇଟଲ୍ ହେଉଛି 'ଉଲଜ'। ଏହି ବିଗ୍‌ ବଜେଟ୍‌ ଫିଲ୍ମ ପାଇଁ ଦୁହିଁଙ୍କୁ ଆପ୍ରୋଚ୍‌ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଦୁହେଁ ଫିଲ୍ମରେ କାମ କରିବା ନେଇ କୌଣସି ଘୋଷଣା କରି ନାହାନ୍ତି । କେବଳ ସେମାନେ ନିର୍ମାତାଙ୍କଠାରୁ ଅଫର୍ ଗ୍ରହଣ କରିଛନ୍ତି ସତ ହେଲେ ଏହି ଯୋଡିଙ୍କୁ ଏକାଠି ଦେଖାଯିବ କି ନାହିଁ ତାହା ଉଭୟ ସେଲିବ୍ରେଟିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ।

wp:html
/wp:html

ସୂଚନା ଅନୁଯାୟୀ 'ମେଁ ପ୍ରେମ୍ କି ଦେୱାନି ହୁନ୍' ବ୍ୟତୀତ ହ୍ରିତିକ୍ ଏବଂ କରୀନା କରଣ ଜୋହରଙ୍କ ଫିଲ୍ମ 'କଭି ଖୁସି କଭି ଗମ' ଏବଂ 'ୟାଦେଁ' ଭଳି ଫିଲ୍ମରେ ମଧ୍ୟ ଅଭିନୟ କରି ନଜର ଆସିଥିଲେ । ଦୁହିଁଙ୍କ ପ୍ରଶଂସକମାନେ ଏହି ଖବର ଶୁଣିବାକ ମାତ୍ରେ ଖୁସିର ସୀମା ରହୁନାହିଁ । ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଦେଖିବାକୁ ବାକି ରହିଲା କି ଦୁହେଁ ପରଦାରେ ଦେଖିବାକୁ ମିଳିବେ କି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.