ମୃତ୍ୟୁ ଶଯ୍ୟାରେ ଥିଲେ ମତଦାତା, ଭୋଟ ଦେବାର ଦୁଇ ଘଣ୍ଟା ପରେ ତ୍ୟାଗ କଲେ ଶେଷ ନିଶ୍ୱାସ

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଜଣେ ୧୦୬ ବର୍ଷୀୟ ମତଦାତା ମୃତ୍ୟୁ ଶଯ୍ୟାରେ ରହି ନିଜ ମତାଧିକାର ସବ୍ୟସ୍ତ କରିଛନ୍ତି । ପୋଷ୍ଟାଲ ବ୍ୟାଲେଟ ଜରିଆରେ ଭୋଟ ଦେବାର ଦୁଇ ଘଣ୍ଟା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସଲହନା ଗାଁରେ ଘଟିଛି ଏହିପରି ଏକ ଘଟଣା । ମୃତ୍ୟୁ ଶଯ୍ୟାରେ ରହି ଭୋଟ ଦେବା ପରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବୀରୁ ରାମ ।

ଅଧିକାରୀଙ୍କ କହିବା ଅନୁସାରେ, ବୀରୁ ରାମ ବିଧାନସଭା ନିର୍ବାଚନ ପାଇଁ ଗଠନ କରାଯାଇଥିବା ମୋବାଇଲ ବୁଥ ମାଧ୍ୟମରେ ଗୁରୁବାର ସଂଧ୍ୟାରେ ଭୋଟ ଦେଇଥିଲେ । ଏହାପରେ ଅପରାହ୍ଣ ସାଢେ ଚାରିଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ହିମାଚଳ ପ୍ରଦେଶରେ ଗୁରୁବାର ପୋଷ୍ଟାଲ ଜରିଆରେ  ୭,୮୦୦ ଜଣ ଭୋଟ ଦେଇଥିଲେ। ଏହାପରେ ବ୍ୟାଲେଟ ଭୋଟ ସଂଖ୍ୟା ବଢି ୧୨,8୯୩ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.