ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଛଟେଇ ଘୋଷଣା କଲେ HP Inc, ବିପଦରେ ୪ ରୁ ୬ହଜାର କର୍ମଚାରୀଙ୍କ ଚାକିରୀ

23/11/2022 at 7:07 PM

ନୂଆଦିଲ୍ଲୀ ୨୩।୧୧: କମ୍ପାନୀମାନଙ୍କ ନ୍ୟୁ ହାୟରିଂ ଫ୍ରିଜ ଓ କର୍ମଚାରୀ ଛଟେଇ ଖବର ଏବେ ନିତିଦିନିଆ ହୋଇଗଲାଣି। ତେବେ କର୍ମଚାରୀଙ୍କ ଛଟେଇରେ କମ୍ପ୍ୟୁଟର ଓ ପ୍ରିଣ୍ଟର ମେକର ଏଚପି ମଧ୍ୟ ଯୋଗ ଦେଇଛନ୍ତି। ଏଚପି ଇଂକ୍ ଆଗାମୀ ୩ ବର୍ଷରେ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ବିଶ୍ୱରେ କମ୍ପାନୀରୁ ୪ରୁ ୬ ହଜାର କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି  ଆକଳନ କରାଯାଉଛି।

କୌଣସି ଟେକ୍ନୋଲଜି କମ୍ପାନୀ ପକ୍ଷରୁ ଛଟେଇ ଇଶାରା ଦେବାରେ ଏହା ତାଜା ଖବର। ଏଚପି ଇଂକରେ ହେବାକୁ ଥିବା ଛଟେଇରେ ବର୍ତ୍ତମାନର ମୋଟ ୱାର୍କ ଫୋର୍ସର ଅନୁନ୍ୟ ୧୦ ପ୍ରତିଶତ ଛଟେଇ ହୋଇପାରେ। କମ୍ପାନୀର କଷ୍ଟ କଟିଂ ଯୋଜନାର ଏହା ଅଂଶ ବିଶେଷ। ଏଚପିର ବିକ୍ରି ହ୍ରାସ ଓ ଅର୍ଥ ବ୍ୟବସ୍ଥାରେ ଚିନ୍ତା ଲାଗି କମ୍ପାନୀ କର୍ମଚାରୀ ଛଟେଇ କରିବାକୁ ଯାଉଛି।

କମ୍ପାନୀ ତାର ଚତୁର୍ଥ ତ୍ରୈମାସିକ ରିପୋର୍ଟରେ ମୋଟ ରାଜସ୍ୱର ୧୧.୨ ପ୍ରତିଶତ ହ୍ରାସ ରେକର୍ଡ କରିଥିବା ସୂଚିତ କରିଛି। ଏହାର ବର୍ଷକ ପୂର୍ବରୁ ସମାନ ତ୍ରୈମାସିକରେ କମ୍ପାନୀର ବିକ୍ରି ୧୪.୮ ବିଲିୟନ ଡଲାର ରେକର୍ଡ କରାଯାଇଥିଲା। କମ୍ପାନୀର ଏହି ଛଟେଇ ନିଷ୍ପତ୍ତି ପଛରେ ଡେସ୍କଟପ କମ୍ପ୍ୟୁଟରର କମ ବିକ୍ରି କାରଣ ଦର୍ଶା ଯାଉଛି। ବିକ୍ରି ହ୍ରାସ ଯୋଗୁ ପର୍ସନାଲ କମ୍ପ୍ୟୁଟର କମ୍ପାନୀଙ୍କୁ ନିକଟ ଅତୀତରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।

ଏଚପି ଇଂକ ଅନୁସାରେ କମ୍ପ୍ୟୁଟର ଡିଭିଜନ ସେଲସ୍‌ରେ ୧୩ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଏହା ୧୦.୩ ବିଲିୟନ ଡଲାରକୁ ଖସି ଆସିଛି। ଏଣୁ କମ୍ପାନୀର ମୋଟ କଞ୍ଜ୍ୟୁମର ରେଭିନ୍ୟୁରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି।  

   Related Posts