କେମିତି ହୋଇଥିଲା ପ୍ରଥମ ଲୋକସଭା ନିର୍ବାଚନ , ଗାୟବ ହୋଇଯାଇଥିଲା ୮୦ ଲକ୍ଷ ମହିଳାଙ୍କ ଭୋଟ ?

Published By : Prameya-News7 Bureau | April 09, 2024 IST

ନୂଆଦିଲ୍ଲୀ ୦୯/୦୪:  ଦିନଥିଲା ଗମନାଗମନର ସୁବିଧା ନଥିଲା । ଲୋକେ ଭୋଟଦେବାକୁ ଯାଉଥିଲେ ଶଗଡ ଗାଡିରେ । ଅନେକ ସ୍ଥାନରେ ନଦୀ ପାର୍ ହେଲେ ପଡୁଥିଲା ପୋଲିଂ ବୁଥ୍ । ବିତିଯାଉଥିଲା ଗୋଟେ ଗୋଟେ ଦିନ । ଏସବୁ ସମସ୍ୟା ଭିତରେ ବି ପ୍ରଥମ ଥର ଲାଗି ଅନୁଷ୍ଠିତ ହୋଇଥିଲା ନିର୍ବାଚନ । କାରଣ ଲୋକେ ସେତବେଳେ ନଥିଲେ ଏତେ ଶିକ୍ଷିତ । କେଉଁଟା ଠିକ୍ କେଉଁଟା ଭୁଲ୍ ତାହା ବି ଜାଣିପାରୁନଥିଲେ । ତଥାପି ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଧିକ ଲୋକ କରିଥିଲେ ମତଦାନ । ସରକାର ବି ଗଢାହୋଇଥିଲା, ବିଶ୍ୱ ଜାଣିଥିଲା ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ର ।

୧୯୪୭ରେ ସ୍ୱାଧିନ ହୋଇଥିଲା ଭାରତ ବର୍ଷ । ଇଂରେଜ ଯିବା ପୂର୍ବରୁ କରିଥିଲେ ଅସ୍ଥାୟୀ ସରକାର ବ୍ୟବସ୍ଥା । ସେତେବେଳେ ସରକାର ଚଲାଉଥିଲା କଂଗ୍ରେସ । ଆଉ ପ୍ରଧାନମନ୍ତ୍ରୀ ଥିଲେ ଜବାହାରଲାଲ୍ ନେହରୁ । ସ୍ୱାଧିନତାର ଦୁଇ-ତିନି ବର୍ଷ କଟିଯାଇଥିଲା ସମ୍ବିଧାନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ । କିନ୍ତୁ ୧୯୫୦ରେ ଲାଗୁ ହୋଇଥିଲା ଗଣତନ୍ତ୍ର । ସେହି ସମୟରେ ସ୍ପଷ୍ଟ ହୋଇଥିଲା ଆଗକୁ ହେବ ନିର୍ବାଚନ । ବିଶ୍ୱର ସବୁଠୁ ବଡ ନିର୍ବାଚନ ନେଇ ପ୍ରସ୍ତୁତି ବି ଚାଲିଥିଲା । ନିର୍ବାଚନ ଆୟୋଗ ଗଠନ ସହ ଦେଶର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ସମ୍ଭାଳିଥିଲେ ସୁକୁମାର ସେନ ।

ସେତେବେଳେ ନା ଥିଲା ଏତେ ସଂଖ୍ୟାରେ ରାଜ୍ୟ, ନା ଥିଲା ପ୍ରସଙ୍ଗ । ଫଳରେ ଆସନ ଭାଗବଣ୍ଟା ନେଇ ଛିଡାହୋଇଥିଲା ବଡ ପ୍ରଶ୍ନ । ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବ, କାହାକୁ ସୁଯୋଗ ଦିଆଯିବ ତାହା ଥିଲା ପ୍ରଶ୍ନବାଚୀ । ବଡ କଂଗ୍ରେସ ନେତା କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ହେଲେ ଦୁର୍ବଳ ଶ୍ରେଣୀ ମିଳୁନଥିଲା ସୁଯୋଗ । ତଥାପି କିଛି ଆସନରେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। ଦେଶର ପ୍ରଥମ ନିର୍ବାଚନ ପାଇଁ ମୋଟ ୪୯୯ ଲୋକସଭା ଆସନରେ ହୋଇଥିଲା ଭୋଟିଂ । ଏହାସହ ରାଜ୍ୟସଭା ପାଇଁ ବି ହୋଇଥିଲା ଭୋଟ୍ ।  


ଆସନ ସିନା ସ୍ଥିର ହୋଇଗଲା । କିନ୍ତୁ ନିର୍ବାଚନ କେମିତି ହେବ ତାହା ଥିଲା ବଡ ଚିନ୍ତା । କାରଣ ଦେଶ କେବେବି ଦେଖିନଥିଲା ଏତେ ବଡ଼ ନିର୍ବାଚନ । ଆହୁରି ବି ଲୋକେ ଜାଣିନଥିଲେ କେମିତି ଦିଆଯାଏ ଭୋଟ । ନିର୍ବାଚନ ସମୟରେ ଦେଶରେ ଥିଲେ ୧୭ କୋଟି ଭୋଟର । ଯେଉଁଥିରୁ ୮୦ ପ୍ରତିଶତ ଲୋକଙ୍କୁ ଥିଲେ ନିରକ୍ଷର । ନିର୍ବାଚନ ଆୟୋଗଙ୍କ ପାଇଁ ଏହା ଥିଲା ବଡ ଚ୍ୟାଲେଞ୍ଜ । 

ରାମଚନ୍ଦ୍ର ଗୁହାଙ୍କ ପୁସ୍ତକ 'ଗାନ୍ଧୀ ପରେ ଭାରତ'ରେ ଉଲ୍ଲେଖ ରହିଛି ଯେ, ଦେଶରେ ପ୍ରାୟ ୨.୨୫ ଲକ୍ଷ ମତଦାନ କେନ୍ଦ୍ର ହୋଇଥିଲା ନିର୍ମାଣ । ଲୋକଙ୍କ ଭୋଟ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା ୨୦ ଲକ୍ଷ ବାଲାଟ ବକ୍ସ । ସେହି ସମୟରେ ନଥିଲା କୌଣସି ଇଭିଏମ୍ । ପ୍ରତ୍ୟେକ ଦଳର ନାମ ପାଇଁ ଥିଲା ଅଲଗା ବାକ୍ସ । ଅର୍ଥାତ୍ ଭୋଟର ଯେଉଁ ଦଳ ପାଇଁ ସେ ଭୋଟ୍ ଦେବାକୁ ଚାହୁଁଛନ୍ତି ସେହି ନାମରେ ନାମିତ ବାକ୍ସରେ ଦେବେ ନିଜର ଭୋଟ୍ । ଏଥିପାଇଁ ନିୟୋଜିତ ହୋଇଥିଲେ ୧୭ ହଜାର ଲୋକ । 

ତେବେ ଆଶ୍ଚର୍ଯ୍ୟର କଥା ପ୍ରଥମ ନିର୍ବାଚନରେ ଘଟିଥିଲା ଅଜବ ଘଟଣା । ତାଲିକା ନଥିଲା ପ୍ରାୟ ୮୦ ଲକ୍ଷ ମହିଳାଙ୍କ ନାମ । କାରଣ ସେହି ସମୟରେ ମହିଳାମାନେ ସେମାନଙ୍କ ନା କହିବାକୁ କରୁଥିଲେ କୁଣ୍ଠାବୋଧ । ଫଳରେ ନିର୍ବାଚନ ଆୟୋଗଙ୍କ ପାଇଁ ଏହା ଥିଲା ବଡ ସମସ୍ୟା । ଗୋଟିଏ ସମସ୍ୟାର ସମାଧାନ ସରିନଥିଲା, ମୁଣ୍ଡ ଟେକିଥିଲା ଆଉ ଗୋଟିଏ ସମସ୍ୟା । ତାହାଥିଲା କେମିତି ଦେବ ଭୋଟ୍ । କାରଣ ନଥିଲା କୌଣସି ଏକ୍ସପ୍ରେସୱେ ଇତ୍ୟାଦି ନଥିଲା । ତେଣୁ କେତେକ ଦୁର୍ଗମ ଗ୍ରାମରେ ନୂତନ ସେତୁ ନିର୍ମାଣ କରାଯାଇଥିଲା । ଅନେକ ସ୍ଥାନରେ ତମ୍ବୁ ଟଙ୍ଗାଯିବା ସହ ଯାତାୟତ ପାଇଁ ଚାଲିଥିଲା ସ୍ୱତନ୍ତ୍ର ଡଙ୍ଗା । 

ହିମାଚଳ ପ୍ରଦେଶର ଚିନି ତହସିଲରେ ରହୁଥିବା ଶ୍ୟାମ ସରନ ନେଗି ଦେଇଥିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟ୍ । ୧୯୫୧ ଅକ୍ଟୋବରରେ ହୋଇଥିଲା ସାଧାରଣ ନିର୍ବାଚନ । ଯାହାର ଫଳାଫଳ ଫେବୃଆରୀ ୧୯୫୨ରେ କରାଯାଇଥିଲା ଘୋଷଣା । ପ୍ରଥମ ନିର୍ବାଚନରେ କଂଗ୍ରେସ ଥିଲା ମୁଖ୍ୟ ଦଳ ଥିଲା । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ପ୍ରାୟ ୫୦ଟି ଦଳ । ସବୁକୁ ହରାଇ କଂଗ୍ରେସ ପକ୍ଷରୁ ବାଜି ମାରିଥିଲେ ଜବାହାର ନେହରୁ । ଆଉ ବନିଯାଇଥିଲେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । 

  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.