ନୂଆଦିଲ୍ଲୀ ୨୪।୦୨: ଗୁଜରାଟରେ ନିର୍ମିତ ଦୁନିଆର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମର ନାମ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରଖାଯାଇଛି। ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜରାଟର କ୍ରିକେଟ୍ ମଇଦାନର ନାମକରଣ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରିବା ନେଇ ଟାର୍ଗେଟ୍ କରିଛନ୍ତି। ସେ 'ହମ ଦୋ ହମାରେ ଦୋ' ଉପାଖ୍ୟାନ ଉଲ୍ଲେଖ କରିଛନ୍ତି। ରାହୁଲ ଦାବି କରିଛନ୍ତି, ଷ୍ଟାଡିୟମର ନାମ ପ୍ରଧାନମନ୍ତ୍ରୀଙ୍କ ନାମରେ ହେବା, ପଡିଆର ଦୁଇ ପାର୍ଶ୍ଵର ନାମ କର୍ପୋରେଟ୍ ବ୍ୟକ୍ତିଙ୍କ ନାମରେ ହେବା ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ପୁତ୍ର କ୍ରିକେଟ୍ ପ୍ରଶାସନରେ ସାମିଲ ହେବା ସତ୍ୟକୁ ସାମ୍ନାକୁ ଆଣିଛି।
wp:html/wp:htmlसच कितनी खूबी से सामने आता है।
— Rahul Gandhi (@RahulGandhi) February 24, 2021
नरेंद्र मोदी स्टेडियम
- अडानी एंड
- रिलायंस एंड
जय शाह की अध्यक्षता में!#HumDoHumareDo
ଗାନ୍ଧୀ 'ହମ ଦୋ ହମାରେ ଦୋ' ହ୍ୟାସଟ୍ୟାଗ୍ ସହିତ ଟ୍ଵିଟ୍ କରିଛନ୍ତି ଯେ, ସତ କେମିତି ଭଲ ଭାବେ ସାମ୍ନାକୁ ଆସୁଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ- ଅଦାନୀ ଏଣ୍ଡ ଓ ରିଲାଏନ୍ସ ଏଣ୍ଡ। ପୁଣି ଜୟ ଶାହାଙ୍କ ଅଧ୍ୟକ୍ଷତାରେ। ଗୁଜରାଟ କ୍ରିକେଟ୍ ଷ୍ଟାଡିୟମର ନାମକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ କରାଯିବା ନେଇ ବିବାଦ ଆରମ୍ଭ ହୋଇ ଯାଇଛି। ସରକାର ବୁଧବାର କହିଛନ୍ତି ନାମ ପରିବର୍ତ୍ତନ କେବଳ ମୋଟେରା ଷ୍ଟାଡିୟମରେ ସାମିଲ ରହିଛି ଏବଂ ପୂରା କ୍ରୀଡା ପରିସର ଏବେ ମଧ୍ୟ ସର୍ଦ୍ଦାର ପଟେଲଙ୍କ ନାମରେ ରହିଛି।
{"id":414291,"width":573,"height":319,"sizeSlug":"large","linkDestination":"none"}ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ଵାରା ଅହମ୍ମଦାବାଦରେ ଦୁନିଆର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମର ଉଦ୍ଘାଟନ କରିବା ପରେ ସାମାଜିକ ମିଡିଆରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଟିପ୍ପଣୀରେ କଂଗ୍ରେସର କିଛି ନେତା ଓ ଅନ୍ୟ ବିରୋଧୀ ଦଳଙ୍କ ଟିପ୍ପଣୀ ସାମିଲ ଥିଲା। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ନାମ ପରିବର୍ତ୍ତନ କରିବା ସର୍ଦ୍ଦାର ପଟେଲଙ୍କ ଅନାଦର କରିବା ସହ ସମାନ।