oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେଉଁଠି ଜଳାପୋଡ଼ା ତ କେଉଁଠି ଚକା ଜାମ୍ ! ଫଟୋରେ ଦେଖନ୍ତୁ ଦିନତମାମ ଦେଶରେ କେମିତି ଥିଲା ଚାଷୀଙ୍କ ‘ଭାରତ ବନ୍ଦ’

8/12/2020 at 7:35 PM

ନୂଆଦିଲ୍ଲୀ ୮।୧୨: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନ-୨୦୨୦ ପ୍ରତ୍ୟାହାର ଦାବିରେ ମିଳିତ କୃଷକ ମଞ୍ଚର ମଙ୍ଗଳବାର ଭାରତ ବନ୍ଦ ଆହ୍ୱାନ ଶାନ୍ତିପୂର୍ଣ୍ଣ ଶେଷ ହୋଇଛି। ବନ୍ଦ ଆହ୍ୱାନ ଲାଗି ଦେଶର ବିସ୍ତୃତ ଅଞ୍ଚଳରେ ଦୋକାନ, ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠନ ସବୁ ବନ୍ଦ ରହିଥିବା ବେଳେ ପରିବହନ ଉପରେ ମଧ୍ୟ ବନ୍ଦ ପ୍ରଭାବ ପକାଇଛି। ବିକ୍ଷୋଭକାରୀ ସଡ଼କକୁ ଓହ୍ଲାଇବା ସହ ଟ୍ରେନ ସମେତ ସମସ୍ତ ପ୍ରକାର ପରିବହନ ଦିନତମାମ ଠପ୍ କରିଥିଲେ। 

ତେବେ ଚାଷୀଙ୍କ ବନ୍ଦରୁ ଜରୁରିକାଳୀନ ସେବା ସମେତ ବ୍ୟାଙ୍କମାନଙ୍କୁ ଦୂରରେ ରଖାଯାଇଥିଲା। ଚାଷୀଙ୍କ ଭାରତ ବନ୍ଦ ଆହ୍ୱାନକୁ ସାରା ଦେଶରେ ଟ୍ରେଡ ୟୁନିୟନ ଓ ବିରୋଧୀ ରାଜନୈତିକ ଦଳମାନେ ସମର୍ଥନ କରିଛନ୍ତି। ପଞ୍ଜାବ, ହରିୟାଣା ଭଳି ଚାଷୀ ଆନ୍ଦୋଳନ ଚଳାଇଥିବା ଦିଲ୍ଲୀରେ ମଧ୍ୟ ଜୋରଦାର ବନ୍ଦ ହୋଇଛି। ଚାଷୀଙ୍କ ବନ୍ଦ ଆହ୍ୱାନକୁ ଦୃଷ୍ଟିରେ ରଖି ସରକାର ସାରା ଦେଶରେ ସୁରକ୍ଷା କଡାକଡି କରିଥିଲେ। ହେଲେ ପୋଡାଜଳା, ଭଙ୍ଗାରୁଜାକୁ କୌଣସିଠାରେ ଆୟତ୍ତ କରାଯାଇପାରିନି।

ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଗତ ୧୧ ଦିନ ହେଲା ଅହର୍ନିଶି ଶୀତ କାକରରେ ଜନ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରୁଛନ୍ତି। ଏଣୁ ଚାଷୀଙ୍କ ବନ୍ଦ ଆହ୍ୱାନ ସଫଳ କରିବା ଲାଗି ପଶ୍ଚିମବଙ୍ଗ ସମେତ ବିହାର ଏବଂ ଓଡିଶାରେ ଲୋକେ ରେଳ ରୋକ କରିଥିବା ବେଳେ ରାଜସ୍ଥାନରେ ବନ୍ଦର ମିଶ୍ରିତ ପ୍ରଭାବ ପଡିଛି। ରାଜସ୍ଥାନ ରାଜଧାନୀ ଜୟପୁରରେ ମଣ୍ଡି ସବୁ ବନ୍ଦ ପଡିଥିବା ଦେଖାଯାଇଛି। ତେବେ ଦୋକାନ ବଜାର ଖୋଲାଥିଲା।  

ରାଜଧାନୀ ଦିଲ୍ଲୀରେ ଦିନତମାମ ଦୋକାନ ବଜାର ସ୍ୱଭାବିକ ଖୋଲାଥିଲା। ତେବେ ଏପ ଆଧାରିତ ଟ୍ୟାକ୍ସି ସେବା ବ୍ୟହତ ହୋଇଥିଲା। ସେପଟେ ଜାତୀୟ ରାଜଧାନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ପୋଲିସ ନଜରବନ୍ଦୀ କରିଥିବା ଆମ ଆଦମୀ ପାର୍ଟି ନେତାମାନେ ଅଭିଯୋଗ କରିବାରୁ କିଛି ସମୟ ଲାଗି ଉତ୍ତୋଜନାମୂଳକ ପରିସ୍ଥିତି ଉପୁଜିଥିଲା। ମୁଖ୍ୟମନ୍ତ୍ରୀ କେଜରିୱାଲ ସିଂଘୁ ବର୍ଡରକୁ ଯାଇ ଚାଷୀଙ୍କୁ ଭେଟି ଘରକୁ ଫେରିବା ପରଠାରୁ ଗୃହବନ୍ଦୀ ହୋଇଥିବା ପାର୍ଟି ଅଭିଯୋଗ କରିଛି। ତେବେ ଦିଲ୍ଲୀ ପୋଲିସ ଏପରି ଅଭିଯୋଗକୁ ଅସ୍ୱୀକାର କରିଦେଇଛି।

ସେପଟେ ଚାଷୀଙ୍କ ଭାରତ ବନ୍ଦ ଆହ୍ୱାନ ସମର୍ଥନରେ କେତେକ ସହରରେ ଅଟୋ ଓ ଟ୍ୟାକ୍ସି ସଂଘ ଦିନ ତମାମ ସେବା ବନ୍ଦ ରଖିଛନ୍ତି। ଚାଷୀ ସଙ୍ଗଠନମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜାତୀୟ ରାଜମାର୍ଗ ଅବରୋଧ ଓ ଟୋଲପ୍ଲାଜା ଘେରାଉ ଲାଗି ଆହ୍ୱାନ ଦେଇଥିଲେ। ସେହି ଅନୁସାରେ ପଞ୍ଜାବ ଓ ପଡୋଶୀ ହରିୟାଣାରେ କଂଗ୍ରେସ ଓ ଇଣ୍ଡିଆନ ନ୍ୟାସନାଲ ଲୋକଦଳ ବନ୍ଦ ସମର୍ଥନ କରିଥିବା ବେଳେ ପଶ୍ଚିମବଙ୍ଗରେ କଂଗ୍ରେସ ଓ ତୃଣମୂଳ ବନ୍ଦକୁ ସମର୍ଥନ କରିଥିଲେ।

ମୁମ୍ବାଇରେ ସାର୍ବଜନିକ ପରିବହନ ଓ ବାଣିଜ୍ୟ ବ୍ୟବସାୟ ବନ୍ଦ ନଥିବା ବେଳେ ମହାରାଷ୍ଟ୍ରରେ ଏପିଏମସି ସବୁ ବନ୍ଦ ଥିବା ଦେଖାଯାଇଛି। ଝାଡଖଣ୍ଡ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବନ୍ଦର ମିଶ୍ରିତ ପ୍ରଭାବ ଦେଖାଯାଇଛି। ଆସାମାରେ ବନ୍ଦ ଜୋରଦର ପାଳିତ ହୋଇଥିବା ବେଳେ ବାମଦଳଙ୍କ ସମେତ ୧୪ ବିରୋଧୀ ଦଳ ଓ ସାମାଜିକ ସଂଗଠନମାନେ ବନ୍ଦରେ ଅଂଶଗ୍ରହଣ କରିଥିଲେ।

   Related Posts