oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ବିଧାନସଭା ନିର୍ବାଚନ:  ଏଗଜିଟ୍ ପୋଲ କେତେ ସତ, କେତେ ମିଛ ! ଜାଣନ୍ତୁ ୨୦୧୭ରେ କ’ଣ କହିଥିଲା ପୋଲ ?

7/03/2022 at 7:17 PM

ନୂଆଦିଲ୍ଲୀ ୭।୩: ଦେଶର ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନ ଲାଗି ୭ ମାର୍ଚ୍ଚ ସୋମବାର ଭୋଟ ଗ୍ରହଣ ଶେଷ ହୋଇଛି । ଇଭିଏମରେ ଶେଷ ଭୋଟ ବଟନ ଟିପିବା ପରେ ଆସିଗଲାଣି ଏଗଜିଟ୍ ପୋଲ ରିପୋର୍ଟ। କେଉଁ ରାଜ୍ୟରେ ଜିତିବ କିଏ? କାହାର ହେବ ସରକାର? ତେବେ ଭୋଟ ଗଣନା ୧୦ ମାର୍ଚ୍ଚ ଗୁରୁବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ସୋମବାର ପୃଥକ ପୃଥକ ଏଜେନ୍ସୀଙ୍କ ଏଗଜିଟ୍ ପୋଲ ରିପୋର୍ଟ ଆସିବାରେ ଲାଗିଲାଣି।

ଏହି ସବୁ ପୋଲ ଜରିଆରେ କେଉଁ ରାଜ୍ୟରେ କେଉଁ ପାର୍ଟି ସରକାର କରିବାକୁ ଯାଉଛି ଓ କେତୋଟି ସିଟ୍ ଜିତିବ ତାର ଏକ ପୂର୍ବଆକଳନ ଦେବାକୁ ଚେଷ୍ଟା କରାଯାଉଛି। ଏଥିରେ ଏବେ ଆମେ ଗତ କିଛି ନିର୍ବାଚନର ଫଳାଫଳ ଓ ଏଗଜିଟ୍ ପୋଲର ତଥ୍ୟ ଦେବାକୁ ଯାଉଛୁ। ଏଥିରେ ଜାଣିପାରିବେ ଏଗଜିଟ ପୋଲରେ କରାଯାଉଥିବା ଦାବିର ବାସ୍ତବତା କେତେ…

ଆସନ୍ତୁ ଆଲୋଚନା କରିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ। ରାଜ୍ୟ ବିଧାନସଭାର ମୋଟ ଆସନ ସଂଖ୍ୟା ଏଠାରେ ୪୦୩। ୨୦୨ଟି ଆସନ ପାଇଲେ କୌଣସି ଦଳର ବହୁମତ ବୁଝାଯିବ। ୨୦୧୭ ବିଧାନସଭା ନିର୍ବାଚନ ମଧ୍ୟ ଏଠାରେ ଭୋଟଗ୍ରହଣ ଏଥର ଭଳି ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଟୁଡେ ଚାଣକ୍ୟ ଓ ଏକ୍ସି ତାଙ୍କ ପୋଲରେ ବିଜେପିରେ ପୂର୍ଣ୍ଣ ବହୁମତରେ ଜିତୁଥିବାର ଆଗୁଆ ଭବିଷ୍ୟତବାଣୀ କରିଥିଲେ। ସେହିପରି ବିଏମଆର ପୋଲ ବିଜେପି ବହୁମତ ପାଖାପାଖି ବୋଲି ଆକଳନ କରିଥିବା ବେଳେ ସି-ଭୋଟର, ଇଣ୍ଡିଆ ଟିଭି ଫୋରକାଷ୍ଟ, ଏବିପି ନ୍ୟୁଜ୍ ସିଏସଡିଏସ୍ ବିଜେପିକୁ ସଂଖ୍ୟାଗରିଷ୍ଠତାରୁ ବେଶ ଦୂରରେ ବୋଲି ଆକଳନ କରିଥିଲେ। ତେବେ ସବୁ ଏଗଜିଟ୍ ପୋଲ ରିପୋର୍ଟ ପରେ ଭୁଲ ସାବ୍ୟସ୍ତ ହୋଇଥିଲା। ଏଗଜିଟ୍ ପୋଲ ଆକଳନରୁ ବିଜେପିକୁ ଅନେକ ଅଧିକ ସିଟ୍ ମିଳିଥିଲା।

ଏଗଜିଟ୍ ପୋଲରେ ଏକ୍ସିସ୍ ବିଜେପିକୁ ସର୍ବାଧିକ ୨୭୯ଟି ଆସନ ଦେଇଥିଲା। ତେବେ ଭୋଟ ଗଣତି ଫଳାଫଳରେ ବିଜେପି ଓ ମେଣ୍ଟ ୩୨୫ ଆସନରେ ବିଜୟୀ ହୋଇଥିଲେ। କେବଳ ବିଜେପି ନିଜେ ୩୧୨ ଆସନରେ ବିଜୟୀ ହୋଇଥିଲା। ସେହିପରି ୨୦୧୭ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଟୁଡେଜ ଚାଣକ୍ୟ ବିଜେପିକୁ ୫୩ଟି ଆସନ ଦେଇଥିଲା। ସେହିପରି ଏକ୍ସିସ୍ ସର୍ଭେରେ ବିଜେପିକୁ ୪୬ରୁ ୫୩ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ତେବେ ଭୋଟ ଗଣନାରୁ ବିଜେପି ୫୭ ଆସନ ସହ ବଡ଼ ଦଳ ଭାବେ ଉଭା ହୋଇଥିବା ବେଳେ କଂଗ୍ରେସକୁ ମାତ୍ର ୧୧ଟି ଆସନ ମିଳିଥିଲା।

ସେହିପରି ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ପଞ୍ଜାବର ୧୧୭ଟି ଆସନ ଲାଗି ଭୋଟ ଗ୍ରହଣ ହୋଇଥିଲା। ଏଠାରେ ମ୍ୟାଜିକ ନମ୍ବର ୫୯ ଥିବା ବେଳେ ନ୍ୟୁଜ୍ ୨୪ ଓ ଟୁଡେ ଚାଣକ୍ୟ କଂଗ୍ରେସକୁ ସଂଖ୍ୟାଗରିଷ୍ଠତାର ଆଖପାଖରେ ଥିବାର ଆକଳନ କରାଯାଇଥିଲା। ଏଥିରେ ଇଣ୍ଡିଆ ଟିଭି ଓ ସି-ଭୋଟର ସର୍ଭେ ରାଜ୍ୟରେ ଆମ ଆଦମୀ ପାର୍ଟିର ସରକାର ବୋଲି ଦାବି କରିଥିଲେ। ତେବେ ଫଳାଫଳ ଏହାର ବିପରୀତ ହୋଇଥିଲା। କଂଗ୍ରେସ ଏଠାରେ ସଂଖ୍ୟାଗରିଷ୍ଠତାର ସହ ସରକାର ଗଢିଥିଲା। ୧୧୭ରୁ ୭୭ଟି ଆସନରେ କଂଗ୍ରେସ ପ୍ରାର୍ଥୀମାନେ ଜିତିଥିଲେ।

   Related Posts