Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ସାବଧାନ ରେକର୍ଡିଂ ହେଉଥାଇପାରେ ଆପଣଙ୍କ କଲ୍‌; ଜାଣିବେ କେମିତ ?

18/03/2023 at 7:02 PM

ଭୁବନେଶ୍ୱର: ଧରନ୍ତୁ ଆପଣ ଫୋନ୍‌ରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ହେଉଛନ୍ତି। ଆଉ ଆପଣଙ୍କ କଲ୍‌ ରେକର୍ଡିଂ ହେଉଛି ତେବେ…। ଆଜ୍ଞା ହଁ ଆଜିକାଲି କଲ୍‌ ରେକର୍ଡିଂ କରିବା ଖୁବ୍ ସହଜ ହୋଇଗଲାଣି। ଆଉ ଯଦି ଆପଣଙ୍କ କଲ୍‌ ରେକର୍ଡିଂ ହେଉଛି ତେବେ ଜାଣିବେ କେମିତି…?

ଗୁଗଲ ବ୍ୟାନ୍ କରିଛି କଲ୍‌ ରେକର୍ଡିଂ ଆପ୍

କଲ୍‌ ରେକର୍ଡିଂ ପାଇଁ ସବୁଠାରୁ ବଡ଼ ଖବର ହେଲା ଗୁଗଲ କଲ୍‌ ରେକର୍ଡିଂର ସମସ୍ତ ଆପ୍‌କୁ ବ୍ୟାନ୍ କରିଛି। କାରଣ କମ୍ପାନୀ କଲ୍‌ ରେକର୍ଡିଂ କରି କାହାର ଗୋପନୀୟତାର ନିୟମ ଉଲ୍ଲଂଘନ କରିବା ଆଦୌ ଚାହେଁନା। ତେବେ ଆପ୍‌ ସିନା ବ୍ୟାନ୍ ହୋଇଛି ଫୋନ୍‌ରେ ଥିବା ଇନ୍‌ବ୍ୟୁଲ୍ଡ ରେକର୍ଡିଂ ବ୍ୟବସ୍ଥାର ପୂର୍ବପରି ରହିଛି। ଫୋନ୍‌ରେ ଥିବା ଏହି ବ୍ୟବସ୍ଥାରୁ କଲ୍‌ ରେକର୍ଡିଂ କରାଯାଇପାରେ। ତେଣୁ ଆପଣଙ୍କ କଲ୍‌ ରେକର୍ଡିଂ ହେଉଛି କି ନାହିଁ ଜାଣିବେ କେମିତି ତଳେ ପଢନ୍ତୁ।

Is Your Phone Call Being Secretly Recorded

ଏହିସବୁ ଉପାୟରୁ..

କଥା ହେଲା ବେଳେ ଯଦି ଆପଣଙ୍କ ଫୋନ୍ ବାରମ୍ବାର ଓଭର ହିଟ୍ ହେଉଛି ତେବେ ସତର୍କ ହେଇଯାଆନ୍ତୁ। କାରଣ ଆପଣଙ୍କ ଫୋନ୍‌ରେ ଏଭଳି ସଫ୍ଟୱେୟାର ଥାଇପାରେ ଯାହାଦ୍ୱାରା କଲ୍‌ ରେକର୍ଡିଂ ହେବା ସହ ରେକର୍ଡିଂ ଅନ୍ୟ କାହାକୁ ସେଣ୍ଡ ବି ହେଉଥାଇପାରେ। କେବେଳ ସେତିକି ନୁହେଁ, ଯଦି କଲ୍ କଲରେ କଥା ହେଲା ବେଳେ ବିଫ୍ ଭଳି କୌଣସି ଶବ୍ଦ ହେଉଛି ତେବେ ଜାଣନ୍ତୁ କଲ୍‌ ରେକର୍ଡିଂ ଆରମ୍ଭ ହୋଇଗଲା। ତେଣୁ ଆପଣ କଥା ହେଲା ବେଳେ ସତର୍କତା ରୁହନ୍ତୁ। ନହେଲେ କଲ୍‌ କାଟି ଦେବା ଭଲ।  

call recording

ସେହିପରି ଆପଣ କାହାକୁ କଲ୍‌ କଲେ, ଆଉ ସେପଟରୁ ରିସିଭ୍ ହେବା ମାତ୍ରେ କଲ୍‌କୁ ସ୍ପିକର୍‌ରେ ରଖାଗଲା ତେବେ ଆପଣଙ୍କୁ ସତର୍କ ହେବାର ଆବଶ୍ୟକ ରହିଛି। କାରଣ ସ୍ପିକ୍‌ରେ ରଖି କଲ୍‌ ରେକର୍ଡିଂ କରିବା ଖୁବ୍ ସହଜ। ସେହିପରି କଲ୍‌ରେ କଥା ହେଲା ବେଳେ ଅନେକ ସମୟରେ ଯାନ୍ତ୍ରୀକ ତ୍ରୁଟି ହେଲାଭଳି ଆୱାଜ୍ ହୋଇଥାଏ। ଏହା ବି କଲ୍‌ ରେକର୍ଡିଂର ସଂକେତ।

ତେଣୁ କଥା ହେଲା ବେଳେ କାହା ସହ କଥା ହେଉଛନ୍ତି ଓ କଣ କଥା ହେଉଛନ୍ତି ସେ ନେଇ ସତର୍କ ରହିବା ନିହାତି ଆବଶ୍ୟକ। ଆଜିକାଲି କଲ୍‌ ରେକର୍ଡିଂ କଲାବେଳେ ଯଦିଓ ରେକର୍ଡିଂର ଅଡିଓ ଭଏସ ସତର୍କ ସୂଚନା ଆସୁଛି ତଥାପି ନାନା ଉପାୟରେ କଲ୍‌ ରେକର୍ଡିଂ କରାଯାଉଛି। ତେଣୁ କଥା ହେଲାବେଳେ ଉପରୋକ୍ତ ସଂକେତ ପ୍ରତି ସାବଧାନ ହେବା ଉଚିତ୍।

Ways To Check My Call Is Recorded

   Related Posts