ଜାଣନ୍ତୁ ଏସବିଆଇ ଏଟିଏମକୁ କେମିତି କରିବେ ସ୍ବିଚ୍ ଅଫ୍ : ତାପରେ ଆଉ କେହି କରି ପାରିବେନି ଅପବ୍ୟବହାର
Published By : Prameya-News7 Bureau | November 03, 2018 IST
ନୂଆଦିଲ୍ଲୀ ୩/୧୧: ଦେଶର ସବୁଠୁ ବଡ଼ ସାର୍ବଜନୀନ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜ ଗ୍ରାହକମାନଙ୍କୁ ସବୁ ପ୍ରକାର ଠକାମିରୁ ରକ୍ଷାକରିବା ପାଇଁ ସବୁବେଳେ ପଦକ୍ଷେପ ନେଇଥାଏ । ବ୍ୟାଙ୍କ୍ ତରଫରୁ ମ୍ୟାସେଜ୍ କରି ଜଣାଇ ଦିଆଯାଏ ଯେ କାହାକୁ ମଧ୍ୟ ନିଜ ଏଟିଏମ୍ ପିନ୍ ଏବଂ ସିବିବି ସହ ଅନ୍ୟାନ୍ୟ ଗୋପନୀୟ ସୂଚନା ଦିଅନ୍ତୁ ନାହିଁ। ଗୋପନୀୟ ସୂଚନା ମିଳିବା ଦ୍ବାରା ଆପଣଙ୍କ ଆକାଉଣ୍ଟରୁ ଚୋରି ମଧ୍ୟ ହୋଇପାରେ। ଏଥର ମଧ୍ୟ ଏସବିଆଇ ନିଜ କୋଟି କୋଟି ଗ୍ରାହକଙ୍କ ସୁରକ୍ଷା ନିମନ୍ତେ ନୂଆ ଧରଣର ଫିଚର ଆଣିଛି।
ପର୍ବପର୍ବାଣି ଉପଲକ୍ଷେ ବ୍ୟାଙ୍କ୍ ଗ୍ରାହକଙ୍କ ଆକାଉଣ୍ଟ ଏବଂ ତାଙ୍କ ଟଙ୍କାର ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଧରଣର ଫିଚର ନେଇ ଆସିଛି। ଆପଣ ନିଜର ଏଟିଏମର ବ୍ୟବହାର କରିସାରିବାପରେ ପୁଣି ବ୍ୟବହାର କରିବା ପର୍ଯ୍ୟନ୍ତ ଏହାକୁ ସ୍ବିଚ୍ ଅଫ୍ କରିପାରିବେ ଏବଂ ଦରକାର ପଡ଼ିଲେ ଏହାକୁ ସ୍ବିଚ୍କ ଅନ୍ ମଧ୍ୟ କରିପାରିବେ। ଏହା ଦ୍ବାରା ଆପଣଙ୍କ କାର୍ଡ଼ର ଅପବ୍ୟବହାର ହୋଇପାରିବ ନାହିଁ ଏବଂ ଆପଣଙ୍କ ଆକାଉଣ୍ଟ ମଧ୍ୟ ପୂରାପୂରିଭାବେ ସୁରକ୍ଷିତ ରହିବ। ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଅପରାଧକୁ ବିଚାରକୁ ନେଲେ ଏହି ଫିଚର ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଏହା ବ୍ୟବହାର କରିବା ଦ୍ବାରା ଆପଣ ମଧ୍ୟ ଠକାମିରୁ ଦୂରରେ ରହିପାରିବେ।
ଏସବିଆଇର ଅଫିସିଆଲ ଓ୍ବେବସାଇଟର ସୂଚନା ଅନୁସାରେ ଏହି ସେବାର ନାଁ ଏସବିଆଇ କ୍ବିକ୍ ରଖାଯାଇଛି। ଏହି ସେବା ନେବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଗୁଗଲ ପ୍ଲେ ରୁ ଏସବିଆଇ କ୍ବିକ୍ ଆପ୍ ଡାଉନଲୋଡ କରିବାକୁ ପଡ଼ିବ। ଏହି ଆପ୍ ଆଣ୍ଡ୍ରଏଡ, ଆଇ ଓଏସ ଏବଂ ଓ୍ବିଣ୍ଡୋଜ ଭଳି ୩ଟି ପ୍ଲାଟଫର୍ମରେ ଉପଲବ୍ଧ। ମନେ ରଖନ୍ତୁ ଏହି ଆପକୁ ଆପଣଙ୍କ ରେଜିଷ୍ଟାର ହୋଇଥିବା ନମ୍ବରରୁ ଡାଉନଲୋଡ ହିଁ କରନ୍ତୁ।
*ଆପକୁ ଡାଉନଲୋଡ କରିବା ପାଇଁ ପ୍ରଥମେ ରେଜିଷ୍ଟ୍ରସନକୁ କ୍ଲିକ୍ କରନ୍ତୁ ଏବଂ ମାଗିଥିବା ସୂଚନାକୁ ଦିଅନ୍ତୁ।
*ଏହା ପରେ ଏଟିଏମ୍ କନଫିଗରେସନକୁ ଏବଂ ଏହା ପରେ ଏଟିଏମ କାର୍ଡ଼ ସ୍ବିୀଚ ଅଫ/ସ୍ବିଚ୍ ଅନକୁ କ୍ଲିକ୍ କରନ୍ତୁ।
*ଏହା ପରେ କାର୍ଡ଼ର ଶେଷ ୪ଡିଜିଟକୁ କ୍ଲିକ୍ କରି ଚ୍ୟାନେଲକୁ କ୍ଲି୍କ୍ କରନ୍ତୁ।
*ଏହା ପରେ ଆପଣଙ୍କ ମୋବାଇଲ ସ୍କ୍ରିନରେ ଏକ ମ୍ୟାସେଜ୍ ଦେଖାଯିବ,ତାହାକୁ କ୍ଲିକ୍ କରନ୍ତୁ।
* ଏହା କରିବା ଦ୍ବାରା ଆପଣଙ୍କ ଏଟିଏମ୍ ଡେବିଟ୍ କାର୍ଡ଼ ଅଫ୍ ହୋଇଯିବ ଏବଂ ଏଥିରେ କେହି ବି କୈାଣସି ପ୍ରକାର ଟ୍ରାଞ୍ଜାକସନ୍ କରିପାରିବେ ନାହିଁ।
ଆପଣଙ୍କୁ ଏଟିଏମ୍ କାର୍ଡ଼ ସ୍ବିଚ୍ ଅଫ୍ କରିବା ପାଇଁ ଆକାଉଣ୍ଟରେ ରେଜିର୍ଷ୍ଟାଡ ନମ୍ବରରେ ଏସଏମଏସ୍ କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଆକ୍ଟିଭ –ଡିଆକ୍ଟିଭ ଲେଖିବାକୁ ପଡ଼ିବ। ଡି-ଆକ୍ଟିଭ ମ୍ୟାସେଜ କରିବା ଦ୍ବାରା କାର୍ଡ଼ ପୂରାପୂରି ସୁରକ୍ଷିତ ହୋଇଯାଏ। ମ୍ୟାସେଜ୍ କରିବା ନିମନ୍ତେ ରେଜିଷ୍ଟାର୍ଡ ନମ୍ବରରୁ ‘SWON/SWOFFATM/POS/ECOM/INTL/DOM<space>XXXX’ଟାଇପ୍ କରନ୍ତୁ। ଏବେ ଏହି ଏସଏମଏସକୁ ୦୯୨୨୩୯୬୬୬୬୬ନମ୍ବରକୁ ପଠାଇ ଦିଅନ୍ତୁ। XXXXରେ ନିଜ କାର୍ଡ଼ର ଶେଷ ଡିଜିଟ୍ ଲେଖନ୍ତୁ।