ଶରୀର ପାଇଁ ହାନିକାରକ ହିଟ୍‌ଓ୍ବେଭ୍‌, ଗରମରୁ ବଞ୍ଚିବାକୁ ଆପଣାନ୍ତୁ ଏହି ଉପାୟ…

Published By : Prameya-News7 Bureau | April 15, 2024 IST

ନୂଆଦିଲ୍ଲୀ ୧୫।୦୪: ବଢୁଛି ତାତି । ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ଖାସ୍‌ କରି ସମତଳ ଅଞ୍ଚଳରେ ୪୦° C ରେ ପହଞ୍ଚିଛି ଗ୍ରୀଷ୍ମ ତାପମାତ୍ରା । ଉତ୍ତାପ ବଢିବା ସହିତ ଏହା ସହ ଜଡିତ ରୋଗର ଆଶଙ୍କା ମଧ୍ୟ ବଢୁଛି । ବୃଦ୍ଧି ପାଉଥିବା ଗରମରୁ ରକ୍ଷା ପାଇବା ପାଇଁ ଆପଣାନ୍ତି କିଛି ଖାସ୍ ଉପାୟ । ଯାହା ଶରୀରରକୁ ଭିତରୁ ଥଣ୍ଡା ରଖିବାରେ ସହାୟକ ହେବ । 

ଡିହାଇଡ୍ରେସନରୁ ବଞ୍ଚିବା ପାଇଁ ୩ ଲିଟର ପାଣି ପିଅନ୍ତୁ । ଶରୀରରେ ଜଳ ଅଭାବ ଯୋଗୁଁ ଅନେକ ରୋଗ ହୋଇପାରେ । ଏହାକୁ ପୂରଣ କରିବା ପାଇଁ ଫଳ ରସ ଏବଂ ପନିପରିବା ଅନେକ ବିକଳ୍ପ ଅଟେ । ଯାହା ସାହାଯ୍ୟରେ ଆପଣ ନିଜ ଶରୀରର ଜଳ ଅଭାବ ପୂରଣ କରିପାରିବେ ।

 ଅତ୍ୟଧିକ ଉତ୍ତାପ ସମୟରେ ସ୍ପୋର୍ଟସ୍ ଡ୍ରିଙ୍କ କିମ୍ବା ଲସି, ଚାଉଳ ପାଣି କିମ୍ବା ଇଲେକ୍ଟ୍ରୋଲାଇଟ୍ ପିଅନ୍ତୁ । ନିଜକୁ ହାଇଡ୍ରେଟ୍ ଏବଂ ଥଣ୍ଡା ରଖିବା ପାଇଁ ଗ୍ରୀଷ୍ମ ସମୟର ଫଳ ଖାଆନ୍ତୁ । ଷ୍ଟ୍ରବେରି, କମଳା, କାକୁଡି ଏବଂ ସାଲାଡ ଖାଆନ୍ତୁ । ଏହାଠୁ ଶରୀରକୁ ପର୍ଯ୍ୟାପ୍ତ ଜଳ ମିଳିବ । 

ବ୍ୟାୟାମ କରିବାର ୨ରୁ ୩ ଘଣ୍ଟା ପୂର୍ବରୁ ୧୭ରୁ ୨୦ ଗ୍ଲାସ ପାଣି, ଫଳ କିମ୍ବା ପନିପରିବା ରସ ପିଅନ୍ତୁ । କଫିନ୍ କିମ୍ବା ମଦ୍ୟପାନ କରୁଥିବା ପାନୀୟଠାରୁ ଦୂରରେ ରୁହନ୍ତୁ । କାରଣ ଏସବୁ ତରଳ ପଦାର୍ଥ ଗରମ ଏବଂ କ୍ଲାନ୍ତକୁ ବଢାଇଥାଏ । ବାହାରକୁ ଯିବାବେଳେ ଆପଣଙ୍କ ସହିତ ଥଣ୍ଡା ସ୍ପ୍ରେ ରଖନ୍ତୁ । ଏହାସହିତ ଦିନର ଉତ୍ତପ୍ତ ସମୟରେ ଘରର ପରଦା ବନ୍ଦ କରିବା ଦ୍ବାରା ଘର ଭିତରର ପରିବେଶକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.