ବଢୁଥିବା ମଧୁମେହକୁ କିପରି ରୋକିବା ? ଜାଣନ୍ତୁ ଏହି ସବୁ ପତ୍ର ବିଷୟରେ...

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ ୧୪।୦୬: ଦିନକୁ ଦିନ ଭାରତରେ ବଢି ଚାଲିଛି ମଧୁମେହ ରୋଗୀଙ୍କ ସଂଖ୍ୟା । ତେଣୁ ବଢୁଥିବା ମଧୁମେହ ରୋଗୀ ନିଜକୁ ନିୟନ୍ତ୍ରିତ ରଖିବା ଖୁବ୍‌ ଜରୁରି । କାରଣ ଏହାର ନିରାକରଣ ଅସମ୍ଭବ । କେବଳ ଖାଦ୍ୟପାନୀୟ ଓ ଔଷଧ ଦ୍ୱାରା ନିୟନ୍ତ୍ରିତ କରାଯାଇପାରିବ । ଚାଲନ୍ତୁ ଜାଣିବା ଏମିତି କିଛି ପତ୍ର, ଯାହାକୁ ଖାଇବା ଦ୍ୱାରା ବଢୁଥିବା ମଧୁମେହକୁ ଘରୋଇ ଉପାୟରେ ନିୟନ୍ତ୍ରଣ କରାଯାଇପାରିବ । ମଧୁମେହ ହେବା ପରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିବାକୁ ପଡିଥାଏ । କାରଣ ରକ୍ତରେ ଶର୍କରା ସ୍ତର ବଢିବା ଦ୍ୱାରା ରୋଗ ବଢିଥାଏ । କେତେକ ଖାଦ୍ୟ ଓ ପାନୀୟ ରହିଛି, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ସେମିତି କେତେକ ପତ୍ର ହେଉଛି...

ଭ୍ରୁଷୁଙ୍ଗା ପତ୍ର- ପ୍ରାୟତଃ ଭ୍ରୁଷୁଙ୍ଗା ପତ୍ରକୁ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା ରକ୍ତରେ ଶର୍କରା ଓ କୋଲେଷ୍ଟେରଲ୍‌ ସ୍ତର ନିୟନ୍ତ୍ରିତ ରହିଥାଏ। ଭ୍ରୁଷୁଙ୍ଗା ପତ୍ରକୁ ଚଟଣୀ କରି ଖାଇପାରିବେ ।

କଲରା ପତ୍ର- ସ୍ୱାଦ ଦୃଷ୍ଟିରୁ ଏହା ଖୁବ୍‌ ପିତା । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଗୁଣର ଭଣ୍ଡାର । କଲରା ପ୍ରାୟ ସମସ୍ତେ ଖାଇଥାନ୍ତି । କିନ୍ତୁ କଲରା ପତ୍ର ଖୁବ୍‌ କମ୍‌ ଲୋକ ଖାଇଥାନ୍ତି । କିନ୍ତୁ ଏହା ରକ୍ତରେ ବଢୁଥିବା ଶର୍କରାକୁ ନିୟନ୍ତ୍ରିତ କରିବାରେ ବେଶ୍‌ ସକ୍ଷମ। ତେଣୁ ଏହାକୁ ସପ୍ତାହରେ ଥରେ ବା ଦୁଇଥର ଖାଇବା ଖୁବ୍‌ ଉଚିତ୍‌ । 

ପୁଦିନା ପତ୍ର- ମ୍ୟାଙ୍ଗାନିଜ୍‌, ଆଇରନ୍‌, ଫେଲେଟ୍‌ ଓ ଭିଟାମିନ୍‌-ଏ’ରେ ଭରା ପୁଦିନା ପତ୍ର ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଲାଭଦାୟକ । ଶରୀରକୁ ଥଣ୍ଡା ପହଞ୍ଚାଇବା ସହ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ ରଖିଥାଏ ପୁଦିନା ପତ୍ର । ଏହାକୁ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ଶରୀରରୁ ଆଇରନ୍‌ର ଅଭାବ ଦୂର ହୋଇଥାଏ । 

ନିମ ପତ୍ର- ମଧୁମେହ ରୋଗୀଙ୍କ ପାଇଁ ନିମ ପତ୍ର ମଧ୍ୟ ଖୁବ୍‌ ଭଲ । ଏହା ରକ୍ତରେ ଶର୍କରା ସ୍ତରକୁ ସାମାନ୍ୟ ରଖିବାରେ ଖୁବ୍‌ ପାରଙ୍ଗମ । 

ପାଳଙ୍ଗ- ଆଇରନ୍‌ ଓ ଫାଇବରରେ ଭରା ପାଳଙ୍ଗ ଶରୀରକୁ ଅନେକ ଫାଇଦା ଦେଇଥାଏ । ଏହା ଶରୀରର ଆଇରନ୍‌ ଅଭାବରୁ ଦୂର କରିବା ସହ ରକ୍ତରେ ଶର୍କରା ସ୍ତରବ ନିୟନ୍ତ୍ରିତ ରଖିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.