ନିଦ ହେଉନାହିଁ କି : ତେବେ ପିଅନ୍ତୁ କଦଳୀ ଚା’
29/05/2019 at 4:24 PM

କଦଳୀ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆଜି ଯାଏଁ ଆପଣ ତୁଳସୀ,କ୍ଷୀର,ବ୍ଲାକ ଟି କିମ୍ବା ଲେମ୍ବୁ ଚା ପିଇଥିବେ,କିନ୍ତୁ ଆଜି ଆମେ ଆପଣଙ୍କୁ କଦଳୀ ଚା ବିଷୟରେ କହିବା। କଦଳୀ ଚାରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ,ପୋଟାସିୟମ୍,ମ୍ୟାଗ୍ନେସିୟମ୍,ମିନେରାଲ ଏବଂ ଫାଇବର ରହିଛି।

- କଦଳୀ ଚା ପ୍ରସ୍ତୁତ କରିବା ପାଇଁ ଏକ କପ୍ ପାଣିକୁ ଫୁଟାଇ ଦିଅନ୍ତୁ। ଏବେ ଏଥିରେ ଅଧା ଚାମଚ ଡାଲଚିନି ପାଉଡର ପକାଇ ଫୁଟାଇ ଦିଅନ୍ତୁ।
- କଦଳୀ ଚୋପାକୁ ଛଡ଼ାଇ କାଟି ଦିଅନ୍ତୁ। ଏବେ ଏହି ଫୁଟନ୍ତା ପାଣିରେ ଏହାକୁ ପକାଇ ଫୁଟାନ୍ତୁ। ଏବେ ଏହାକୁ ଛାଣି ନଖ ଉଷୁମ ପାଣିରେ ପିଅନ୍ତୁ।
- କଦଳୀ ଚାରେ ପୋଟାସିୟମ୍,ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ,ଯାହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କୁ ପେଟବ୍ୟଥା,ଏସିଡିଟି ଏବଂ ବଦହଜମୀର ସମସ୍ୟା ରହିଛି ତେବେ କଦଳୀ ଚା ପିଅନ୍ତୁ।
- କଦଳୀ ଚା ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଯଦି ଆପଣ ପ୍ରତିଦିନକଦଳୀ ଚା ସେବନ କରିବେ ତେବେ ଆପଣଙ୍କ ପାଚନ ପ୍ରକ୍ରିୟା ଠିକ୍ ରହିବ।
- ଯଦି ଆପଣଙ୍କୁ ନିଦ ହେଉନାହିଁ ତେବେ ପ୍ରତିଦିନ କଦଳୀ ଚା ପିଅନ୍ତୁ। ଏହା ପିଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ।
- ଆଜିକାଲି ଅଧିକାଂଶ ଲୋକେ ମାନସିକ ଅବସାଦର ଶିକାର ହେଉଛନ୍ତି। କଦଳୀ ଚା ପିଇବା ଦ୍ବାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ ଯାହା ଦ୍ବାରା ଆପଣଙ୍କ ମାନସିକ ଚିନ୍ତା ଏବଂ ଅବସାଦ ଦୂର ହୋଇଥାଏ।

Related Posts
ଦହି ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ? ଜାଣନ୍ତି କି…
29 May 2023