ରୋଷେଇ ଘରେ ଆପଣ ବ୍ୟବହାର କରୁଥିବା ମସଲା ଅସଲି ନା ନକଲି ଏମିତି କରନ୍ତୁ ଯାଞ୍ଚ

Published By : Prameya-News7 Bureau | December 03, 2020 IST

ଭୁବନେଶ୍ୱର ୦୩/୧୨ : ବ୍ୟଞ୍ଜନରେ ମସଲାର ମହତ୍ତ୍ୱ ସବୁଠାରୁ ଅଧିକ। ଭାରତରେ ଅନେକ ପ୍ରକାର ମସଲା ଉତ୍ପାଦନ କରାଯାଇଥାଏ। ବିଦେଶରେ ମଧ୍ୟ ଭାରତୀୟ ମସଲାର ଅନେକ ଚାହିଦା ରହିଛି। ମସଲା କିଣିବା ସମୟରେ ସବୁଠାରୁ ବଡ ସମସ୍ୟା ହେଲା ମସଲା ଚିହ୍ନିବା ଯେ ଆମେ କିଣୁଥିବା ମସଲା ଅସଲି ନା ନକଲି। ଆଜିକାଲି ବଜାରରେ ସବୁ ଜିନିଷରେ ଅପମିଶ୍ରଣ ହେଉଛି। ଅପମିଶ୍ରିତ ମସଲା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।

{"id":372116,"sizeSlug":"large"}

ମସଲା ଖରାପ ଥିଲେ ପୁରା ବ୍ୟଞ୍ଜନର ସ୍ୱାଦ ବିଗିଡି ଯାଇଥାଏ। ସେଥିପାଇଁ ଗୋଟା ମସଲା ବ୍ୟବହାର କରିବା ସବୁଠାରୁ ଶ୍ରେୟସ୍କର। କିନ୍ତୁ ସବୁବେଳେ ଗୋଟା ମସଲା ବ୍ୟବହାର କରିବା ସମ୍ଭବ ହୋଇନଥାଏ ଏବଂ କିଛି ବ୍ୟଞ୍ଜନରେ ମସଲା ଗୁଣ୍ଡ ବ୍ୟବହାର କରିବାକୁ ପଡିଥାଏ। ଏହିଭଳି ସ୍ଥିତିରେ ମସଲା କିଣିବା ସମୟରେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

{"id":372111,"sizeSlug":"large"}

ଜଣେ ମସଲା ବ୍ୟବସାୟୀ କହିଛନ୍ତି ଯେ ଶୁଦ୍ଧ ହଳଦୀର ରଙ୍ଗ ହାଲୁକା ରହେ। ଯଦି ଆପଣ ବଜାରରୁ ଖୋଲା ହଳଦୀ କିଣୁଛନ୍ତି କିମ୍ବା ଗୁଣ୍ଡ ହଳଦୀ କିଣୁଛନ୍ତି ଏବଂ ତାର ରଙ୍ଗ ଗାଢ ହଳଦିଆ ହୋଇଥାଏ ତାହେଲେ ଜାଣିବେ ତାହା ଅପମିଶ୍ରିତ ହଳଦୀ। ଏହି ହଳଦୀକୁ ପାଣିରେ ପକାଇ ଦେଖନ୍ତୁ। ପାଣିରେ ପକାଇବା ପରେ ହଳଦୀର ରଙ୍ଗ ଯଦି ଶୀଘ୍ର ଫିକା ପଡ଼ିଯାଏ କିମ୍ବା ଉଡ଼ିଯାଏ ତାହେଲେ ଜାଣିବେ ତାହା ଅପମିଶ୍ରିତ ହଳଦୀ।

{"id":372114,"sizeSlug":"large"}

ମସଲା ମଧ୍ୟରେ ଆଉ ଏକ ପ୍ରମୁଖ ମସଲା ହେଲା ଧନିଆ। ସେ କହିଛନ୍ତି ଧନିଆରେ ମଧ୍ୟ ଅପମିଶ୍ରଣ ହୋଇଥାଏ। ଧନିଆରେ ସାଧାରଣତଃ ଜଙ୍ଗଲୀ ଘାସକୁ ଶୁଖାଇ ଗୁଣ୍ଡ କରି ମିଶାଯାଇଥାଏ। ଶୁଖିଲା ପରେ ଏହି ଘାସର ରଙ୍ଗ ଧନିଆ ଭଳି ହୋଇଯାଏ। ଅସଲି ଧନିଆ ବହୁତ ଭଲ ସୁଗନ୍ଧ ହୋଇଥାଏ। ଯଦି ଧନିଆ ଗୁଣ୍ଡରୁ ବାସନା ହେଉନାହିଁ କିମ୍ବା କମ ବାସନ ହେଉଛି ତାହେଲେ ଜାଣିବେ ତାହା ଅପମିଶ୍ରିତ ଧନିଆ।

{"id":372115,"sizeSlug":"large"}

ଖାଦ୍ୟରେ ଲୁଣର ମହତ୍ତ୍ୱ ସବୁଠାରୁ ଅଧିକ। ବ୍ୟଞ୍ଜନରେ ବା ଖାଦ୍ୟରେ ଯେତେ ମସଲା ପକାଇଲେ ମଧ୍ୟ ଲୁଣ ନ ପକାଇଲେ ତାହା ସ୍ଵାଦହୀନ। ଖାଦ୍ୟରେ ଲୁଣର ବ୍ୟବହାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଲୁଣରେ ଆୟୋଡିନ ଚେକ କରାଯାଇଥାଏ। ଲୁଣ ଆୟୋଡାଇଜ୍ଡ ନା ସାମାନ୍ୟ ତାହା ଯାଞ୍ଚ କରାଯାଇଥାଏ। ଏହା ଯାଞ୍ଚ କରିବାର ଏକ ସରଳ ଉପାୟ ଅଛି। ଗୋଟିଏ ଆଳୁକୁ କାଟି ତାଉପରେ ଲୁଣ ଲଗାଇ ଦିଅନ୍ତୁ। ତା ଉପରେ କିଛି ବୁନ୍ଦା ଲେମ୍ବୁ ରସ ପକାନ୍ତୁ। ୧୦ ମିନିଟ୍ ପରେ ଏହାକୁ ଚେକ କରନ୍ତୁ। ଯଦି ଆଳୁର ରଙ୍ଗ ନୀଳ ହୋଇଯାଇଥାଏ ତାହେଲେ ତାହା ଆୟୋଡାଇଜ୍ଡ ଲୁଣ। ଯଦି ରଙ୍ଗ ନ ବଦଳେ ତାହେଲେ ତାହା ସାମାନ୍ୟ ଲୁଣ।

{"id":372119,"sizeSlug":"large"}

କେସରକୁ ନେଇ ମସଲା ବ୍ୟବସାୟୀ କହିଛନ୍ତି ଯେ କେସର୍ ମଧ୍ୟ ଅସଲି ଓ ନକଲି ଥାଏ। ସେ କହିଛନ୍ତି କେସର୍ ସମସ୍ତେ କିଣନ୍ତିନି। କିନ୍ତୁ ତଥାପି ଅସଲି କେସର୍ ଚିହ୍ନିବା ଦରକାର। ଅସଲି କେସର ହାତରେ ଛିଣ୍ଡାଇଲେ ସହଜରେ ଛିଣ୍ଡେନାହିଁ। କିନ୍ତୁ ନକଲି କେସର୍ ସହଜରେ ଛିଣ୍ଡି ଯାଇଥାଏ। କେସରରେ ମକା ଚୁଟିକୁ ରଙ୍ଗ କରି ମିଶାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.