oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ରାଗ ପରମ ଚଣ୍ଡାଳ: ରାଗ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ଏହି କାମ, ମନ ରହିବ ଶାନ୍ତ…

14/05/2019 at 4:39 PM

ବ୍ୟକ୍ତିଗତ ଜୀବନରେ କୌଣସି କାମରେ ମଣିଷ ଅସଫଳ ହୋଇଥିଲେ ମନ ଅଶାନ୍ତ ରହେ । ଫଳରେ ମନରେ କ୍ରୋଧ ଭାବ ଆସିଥାଏ। କ୍ରୋଧ ଏକ ଏମିତି ଭାବ ଯାହା ମଣିଷ ଜୀବନରେ ଅନେକ କ୍ଷତି କରିଥାଏ। ରାଗରେ ଅନ୍ୟ ଲୋକ ବା ପରିବାର ସହ ସଂମ୍ପର୍କ ମଧ୍ୟ ଖରାପ ହୋଇଥାଏ। ଯେଉଁ ଲୋକଙ୍କୁ ଅଧିକ କ୍ରୋଧ ଆସେ ସେମାନେ ଅବସାଦ, ଅନିଦ୍ରା, ମୁଣ୍ଡ ବିନ୍ଧା ଓ ଭୋକ ଲାଗିବା ଭଳି ଅନେକ ସମସ୍ୟାର ଶିକାର ହୋଇଥାନ୍ତି।
ନିଦ ପୁରା ହୋଇନଥିଲେ, ମଣିଷ ଚିଡଚିଡ ହୋଇଥାଏ। ଏହା ପରେ ମନର କ୍ରୋଧ ଭାବ ଆନ୍ୟ କାହା ଉପରେ କାଢିଥାଏ। ଭୋକରେ ରହିଲେ ମଧ୍ୟ ମନ ଅଶାନ୍ତ ରହେ। ମୁଣ୍ଡ ବିନ୍ଧା ଏକ ଏମିତି ସମସ୍ୟା ଯାହା ଶାନ୍ତ ମନକୁ ଅଶାନ୍ତ କରିଥାଏ। ଏହି ସବୁର ମୁଖ୍ୟ କାରଣ ହେଉଛି ମନରେ ଥିବା କ୍ରୋଧ ଭାବନା । ତେଣୁ କ୍ରୋଧ ନିୟନ୍ତ୍ରଣ କରିବା ପାଇଁ ଏହି ଟିପ୍ସ ଅବଲମ୍ବନ କରନ୍ତୁ।
କ୍ରୋଧ କମାଇବା ପାଇଁ ମନ ଭିତରେ ଥିବା ଅଶାନ୍ତ ଭାବନାକୁ ପ୍ରକାଶ କରିଦେବା ଉଚିତ୍‌। ଏହା ଦ୍ବାରା ମନ ଶାନ୍ତ ହୋଇଥାଏ ଓ ମନରେ କୌଣସି ନକରାତ୍ମକତା ଭାବନା ରହେ ନାହିଁ। ରାଗ ଲାଗିଲେ ଦୌଡିବା ଭଲ। କାରଣ କ୍ରୋଧ ଏକ ପ୍ରକାରର ଏନର୍ଜି ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଏହି ଏନର୍ଜିକୁ ସକରାତ୍ମକ ଉପାୟରେ ଲଗାଇଲେ ମନ ଶାନ୍ତ ହୋଇଥାଏ। ଅଧିକାଂଶ ସମୟରେ କିଛି ନବୁଝି ଆମେ ରାଗରେ ଅନେକ କଥା କହିଥାଉ ଯାହା ସାମ୍ନା ଲୋକଙ୍କୁ ଖରାପ ଲାଗିଥାଏ।
କ୍ରୋଧରେ କିଛି କହିବା ପୂର୍ବରୁ ଭାବି ଚିନ୍ତି କହିବା ଜରୁରୀ। କାରଣ ରାଗରେ ପ୍ରକାଶ କରିଥିବା ଭାବନା ଅନ୍ୟ ଜଣକୁ କଷ୍ଟ ଦେଇଥାଏ । ତେଣୁ ଏମିତି ସମୟରେ କ୍ରୋଧ ନିୟନ୍ତ୍ରଣ କରିବା ପାଇଁ ୧୦ ରୁ ୧ ପର୍ଯ୍ୟନ୍ତ ଓଲଟା ଗଣିଲେ ମନ ଶାନ୍ତ ହୋଇଥାଏ। ମନ ଅଶାନ୍ତ ଥିଲେ ହାର୍ଟ ବିଟ୍‌ ଫାଷ୍ଟ ହୋଇଥାଏ। ଏମିତି ହେଲେ ଧିରେ ଧିରେ ନିଶ୍ୱାସ ନେଇ ହାର୍ଟ ବିଟ୍‌କୁ ନିୟନ୍ତ୍ରଣ କରିବା ଉଚିତ୍‌। ଏହା ଦ୍ବାରା କ୍ରୋଧ ମଧ୍ୟ କମ  ହୋଇଥାଏ। ରାଗିବା ସମୟରେ ନିଜ ସହ କିଛି ସମୟ ବିତାଇ କ୍ରୋଧର କାରଣ ଜାଣିବାକୁ ଚେଷ୍ଟା କରିବା ଉଚିତ୍‌। କାରଣ କ୍ରୋଧ ମଣିଷ ପାଇଁ କ୍ଷତିକାରକ ହୋଇଥାଏ।  

   Related Posts